ଧନୀ ଲୋକଙ୍କର ଅଜବ ଗଜବ କାରନାମା ଶୁଣିଲେ ହୋସ ଉଡିଯିବ

ଜସଲିନ ୱାଲେଷ୍ଟାଇନ:-

ଜସଲିନ ୱାଲେଷ୍ଟାଇନ ହେଉଛନ୍ତି ଜଣେ ଅରବପତିଙ୍କର ଝିଅ। ତାଙ୍କର ଅଭ୍ୟାସ ଏତେ ଖରାପକି ତାଙ୍କ ବର୍ଷକର ଫୋନ ବିଲ ୪୨ ଲକ୍ଷ ଟଙ୍କା ଅଟେ। ସାରା ଦୁନିଆରେ ତାଙ୍କର ଚର୍ଚ୍ଚା ହେଲା ଯେତେବେଳେ ସେ ୪୦ଲକ୍ଷ ଡଲାରର ପ୍ଲାଷ୍ଟିକ ସର୍ଜରୀ କରାଇଲେ। ତାଙ୍କର ଏହି ପ୍ଲାଷ୍ଟିକ ସର୍ଜରୀ କରିବାର ଉଦ୍ଦେଶ୍ୟ ଥିଲା ଏକ ବିଲେଇ କରିବାକୁ। କାରଣ ତାଙ୍କର ସ୍ବାମୀଙ୍କୁ ବିଲେଇ ବହୁତ ପସନ୍ଦ ଥିଲା। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ଖୁସି କରିବା ପାଇଁ ଏମିତି କରିଥିଲେ। ଜସଲିନ ନିଜର ଚେହେରାକୁ ବିଲେଇ ପରି କରିବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ସେ ବିଫଳ ହେବାରୁ ତାଙ୍କର ସ୍ବାମୀ ତାଙ୍କର ସେହି ଚେହେରାକୁ ଦେଖି ତାଙ୍କୁ ଛାଡିଦେଲେ।

ହମାଦ ବିନ ଖଲିଫା:-

ହମାଦ ହେଉଛନ୍ତି କତାରର ରାଜବଂଶର ବଂଶଜ। ତାଙ୍କର ଚର୍ଚ୍ଚା ଦୁନିଆର ବହୁତ ଧନୀ ଲୋକଙ୍କ ମଧ୍ୟରେ ହୋଇଥାଏ। କିନ୍ତୁ ହମାଦ ଏମିତି କାମ କରିଲେ ସାରା ଦୁନିଆର ନଜର ତାଙ୍କ ଉପରେ ପଡ଼ିଲା। ସେ ଏକ ଜାଗା କିଣି ସେଥିରେ ନିଜର ନାମ ଲେଖିଦେଲେ। ସେ ଚାହୁଁଥିଲେକି ତାଙ୍କ ନାମ ଏତେ ବଡ ହେବା ଆବଶ୍ୟକକି ଜହ୍ନରୁ ଦେଖିଲେ ଯେମିତି ତାଙ୍କ ନାମ ନାମ ଦେଖାଯାଉଥିବ।

ମୁକେଶ ଅମ୍ବାନୀ:-

ମୁକେଶ ଅମ୍ବାନୀ ହେଉଛନ୍ତି ଆମ ଭାରତର ଜଣେ ଟପ ବ୍ୟବସାୟୀ ଟାଇକୁନ। ତାଙ୍କର ନାମ ମଧ୍ୟ ସାରା ବିଶ୍ଵର ଧନୀ ବ୍ୟକ୍ତିଙ୍କ ନାମରେ ଗଣା ଯାଇଥାଏ। ମୁକେଶ ଅମ୍ବାନୀ ନିଜ ସମ୍ପତ୍ତିରୁ କିଛି ଭାଗ ବ୍ୟବହାର କରି ନିଜ ପାଇଁ ଏକ ଆଲିସାନ ବଙ୍ଗଳା ତିଆରି କରିଛନ୍ତି। ଏହି ୨୭ ମହଲା ବିଲ୍ଡିଂକୁ ବାହାରୁ ଦେଖିଲେ ଏକ ସାଧାରଣ ବିଲ୍ଡିଂ ପରି ଦେଖାଯାଏ, କିନ୍ତୁ ଏହାକୁ ତିଆରି କରିବା ପାଇଁ ୨ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଯାହାକି ମୁମ୍ବାଇରେ ୫୫୦ ଫୁଟ ପର୍ଯ୍ୟନ୍ତ ଉପରକୁ ଯାଇଛି। ଏହି ବିଲଡିଂରେ ସମସ୍ତ ପ୍ରକାର ସୁବିଧା କରାଯାଇଛି। ହ୍ୟାଲିପ୍ୟାଡ ମଧ୍ୟ ଅଛି। ଏହି ବିଲଡିଂକୁ ୬୦୦ କର୍ମଚାରୀ ମିଶି ରକ୍ଷଣ ବେକ୍ଷଣ କରନ୍ତି।

ସୁଲତାନ ବୃଣି:-

ସେ ହେଉଛନ୍ତି ମୁସଲମାନ ଦୁନିଆର ସବୁଠାରୁ ସଉକ ମଣିଷ। ସେ ଏକ ବୋଇଂ ବିମାନକୁ ୧୦ କୋଟି ଡଲାରରେ କିଣିଥିଲେ। ଓ ସେଥିରେ ଅଧିକ ୧୨ କୋଟି ଖର୍ଚ୍ଚ କରି ଏହାକୁ ଦୁନିଆର ସବୁଠାରୁ ଆରାମଦାୟକ ବିମାନ କରିଥିଲେ। ଏଥିରେ ସମସ୍ତ ଜିନିଷ ସୁନାରେ ପ୍ରସ୍ତୁତ ହୋଇଥିଲା।

ରୋମାନ ଆବ୍ରାମଭିଚ:-

ରୋମାନ ହେଉଛନ୍ତି ଋଷର ଏକ ପ୍ରସିଦ୍ଧ ବ୍ୟବସାୟୀ। ସେ ଚେଲ୍ସି ଫୁଟବଲ କ୍ଳବର ମାଲିକ। ସେ ନିଜର ସଉକ ପୂରଣ କରିବା ପାଇଁ ଏକ ୟଟ କିଣି ନେଇଥିଲେ। ଯାହାର ମୂଲ୍ୟ ୪୫୦ କୋଟି ଡଲାର। ଯେଉଁଥିରେ ସମସ୍ତ ପ୍ରକାରର ସୁବିଧା ଅଛି। ଏଥିରେ ଦୁଇଟି ହ୍ୟାଲିପ୍ୟାଡ ମଧ୍ୟ ଅଛି। ଏଥିରେ ଅନେକ ପ୍ରକାରର ସୁବିଧା ଅଛି। ଯଦି କେହି ଫୋଟଗ୍ରାଫର ଏହାର ଫୋଟ ପାଖରୁ ଉଠାଏ ତେବେ ଏହା ଭିତରେ କୌଣସି ଅଂଶ ଦେଖାଯାଏ ନାହିଁ।

ଅଲି ବିନ ତଲାଲ:-

ସେ ହେଉଛନ୍ତି ସାଉଦି ଆରବର ୱାଲିଦ। ତାଙ୍କର ସଉକ ଥିଲା ଦୁନିଆର ସବୁ ଦାମୀ କାରକୁ ନିଜ ପାଖରେ ରଖିବା। ସେଥିପାଇଁ ସେ ନିଜର ଏକ କରକୁ ବିଶ୍ଵର ସବୁଠାରୁ ଦାମୀ ହୀରା, ସୁନାକୁ ନିଜ କାରରେ ବ୍ୟବହାର କରିଛନ୍ତି। ଏହି କାରକୁ ପାଖରେ ଯାଇ ଦେଇଥିଲେ ୧୦୦୦ ଡଲାର ଦେବାକୁ ପଡେ। ଏହି କାରର ସମୁଦାୟ ମୂଲ୍ୟ ପାଖାପାଖି ୪୫୦ କୋଟି ଡଲାର।

ବିଲ ଗେଟ୍ସ:-

ବିଲ ଗେଟ୍ସଙ୍କୁ କିଏ ବା ନଜାଣେ। ତାଙ୍କର ସମ୍ପତ୍ତି ବିଷୟରେ ସମାସ୍ତଙ୍କୁ ଜଣା। ସେ ଲିଓନାର୍ଡ ଡା ଭିନ୍ସିଙ୍କର ଏକ ପ୍ରଶଂସକ। ସେ ତାଙ୍କର ସମସ୍ତ ଜିନିଷକୁ କିଣିବା ପାଇଁ ଅନେକ ପଇସା ଖର୍ଚ୍ଚ କରନ୍ତି। ଯେଉଁଥିରେ ସେ ୩୦ କୋଟି ବିଲିୟନ ଡଲାର ଖର୍ଚ୍ଚ କରି କିଣି ନେଇଥିଲେ।

odia sambada
Comments (0)
Add Comment