ମାଆଙ୍କୁ ଧରି କାନ୍ଦିଲେ ବାବୁସାନ…କହିଲେ ଏମିତି ଭୁଲ ଆଉ କେବେବି ହେବନାହିଁ

ବାବୁସାନ୍-ତୃପ୍ତି-ପ୍ରକୃତି କଳିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଠିକ ଏହି ସମୟରେ ଅଭିନେତା ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ପହଞ୍ଚିଛନ୍ତି, ଯାହାପରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି। ମା’ ପୁଅ ଭେଟାଭେଟି ହେବା ପରେ ପରିବେଶଟି ବହୁତ ଭାବବିହ୍ୱଳ ହୋଇପଡ଼ିଛି। ବାସଭବନରେ ମା’ ଅପରାଜିତାଙ୍କୁ ଧରି ବାବୁସାନ କାନ୍ଦିପକାଇଥିବା କଥା ଜଣାପଡିଛି। ବାବୁସାନଙ୍କ ଆଖିରୁ ବହିଗଲା ପ୍ରାୟଶ୍ଚିତର ଲୁହ।

ଅନ୍ୟପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି। ଆଜି ସକାଳୁ ବାବୁସାନ ଭୁବନେଶ୍ୱରରେ ପହଞ୍ଚିବା ପରେ ନିଜ ପ୍ରତିକ୍ରିୟାରେ କହିଥିଲେଯେ, ‘ପ୍ରଥମେ ବାପା ଓ ମାଆଙ୍କୁ ଭେଟିବାକୁ ଯିବି। ଯେତେବେଳେ ଯାହା ଦରକାର ପଡ଼ିବ, ତାହା ମଧ୍ୟ କହିବି।’

ମାଆ ତଥା ବରିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ଏକ ଭିଡିଓରେ କାନ୍ଦି କାନ୍ଦି ନିଜ ପୁଅକୁ ଫେରି ଆସିବା ପାଇଁ ଅନୁରୋଧ କରିଥିଲେ। ଆଉ ଆଜି ସକାଳୁ ବାବୁସାନ ସମସ୍ତ କଥାକୁ ମିଛ ପ୍ରମାଣିତ କରି ନିଜ ମାଆଙ୍କ ପାଖକୁ ଫେରି ଆସିଛନ୍ତି। ସେ ପ୍ରଥମେ ନିଜର ବାପା ଓ ମାଆଙ୍କୁ ଭେଟି ନିଜର ଏହି ଭୁଲ ପାଇଁ କ୍ଷମା ମାଗିଛନ୍ତି।

odia sambada
Comments (0)
Add Comment