ତୃପ୍ତିଙ୍କୁ ବଡ ଅଭିଯୋଗ : ସତ୍ୟ ନଗର ଘରେ ଲିଭଇନରେ ରହୁଥିଲେ ବାବୁଶାନ୍ ଓ ପ୍ରକୃତି……

ଅଭିନେତା ବାବୁଶାନଙ୍କ ସ୍ତ୍ରୀ ତୃପ୍ତିଙ୍କ କହିବା କଥା ହେଉଛି ଯେ ସତ୍ୟ ନଗର ଘରେ ବାବୁଶାନ୍ ଓ ପ୍ରକୃତି ରହୁଥିଲେ । ଏମିତିକି ବାବୁଶାନ୍ ଓ ପ୍ରକୃତି ଲିଭଇନ ରିଲେସନସିପରେ ମଧ୍ୟ ରହୁଥିଲେ । ଏହାସହିତ ତୃପ୍ତି ଏହା ପୂର୍ବରୁ 3 ଥର ରେଡ ହ୍ୟାଣ୍ଡରେ ମଧ୍ୟ ଧରି ସାରିଛନ୍ତି । ଏହାପରେ ବାବୁଶାନ୍ ଓ ପ୍ରକୃତି ମିଶ୍ର ବାରମ୍ବାର ଜାଗା ପରିବର୍ତ୍ତନ କରି ପ୍ରେମ କରୁଥିଲେ । ଏପରିକି ଶେଷଥର ପାଇଁ ସେ ସତ୍ୟ ନଗରର ଗୋଟିଏ ଘରେ ବାବୁଶାନ୍ ଓ ପ୍ରକୃତି ଲିଭଇନ ରିଲେସନସିପରେ କାଳେ ରହୁଥିଲେ ।

ଏମିତି ବର୍ତ୍ତମାନ ସବୁଠି ଚର୍ଚ୍ଚା ହେବାରେ ଲାଗିଛି । ଏହାମଧ୍ୟରେ ବାବୁଶାନ୍ ଯେତେବେଳେ ଚେନ୍ନାଇ ଯାଇ ନିଜର ଜନ୍ମଦିନ ପାଳିବା କଥା ତୃପ୍ତି ଶୁଣିଲେ, ଠିକ୍ ସେତେବେଳଠାରୁ ରାତି ଅଧରୁ ଜଗି ରହିଥିଲେ ସତ୍ୟ ନଗରର ସେହି ଘର ସାମ୍ନାରେ । ଏମିତି କୁଆଡେ ପ୍ରକୃତି ତୃପ୍ତିଙ୍କୁ ଜବାବ ଦେଇ କହିଥିଲେ ଯେ ମୁଁ ବାବୁକୁ ଭଲପାଉଛି । ଆଉ ଆମ ଭିତରେ ଯିଏ ବି ପଶିବ ପରିଣାମ ଭୋଗିବ ବୋଲି ପ୍ରକୃତି କହିଥିଲେ ।

ଆଉ ଏପରି କିଛି କହି ପ୍ରକୃତି କାଳେ ପ୍ରଥମେ ତୃପ୍ତିଙ୍କୁ ଧକ୍କା ମାରିଥିଲେ । ଆଉ ତାପରେ କିଛି ମାସ ହେବ ବାବୁଶାନ୍ ଘରେ ରହୁନଥିଲେ । ସତ୍ୟ ନଗର ଘରେ ରହୁଥିଲେ । ଯେତେବେଳେ କାମ ପଡୁଥିଲା, ସେତେବେଳେ ଘରକୁ ଆସନ୍ତି ଏବଂ ଜିନିଷ ପତ୍ର ନେଇ ଚାଲି ଯାଆନ୍ତି ।

ବାବୁଶାନ୍ ସ୍ତ୍ରୀ, ପରିବାର, ପିଲା କଥା କିଛି ବି ବୁଝନ୍ତିନି । ସତ୍ୟ ନଗର ଘରେ ବାବୁଶାନ୍ ପ୍ରକୃତିଙ୍କୁ ନେଇ ରୁହନ୍ତି ।ଏମିତିକି କାଲି ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ତୃପ୍ତି କହିଛନ୍ତି କି ଅଭିନେତ୍ରୀ ପ୍ରକୃତିଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଛି । ତେବେ ଏସବୁ ଭିତରେ ଜଣାପଡ଼ିବ କେଉଁ ପାଣି କୁଆଡେ ଯାଉଛି ।

odia sambada
Comments (0)
Add Comment