+2 ପରୀକ୍ଷାରେ ୪୫ % ମାର୍କ ରଖିଥିଲେ ମିଳିବ ସରକାରୀ ଚାକିରି, ଜଲଦି କରନ୍ତୁ ଆବେଦନ

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ।
ଇଣ୍ଡିଆନ ଅଏଲ୍‌ ଦ୍ୱାରା ଜୁନିଅର ଅପରେଟର ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି।

*ପଦବୀ ବିବରଣୀ: ୩୯

ତେଲେଙ୍ଗାନା (୫), କର୍ଣ୍ଣାଟକ (୬) ଏବଂ ତାମିଲନାଡୁ ଏବଂ ପଡୁଚେରୀ ପାଇଁ ୨୮ ପଦବୀ ରହିଛି।

*ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ, EWS ଏବଂ ଓବିସି ଅତିକମରେ ୪୫ ପ୍ରତିଶତ ମାର୍କ ସହିତ ୧୨ଶ ପାସ୍‌ କରିଥିବା ଜରୁରୀ। ଅନୁସୁଚିତ ଜାତି ଏବଂ ଜନଜାତି ପାଇଁ ୪୦ ପ୍ରତିଶତ ମାର୍କ ସହିତ ୧୨ଶ ପାସ୍‌ କରିଥିବା ଜରୁରୀ।

*ବୟସ ସୀମା :

ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୬ ବର୍ଷ ମଧ୍ୟରେ ହେବା ଜରୁରୀ।

*ଆବେଦନ ଶୁଳ୍କ :

ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ସାମାନ୍ୟ, EWS ଓ ଓବିସି ପ୍ରାର୍ଥୀ ୧୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

*ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ କୌଶଳ ଦକ୍ଷତା ଶାରୀରିକ ପରୀକ୍ଷା ଆଧାରରେ ହେବ। ଲିଖିତ ପରୀକ୍ଷା ୧୦୦ ଟି ପ୍ରଶ୍ନ ରହିବ ଏବଂ ପରୀକ୍ଷା ସମୟ ୯୦ ମିନିଟ୍‌ ରହିବ।

*ପରୀକ୍ଷା ସମୟ :

ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ୨୧ ଅଗଷ୍ଟ ୨୦୨୨ରେ ଆୟୋଜିତ ହେବ। ଫିଜିକାଲ ଟେଷ୍ଟ, ଦସ୍ତାବିଜ ଏବଂ ସ୍କିନ ଟେଷ୍ଟ ୬ ସେପ୍ଟେମ୍ବର ୨୦୨୨ରେ ଆୟୋଜିତ ହେବ।ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବା ପାଇଁ ଅଧିକାରକ ୱେବସାଇଟ୍‌ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ।

odia sambada
Comments (0)
Add Comment