ପ୍ରକୃତିଙ୍କ ସବୁ ପ୍ଲାନକୁ ପଛରେ ପକାଇ ଏୟାରପୋର୍ଟରୁ ଟାଣି ଟାଣି ଆଣିଲେ ମନ୍ମଥ ମିଶ୍ର

ଝିଅ ପ୍ରକୃତି ମିଶ୍ରକୁ ବାପା ନେଇ ଆସିଛନ୍ତି ଭୁବନେଶ୍ୱର। ପ୍ରକୃତିଙ୍କର ସମସ୍ତ ପ୍ଲାନକୁ ପଛରେ ପକାଇ ବାପା ମନ୍ମଥ ମିଶ୍ର ତାଙ୍କୁ ଭୁବନେଶ୍ବର ନେଇ ଆସିଛନ୍ତି। ପ୍ରକୃତି ଭୁବନେଶ୍ବର ଆସିବା ପରେ ତାଙ୍କୁ ୧ ଘଣ୍ଟା କାଳ ଜେରା କରାଯାଇଥିଲା। ପ୍ରକୃତିଙ୍କୁ ମହିଳା କମିଶନର ପୋଲିସ ଘଣ୍ଟାଏ କାଳ ଜେରା କରିଛି। ଏହି ଜେରାରେ ପ୍ରକୃତି ତାଙ୍କୁ ବହୁତ ସହଯୋଗ କରିଛନ୍ତି ବୋଲି ପୋଲିସ ତରଫରୁ କୁହାଯାଉଛି।

ବର୍ତ୍ତମାନ ଏକ ବଡ ପ୍ରଶ୍ନ ହେଉଛିକି ବାବୁସାନ କେବେ ଆସିବେ? ବାବୁସାନ କୁଆଡେ ଯାଇଛନ୍ତି। ବର୍ତ୍ତମାନ ପ୍ରକୃତିଙ୍କ ଉପରେ ରୁଜ୍ଜୁ ହୋଇଥିବା ଧାରା ଅନୁସାରେ ଅନେକ ଥର ପଚରା ଉଚରା କରାଯିବ। ଏପଟେ ଆରମ୍ଭରୁ ତୃପ୍ତି ପୋଲିସକୁ ସହଯୋଗ କରି ଆସୁଛନ୍ତି।

ତେବେ ବର୍ତ୍ତମାନ ଦେଖିବାକୁ ହେବକି କେମିତି ପ୍ରକୃତି ଓ ତୃପ୍ତି ଏହି ଘଟଣାରେ ଆଗକୁ କଣ କରୁଛନ୍ତି। ଏହି ମାମଲାରେ କଣ ସବୁ ପର୍ଦାଫାସ ତାହା ଦେଖିବାର ବାକି ଅଛି। ଏହି ମାମଲାରେ ସମସ୍ତେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ବର୍ତ୍ତମାନ ବାବୁସାନ କେବେ ଆସୁଛନ୍ତି ତାହା ଦେଖିବାକୁ ହେବ।

odia sambada
Comments (0)
Add Comment