ପ୍ରକୃତିଙ୍କ ଜିଦ୍ ଆଗରେ ସବୁବେଳେ ସରେଣ୍ଡର ହେଲେ ବାବୁଶାନ୍……

ପ୍ରକୃତି ମିଶ୍ରଙ୍କ ଜିଦ୍ ଆଗରେ ବାବୁଶାନ୍ ସବୁବେଳେ ସରେଣ୍ଡର କରୁଛନ୍ତି । ଆଉ ସେହି ଜିଦ୍ ପାଇଁ ହିଁ ନିଜର କାର୍ଯ୍ୟକ୍ରମକୁ ସେ ଯାଇପାରି ନଥିଲେ । ଆଜ୍ଞା ହଁ, ଯେତେବେଳେ ପ୍ରକୃତିଙ୍କୁ ଡକାଗଲା ନାହିଁ, ସେତେବେଳେ ପ୍ରକୃତି ଏଠି ସମସ୍ୟା ସୃଷ୍ଟି କରିଛନ୍ତି । ଆଉ ଏହା ପରେ ପରେ ପ୍ରକୃତି ଜିଦ୍ କରିଥିଲେ, ଯଦି ମୁଁ ଯାଉନି ତାହେଲେ ତୁମେ ବି କାର୍ଯ୍ୟକ୍ରମକୁ ଯିବନାହିଁ । ଆଉ ଯୋଉଥିପାଇଁ ବାବୁଶାନ୍ ନିଜ କାର୍ଯ୍ୟକ୍ରମକୁ ଯାଇପାରି ନଥିଲେ ।

ଚେନ୍ନାଇ ମାଡ୍ରାସର ଇମେଜ ଅଡିଟୋରିୟମରେ ତମାମ ଫିଲ୍ମର ପ୍ରମୋସନ ପାଇଁ ସବୁ ଆରେଞ୍ଜମେଣ୍ଟ ଥିଲା, ହେଲେ ବାବୁଶାନ୍ ସେଠାକୁ ଯାଇନଥିଲେ । ଏହାସହିତ 86 ତମ ଉତ୍କଳ ଦିବସ ସେଲିବ୍ରେଶନରେ ଯେଉଁଠାରେ ବାବୁଶାନଙ୍କ ଫଟୋ ରହିଛି, ସେଠାରେ ପ୍ରକୃତି ମିଶ୍ରଙ୍କ ଫଟୋ ନାହିଁ ସତ, କିନ୍ତୁ ପ୍ରକୃତି ନିଜର ଫିଲ୍ମ ପ୍ରମୋସନ ପାଇଁ ସେଠାକୁ ଯାଇଥିଲେ ।

ତେବେ ଏହା ପରେ ପରେ ଯେତେବେଳେ ଏତେସବୁ ସମସ୍ୟା ହେଲା, ସେତେବେଳେ ପ୍ରକୃତି ମିଶ୍ର ନିଜେ ଗୋଟେ କଲ୍ ଲାଇଭ ଭିଡ଼ିଓରେ ଆସି ନିଜର ସଫେଇ ଦେଲେ । ଆଊ ଏହା ପରେ ପରେ ବାବୁଶାନ୍ ନିଜେ ଏକ ଭିଡିଓ କରି କହିଥିଲେ ଯେ ସେ ସେହି କାର୍ଯ୍ୟକ୍ରମକୁ ଯିବେନାହିଁ । ଆଉ ଏହାପରେ ସେ ପ୍ରକୃତିଙ୍କୁ ନିଜର ଭଲ ସାଙ୍ଗ ସହିତ ନା ପ୍ରକୃତି ତାଙ୍କ ଠାରୁ ଟଙ୍କା ନେଇଛନ୍ତି, ନା ତାଙ୍କୁ ହଇରାଣ କରୁଛନ୍ତି ଏକଥା ବି କହିଥିଲେ ।

ତେବେ ଏଠାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯଦି ଗୋଟିଏ କାର୍ଯ୍ୟକ୍ରମକୁ ବାବୁଶାନ୍ ଯିବେ କି ନଯିବେ ଜିଦ୍ କରି ପ୍ରକୃତି ତାଙ୍କୁ ଅଟକାଇ ଦେଇ ପାରୁଛନ୍ତି, ତେବେ ବାବୁଶାନଙ୍କ ଷ୍ଟେଟମେଣ୍ଟ ଚେଞ୍ଜ କରିବାପାଇଁ ମଧ୍ୟ ପ୍ରକୃତି ମିଶ୍ର ନିଶ୍ଚିତ ତାଙ୍କ ଉପରେ ଚାପ ପ୍ରୟୋଗ କରିଥିବେ । ଯାହାଫଳରେ ବାବୁଶାନ୍ ଏଯାଏଁ ଓଡ଼ିଶା ଫେରିନାହାନ୍ତି । ଆଉ ଯାହା ଜଣାପଡୁଛି ସେ ପ୍ରକୃତିକୁ ଧରି ଆଣ୍ଡାମାନ ଚାଲି ଯାଇଛନ୍ତି ।

ତେବେ ସେହି ସମାନ କଥା ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ କହିଥିଲେ ଯେ ବାବୁଶାନଙ୍କର 30 ତାରିଖରେ ଆସିବାକୁ ଯାଉଥିବା ଜନ୍ମଦିନରେ ଉଭୟ ଆଣ୍ଡାମାନରେ ସେଲିବ୍ରେଟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ଘଟଣାଟି ବର୍ତ୍ତମାନ ସାଙ୍ଘାତିକ ଆଡ଼କୁ ଯାଉଛି । ଏଠାରେ ବାବୁଶାନ୍ ଗୋଟିଏ ନିଷ୍ପତ୍ତି ନେବାର ସମୟ ଆସିଛି । ବର୍ତ୍ତମାନ ଦେଖିବାର ଅଛି ଯେ ତାଙ୍କ ପାଇଁ କିଏ ଗୁରୁତ୍ୱପୂର୍ଣ୍ଣ , ତାଙ୍କ ପରିବାର ନା ପ୍ରକୃତି ।

odia sambada
Comments (0)
Add Comment