DCP ହେଲେ ୧୩ ବର୍ଷର ପିଲା, ୯ମ ପାଠ ପଢୁଥିବା ପିଲା ବଡ ପଦରେ,ଜାଣନ୍ତୁ କାହିଁକି ଏମିତି ହେଲା ?

ଡିସିପି ହେଲେ ୧୩ ବର୍ଷର ପିଲା। କମ ବୟସରେ ପୂରଣ ହେଲା ସ୍ବପ୍ନ। ୯ମ ପଢୁଥିବା ପିଲା ବଡ ପଦରେ, କାହିଁକି ହେଲା ଏମିତି? ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ। କାହାର ଅତିଶୀଘ୍ର ତୋ ଆଉ କାହାର ବିଳମ୍ବରେ ସ୍ବପ୍ନ ପୂରଣ ହୁଏ। ମାତ୍ର କିଛି ଭାଗ୍ୟବାନ ଥାଆନ୍ତି ଯେଉଁମାନଙ୍କର ସ୍ବପ୍ନ ପୂରଣ ହେବାକୁ ବେଶୀ ସମୟ ଲାଗିନଥାଏ। ଏମିତି ଦୁଇଜଣ ପିଲା ହେଲେ ବେଙ୍ଗାଲୁରୁର। କମ ବୟସରେ ସେ ହୋଇଛନ୍ତି ଡିସିପି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କର୍କଟ ପରି ଏକ ସାଙ୍ଘାତିକ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ଯୁଦ୍ଧ କରିବାର ସୁଯୋଗ ପାଇଛନ୍ତି ଏହି ଦୁଇଜଣ। ଏହି ଦୁଇଜଣ ହେଉଛନ୍ତି କେରଳର ମହମ୍ମଦ ସଲମନ, ବେଙ୍ଗାଲୁରୁର ମିଥଲେସ। ଦୁଇହେନ୍ ୧୩ ବର୍ଷର ଓ ୯ମ ଶ୍ରେଣୀରେ ପଢୁଛନ୍ତି। ସେମାନଙ୍କର ସ୍ଵପ୍ନ ହେଉଛି, ବଡ ହେଲେ ପୋଲିସ ଅଧିକାରୀ ହେବେ। କାରଣ ପୋଲିସ ଅଫିସରଙ୍କ କାର୍ଯ୍ୟଶୈଳୀକୁ ସେ ବହୁତ ପସନ୍ଦ କରନ୍ତି। ମାତ୍ର ଈଶ୍ବରଙ୍କ ଇଚ୍ଛା କିଛି ଅଲଗା ଥିଲା।

ପାଠ ପଢିବା ତୋ ଦୂର କଥା ସେମାନେ ବର୍ତ୍ତମାନ କର୍କଟ ସହ ଲଢେଇ କରି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ସେମାନଙ୍କର ସ୍ବପ୍ନକୁ ସାକାର କରିଛନ୍ତି ବେଙ୍ଗାଲୁରୁର ଦକ୍ଷିଣ ପୂର୍ବ ପୋଲିସ। ଏହି ଦୁଇଜଣଙ୍କୁ କିଛି ସମୟ ଡେପୁଟି କମିଶନର ପୋଲିସ କରିଛନ୍ତି। ଏହି ଦୁଇଜଣଙ୍କୁ ପୋଲିସ ପୋଷାକ ସହ ଡିସିପିଙ୍କ ପୋଷ୍ଟରେ ମଧ୍ୟ ଦେଖିବାକୁ ମିଳିଛି। ସେମାନଙ୍କ ଫୋଟକୁ ଟୁଇଟରରେ ପୋଷ୍ଟ କରିଛନ୍ତି ଦକ୍ଷିଣପୂର୍ବ ପୋଲିସର ଡିସିପି।

odia sambada
Comments (0)
Add Comment