ଆପଣ ମାନେ ଜାଣିଥିବେ କି ବର୍ତ୍ତମାନର ଚାରିଆଡେ ସମସ୍ତଙ୍କ ମୁହଁରେ ଗୋଟିଏ ହିଁ ଖବର ରହୁଛି ଯାହା ହେଉଛି ବାବୁଶାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ର ପ୍ରେମ କାହାଣୀ । ଏହି କାହାଣୀ ଟି ଏପରି ଥିଲା କି ବାବୁଶାନ୍ ଦୀର୍ଘ ଅନେକ ସମୟ ହେବ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ଛାଡି ବାହାରେ ରହୁଥିଲେ । ତାଙ୍କର ସ୍ତ୍ରୀ ଏହା ମଧ୍ୟ ଜାଣିଥିଲେ କି ତାଙ୍କର ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଅଛି ବୋଲି ତେଣୁ ସେ ବାହାରେ ରହୁଛନ୍ତି । ଦିନେ ହଠାତ୍ ତୃପ୍ତି ଜାଣିବାକୁ ପାଇଲେ କି ପ୍ରକୃତି ଏବଂ ବାବୁଶାନ୍ ଗୋଟିଏ କାର ଭିତରେ ଏକାଠି ଅଛନ୍ତି ।
ଏହା ପରେ ତୃପ୍ତି ଆସି ପ୍ରକୃତି ମିଶ୍ରକୁ ରାସ୍ତା ଉପରେ ମାଡ଼ ମାରିଥିଲେ । ଏହି ଘଟଣା ଦ୍ଵାରା ସାରା ଓଲିଉଡରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଏବଂ ଯେହେତୁ ଦୁଇ ଜଣ ବହୁତ ବଡ଼ ପରିବାରରୁ ଆସିଛନ୍ତି ଉଭୟ ପକ୍ଷରୁ ବଡ଼ ବିବାଦ ଲାଗି ରହୁଥିଲା । ଏହି ଘଟଣା ପରେ ଦୁଇ ଜଣ ଚେନ୍ନାଇ ଯାଇ ଥିବାର ଖବର ଆସିଥିଲା । କିନ୍ତୁ ଚେନ୍ନାଇରୁ ପ୍ରକୃତି ମିଶ୍ର କାଲି ଫେରିଥିବା ବେଳେ କୁଆଡେ ଗଲେ ବାବୁଶାନ୍ ମହାନ୍ତି ବୋଲି କେହି ଜାଣି ନଥିଲେ । ଏହି ଘଟଣା ଚାରି ଆଡେ ଚହଳ ସୃଷ୍ଟି କରିଥିଲା ।
ବାବୁସାନ ଗତକାଲି ପ୍ରକୃତିଙ୍କ ସହ ଭୁବନେଶ୍ୱର ଫେରିବେ ବୋଲି ଭାବି ପୁରା ଏଆରପୋର୍ଟରେ ଭିଡ଼ ଜମିଥିଲା କିନ୍ତୁ ପଛରେ ସମସ୍ତଙ୍କୁ ନିରାଶ ହେବାକୁ ପଡିଲା । କାରଣ ପ୍ଲେନ ତ ଆସିଲା କିନ୍ତୁ ଦେଖା ଗଲେ ନାହିଁ ବାବୁସାନ । ତେବେ ଓଲିଉଡ ଭିତରେ ସ୍ତର ବିବାଦକୁ ନେଇ ମାହଲ ପୁରା ଗରମ ଥିବା ବେଳେ ସମସ୍ତେ ଅପେକ୍ଷା କରିଥିଲେ ବାବୁସାନଙ୍କ ଫେରିବା ବାଟକୁ । କାରଣ ତାପରେ ଯାଇ ଏହି ପାରିପାରିକ ବିବାଦର କିଛି ମିମାଂଶା ହେଇ ପାରିବ । ତେବେ ବର୍ତମାନ ସମୟରେ ଯେଉଁ ବଡ଼ ଖବର ରହିଛି ତାହା ହେଲା ଆଯି ସକାଳୁ ସକାଳୁ ଘରେ ପହଞ୍ଚି ସାରିଛନ୍ତି ଓଡ଼ିଆର ସୁପରଷ୍ଟାର କହୁଥିବା ଷ୍ଟାର କିଡ଼ ବାବୁସାନ ମହାନ୍ତି ।
ସେ ଆଜି ସକାଳେ ଘରେ ପହଂଚିଲେ ଓ ତାଙ୍କ ଘର ଜଗି ରହିଛନ୍ତି ବଡିଗାର୍ଡ ମାନେ । ଘର ଚାରିପାଖେ ବାଡ଼ି ଗାର୍ଡ ଛାଉଣୀ ହେଇ ଯାଇଛନ୍ତି ବୋଲି ଦେଖିବା ପାଇଁ ମିଳିଛି । ତେବେ ସେମାନେ କାହାକୁ ଜାଗିଛି ତାହା ଜଣା ନାହିଁ ତେବେ ବାବୁସାନ ଏବେ ଘର ଭିତରେ ରହିଛନ୍ତି ବୋଲି ଜଣା ପଡିଛି । ତେବେ ଶୁଣାଯାଉଛି ଯେ ତାଙ୍କ ବାପା ଅର୍ଥାତ୍ ଉତ୍ତମ ମହାନ୍ତିଙ୍କ ଦେହା ଖରାପ ଅଛି । ସେଥିପାଇଁ ସେ ମିଡ଼ିଆ ସାମ୍ନାରେ ଅନୁରୋଧ କରିଥିଲେ ତାଙ୍କୁ ହଇରାଣ ନକରିବାକୁ ସେ କିଛି ସମୟ ତାଙ୍କ ପରିବାର ସହିତ ରହିବାକୁ ଚାହୁଁଛନ୍ତି ।