ଲେଡ଼ି ଡ଼କ୍ଟର ନିଜକୁ ଦେଲେ ଏନେସ୍ଥେସିଆର ଓଭରଡୋଜ,ଆଉ ସୁଇସାଇଡ଼ ନୋଟରେ ଲେଖିଲେ- ଏବେ ଆଉ ନିଜ ସହିତ ଲଢ଼ି ପାରିବି ନାହିଁ..

ଜୀବନରେ କିଛି ଏମିତି ସମୟ ଆସିଥାଏ ଯେଉଁ ସମୟରେ ମଣିଷ ନିଜଠାରୁ ହାରି ଯାଇଥାଏ ଓ ବଞ୍ଚି ରହିବାର ଇଛା ହରାଇଥାଏ। ଏମିତିରେ ତାଙ୍କୁ ସୁଇସାଇଡ଼ ବ୍ୟତୀତ ଆଉକିଛି ରାସ୍ତା ଦେଖାଯାଇନଥାଏ। ବୋଧହୁଏ ଏହିସବୁ କଥା ମଧ୍ୟପ୍ରଦେଶର ଇନ୍ଦୋରର ସହରରେ ଥିବା ଏକ ମେଡ଼ିକାଲ କଲେଜର ଜୁନିୟର ଡ଼କ୍ଟରଙ୍କ ମନରେ ଚାଲିଥିଲା। ଏଥିପାଇଁ ସେ ନିଜକୁ। ଏନେସ୍ଥେସିଆର ଓଭରଡୋଜ ଦେଇ ମାରି ଦେଇଥିଲେ। ପୋଲିସକୁ ଡ଼କ୍ଟରଙ୍କ ପାଖରୁ ସୁଇସାଇଡ଼ ନୋଟ ମଧ୍ୟ ମିଳିଥିଲା। ଏଥିରେ ଡ଼କ୍ଟର ମରିବା ପୂର୍ବରୁ ନିଜର ଭାବନାକୁ ବ୍ୟକ୍ତ କରିଥିଲେ।

ଆତ୍ମହତ୍ୟା କରିଥିବା ଏହି ଡ଼କ୍ଟରଙ୍କ ନାମ ଅପୂର୍ବା ଗୋଲହାନୀ କୁହାଯାଉଛି। ସେ ମୂଳ ରୂପରେ ସିଭନୀରେ ରୁହନ୍ତି। ତାଙ୍କର ଇନ୍ଦୋରରେ ଥିବା MGM କଲେଜରେ ପୋଷ୍ଟ ଗ୍ରାଜୁଏସନ ଚାଲୁଥିଲା। ସେ ପିଜିର ଥାର୍ଡ଼ ଇୟାର ଷ୍ଟୁଡେଣ୍ଟ ଥିଲେ। ସେ ଇନ୍ଦୋରର ଜେଡ଼ି ହଷ୍ଟେଲରେ ରହୁଥିଲେ। ସେ ଇନ୍ଦୋରର ଏମୱାଇ ହସ୍ପିଟାଲରେ ଡ୍ୟୁଟି ମଧ୍ୟ କରୁଥିଲେ।

ଶନିବାର ରାତ୍ରି 10 ଘଟିକା ସମୟରେ ଯେତେବେଳେ ଅପୂର୍ବା ଡ୍ୟୁଟି କରି ଫେରିଥିଲେ ସେତେବେଳେ ହଷ୍ଟେଲ ୱାର୍ଡ଼ନଙ୍କ ସହିତ କଥା ହୋଇ ନିଜ ରୁମ ଭିତରକୁ ଶୋଇବାପାଇଁ ଚାଲିଗଲେ। ରବିବାର ସକାଳୁ ତାଙ୍କୁ ତାଙ୍କ ସାଥି ଡ଼କ୍ଟର ଫୋନ କରିଥିଲେ ଓ ଅପୂର୍ବା ଫୋନ ନଉଠାଇବାରୁ ସେ ତାଙ୍କୁ ଭେଟିବା ପାଇଁ ହଷ୍ଟେଲକୁ ଯାଇଥିଲେ। ଏଠାରେ ସେ ଦେଖନ୍ତି ତ ଅପୂର୍ବା ବେହୋସ ପଡ଼ିଥିଲେ ଓ ତାଙ୍କ ହାତରେ ସଲାଇନ ଲାଗିଥିଲା। ତୁରନ୍ତ ତାଙ୍କୁ ଏମୱାଇଏଚ ହସ୍ପିଟାଲରେ ଭର୍ତ୍ତି କରାଗଲା କିନ୍ତୁ ଡ଼କ୍ଟର ତାଙ୍କୁ ମୃତ ଘୋଷିତ କରିଥିଲେ।

ସୁଇସାଇଡ଼ ନୋଟ ମଧ୍ୟ ମିଳିଥିଲା:-

ପୋଲିସକୁ ଅପୂର୍ବାଙ୍କ ମରିବା ସ୍ଥାନରେ ଏକ ସୁଇସାଇଡ଼ ନୋଟ ମିଳିଥିଲା। ଏହାକୁ କିନ୍ତୁ ପୋଲିସ ସ୍ପଷ୍ଟ ରୂପରେ ଦର୍ଶାଇନଥିଲା, ଏହି ସୁଇସାଇଡ଼ ନୋଟଟି ଇଂରାଜୀରେ ଥିଲା ଓ ଏଥିରେ ଲେଖାଥିଲା, ଆଇ ଆମ ଅନେବୁଲ ଟୁ ଫାଇଟ ମାଈଁସେଲ୍ଫ’। ଏହାସହ ସେ ନିଜର ଘରଲୋକଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ଜେଡ଼ି ହଷ୍ଟେଲର ୱାର୍ଡ଼ନ କହିଥିଲେ, ଅପୂର୍ବା ମେଳାପି ଝିଅ ଥିଲେ ଓ ଶନିବାର ଦିନ ତାଙ୍କର ଏକ କୋରିୟର ଆସିଥିଲା। ଯେତେବେଳେ ମୁଁ ତାଙ୍କୁ ଏହା ବିଷୟରେ ପଚାରିଥିଲି ସେତେବେଳେ ସେ କହିଲେ, ମୁଁ ଏହାକୁ ସକାଳେ ନେବି। ଘଟଣା ସ୍ଥଳକୁ ଫରେନ୍ସିକ ଟିମ ଯାଇଥିଲେ ଓ ଦେଖିଥିଲେ କି, ଡ଼କ୍ଟର ଏନେସ୍ଥେସିଆର ଓଭରଡୋଜ ନେବାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ପୋଲିସ ତାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। କୁହାଯାଉଛି ଅପୂର୍ବାଙ୍କ ମାଆ ମାତ୍ର 15 ଦିନ ପୂର୍ବରୁ ହିଁ ତାଙ୍କୁ ହଷ୍ଟେଲରେ ଭେଟ ହୋଇ ଯାଇଥିଲେ।

odia sambada
Comments (0)
Add Comment