ଯଦି ବାବୁସାନ ସଙ୍ଗେ ଲିଭଇନରେ ରହୁ ନଥିଲ,ତା ହେଲେ ଗେଷ୍ଟ ହାଉସରେ କଣ କରୁଥିଲେ ?

ବାବୁସାନଙ୍କ ସହିତ ଲିଭଇନ ରିଲେସନସିପ କଥାକୁ ସମ୍ପୂର୍ଣ ରୂପରେ ଖଣ୍ଡନ କରିଛନ୍ତି ପ୍ରକୃତି ମିଶ୍ର। ସେ ଏହାର ଉତ୍ତର ରଖିନାହାନ୍ତି, ୩ ଦିନ ପର୍ଯ୍ୟନ୍ତ ସେ ସେହି ଗେଷ୍ଟ ହାଉସରେ କଣ କରୁଥିଲେ। ସେହି ଗେଷ୍ଟ ହାଉସରେ ଅନେକ ଗୁମର ରହିଛି। ଯାହାକି ଫିଟିବା ବାକି ରହିଛି। କାହିଁକି ରାତି ୩:୩୦ ରୁ ତୃପ୍ତି ବାବୁସାନ ଓ ପ୍ରକୃତିଙ୍କୁ ଧରିବା ପାଇଁ ଜଗି ରହିଥିଲେ। କଣ କରୁଥିଲେ ଉଭୟ ସେହି ଗେଷ୍ଟ ହାଉସରେ ରାତି ସାରା।

ଏମିତି କିଛି ଅନେକ କଥା ଆଦୌ ପରିଷ୍କାର ହୋଇପାରି ନାହିଁ, ପ୍ରକୃତିଙ୍କ ଏହି ୪ମିନିଟ ଭିଡିଓରେ। ଯାହାକି ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହାପରେ ପ୍ରକୃତି ମିଶ୍ର ନିଜ ତରଫରୁ ଅନେକ ସ୍ପଷ୍ଟୀକରଣ ଦେଇଚାଲିଛନ୍ତି ପ୍ରକୃତି ମିଶ୍ର। କିନ୍ତୁ ଲକଡାଉନ ପରଠୁ ସେ ଗୋଟି ଗୋଟି କଥାକୁ ଆଦୌ ସ୍ପଷ୍ଟ କରିନାହାନ୍ତି। ତାହା ଶୁଣିବା ବର୍ତ୍ତମାନ ବାକି ଅଛି।

ବାବୁସାନ ଯେଉଁ ଦିନ ବଲବମରେ ଯାଇଥିଲେ, ସେଦିନ ମଧ୍ୟ ଏମିତି କିଛି ଘଟିଥିଲା ବୋଲି ଅପରାଜିତା ମହାନ୍ତି କହିଛନ୍ତି। ଏହାକୁ ନେଇ ବାବସାନ ଯେଉଁ ବ୍ଲାକମେଲିଂ କଥା କହୁଛନ୍ତି ତାକୁ ନେଇ ନୀରବ ଥିଲେ ପ୍ରକୃତି ମିଶ୍ର। ପ୍ରକୃତି ମିଶ୍ରଙ୍କ କଥା କେତେ ସତ ଆଉ କେତେ ମିଛ ତାହା ବର୍ତ୍ତମାନ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ବୋଧେ ପ୍ରକୃତିଙ୍କୁ ଏଥିପାଇଁ ଆଉ ଏକ ଭିଡିଓ କରିବାକୁ ପଡ଼ିବ।

odia sambada
Comments (0)
Add Comment