ହାର୍ଦିକ ପାଣ୍ଡ୍ୟା ଆଗାମୀ ବର୍ଷ କ୍ରିକେଟରୁ ନେବାକୁ ଯାଉଛନ୍ତି ସନ୍ୟାସ ! ବର୍ତମାନ ସାମ୍ନାକୁ ଆସିଲା ବହୁତ ବଡ଼ ଖୁଲାସା…..

ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ବିଗତ କିଛିମାସ ବହୁତ ଶାନଦାର ରହିଥିଲା। ସେ ଭାରତୀୟ ଦଳକୁ ତାବଡ଼ତୋଡ଼ ପ୍ରଦର୍ଶନ କରି ଫେରିବା ସହିତ ଆଇପିଏଲରେ ମଧ୍ୟ ଏକ ନୂଆ ଟିମର ଅଧିନାୟକତା କରି ଦଳକୁ ବିଜୟ ଦେଇଥିଲେ। ଏହାପରେ ଭାରତୀୟ ଦଳକୁ ଶାନଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଅଧିନାୟକତା କରିବାର ମୌକା ମଧ୍ୟ ପାଇଥିଲେ। ହାର୍ଦିକ ପାଣ୍ଡ୍ୟା ଆଗାମୀ ବର୍ଷ ରିଟାୟାର୍ଡ଼ ହେବାକୁ ଯାଉଛନ୍ତି ତ ଏହାଶୁଣି ଆପଣଙ୍କୁ କେମିତି ଲାଗିବ? ଭାରତୀୟ ଟିମର ପୂର୍ବତନ କୋଚ୍ ଏମିତି ଏକ ପୂର୍ବାନୁମାନ କରି କହିଛନ୍ତି ଯେ, ହାର୍ଦିକ ଇଣ୍ଟରନାଶନାଲ କ୍ରିକେଟରୁ ଆଗାମୀ ବର୍ଷ ରିଟାୟାର୍ଡ଼ ହୋଇପାରନ୍ତି।

ଦିନିକିଆ ଫର୍ମାଟରୁ ଅବସର ନେବେ ହାର୍ଦିକ:-

ପୂର୍ବତନ ଭାରତୀୟ କୋଚ୍ ରବି ଶାସ୍ତ୍ରୀ ଏହି ଦାବି ଇଂଲଣ୍ଡ ଓ ସାଉଥ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଦିନିକିଆ ଖେଳାଯାଉଥିବା ସମୟରେ କରିଥିଲେ। ସ୍କାଏ ସ୍ପୋର୍ଟସ ତରଫରୁ କମେଣ୍ଟାରୀ କରି ରବି ଶାସ୍ତ୍ରୀ ODI ର ଭବିଷ୍ୟକୁ ନେଇ କହିଛନ୍ତି ଯେ, ହାର୍ଦିକ ପାଣ୍ଡ୍ୟା ଆଗାମୀ 2023 ବିଶ୍ୱକପ ପରେ ସନ୍ୟାସ ନେଇଯାଇ ପାରନ୍ତି। ରବି କହିଥିଲେ, ଖେଳାଳି ଯେଉଁମାନେ କେବଳ ଗୋଟିଏ ଫର୍ମାଟରେ ଖେଳିବାକୁ ଚାହୁଁଛନ୍ତି ତାଙ୍କ ମଧ୍ୟରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ନିଅନ୍ତୁ, ହାର୍ଦିକ କେବଳ t-20 କ୍ରିକେଟରେ ହିଁ ଆଗକୁ ଯିବାକୁ ଚାହୁଁଛନ୍ତି। ତାଙ୍କ ମନରେ ଏହା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇସାରିଛି।

ରବି ଶାସ୍ତ୍ରୀ ଏହାସହ କହିଥିଲେ, ସେ 50 ଓଭରର କ୍ରିକେଟ ଖେଳିବେ, କାରଣ ଆଗାମୀ ବର୍ଷ ଭାରତରେ ବିଶ୍ୱକପ ହେବାକୁ ଯାଉଛି। ଏହାପରେ ଆପଣ ତାଙ୍କୁ ଦିନିକିଆରେ ଆଉ ଦେଖିବାକୁ ପାଇବେନାହିଁ। ଆପଣ ଅନ୍ୟ ଖେଳାଳିଙ୍କ ସହିତ ମଧ୍ୟ ଏମିତି ହେବାର ଦେଖିପାରିବେ। ସେମାନେ ଫର୍ମାଟ ବାଛିବା ଆରମ୍ଭ କରିପାରିବେ ଓ ଏହା ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି।

ହାର୍ଦିକ କରିଥିଲେ ପ୍ରତ୍ୟାବର୍ତ୍ତନ:-

ବିଗତ 3-4 ବର୍ଷ ହାର୍ଦିକ ପାଣ୍ଡ୍ୟା ନିଜର ଇଞ୍ଜୁରୀ କାରଣରୁ ଅଧିକ କ୍ରିକେଟ ଖେଳୁନଥିଲେ। 2018 ପର୍ଯ୍ୟନ୍ତ ସେ ତିନୋଟି ଫର୍ମାଟରେ ଖେଳୁଥିଲେ କିନ୍ତୁ ଏହାପରେ ସେ କେବଳ ଦିନିକିଆ ଓ t-20 କ୍ରିକେଟରେ ନଜର ଆସିଥିଲେ। କହିବାକୁ ଗଲେ ହାର୍ଦିକଙ୍କ ଲକ୍ଷ୍ୟ ବର୍ତ୍ତମାନ t-20 ବିଶ୍ୱକପ ଉପରେ ରହିଥିବାରୁ ସେ ଖାଆସ କରି ଏହାକୁ ହିଁ ପ୍ରାଥମିକତା ଦେଉଛନ୍ତି।

ଷ୍ଟୋକ୍ସଙ୍କ ସନ୍ୟାସ ଉଠାଇଲା ବିବାଦ:-

ଅସଲରେ ଇଂଲଣ୍ଡ ଷ୍ଟାର ଅଲ ରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଦିନିକିଆରେ ଅବସର ନେବାପରେ ଏହି ବିବାଦ ଆରମ୍ଭ ହୋଇଯାଇଥିଲା। ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ। ଜୁଲାଇ 18 ତାରିଖରେ ଦିନିକିଆରୁ ଅବସର ଘୋଷଣା କରିଥିଲେ। ଷ୍ଟୋକ୍ସ କହିଥିଲେ ଏହି ବ୍ୟସ୍ତ ସେଡ୍ୟୁଲ ଭିତରେ ମୋ ପାଇଁ ତିନୋଟି ଫର୍ମାଟ ଖେଳିବା ଅସମ୍ଭବ ଅଟେ। ଏହି ନିଷ୍ପତ୍ତି ପରେ ତାଙ୍କ ପଥରେ ବହୁତସାରା କ୍ରିକେଟର ଆଗକୁ ଚାଲିବେ ବୋଲି କୁହାଯାଉଛି।

odia sambada
Comments (0)
Add Comment