ପତ୍ନୀ ଜୁଆ ଖେଳୁଛି ଓ ନିଜ ପ୍ରେମିକ ସହିତ ସମ୍ଵନ୍ଧ ବନାଉଛି, ସ୍ୱାମୀଙ୍କୁ 28 ଥର ଜେଲ ପଠାଇ ସାରିଲେଣି ଏହି ମହିଳା

ଜେଲ ଯିବା କାହାରିକୁ ପସନ୍ଦ ନୁହେଁ କିନ୍ତୁ ବେଳେବେଳେ ଆପଣ ଏମିତି କାମ କରିଦେଇଥାନ୍ତି ଯାହାଦ୍ୱାରା ଆପଣଙ୍କୁ ଜେଲ ଯିବାକୁ ପଡ଼ିପାରେ। ଯଦି କୌଣସି ବ୍ୟକ୍ତି ପେଶାରେ ଅପରାଧୀ ନୁହେଁ ତାହେଲେ ତାଙ୍କୁ ଜୀବନରେ ଥରେ କିମ୍ବା ଦୁଇଥର ଜେଲ ଯିବାକୁ ପଡ଼ିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯିଏକି 28 ଥର ଜେଲ ଯାଇସାରିଛନ୍ତି। ହଇରାଣ କରିବାଭଳି ଘଟଣା ଏହାକି ଯେ, ତାଙ୍କ ପତ୍ନୀ ହିଁ ତାଙ୍କୁ ଜେଲ ପଠାଇଛନ୍ତି।

ପତ୍ନୀ 28 ଥର ନିଜ ସ୍ୱାମୀଙ୍କୁ ଜେଲ ପଠାଇଛନ୍ତି:-

ରାଜସ୍ଥାନର ଏହି ମାମଲା ଧୌଲପୁର ଅଞ୍ଚଳର ଅଟେ। ଧୌଲପୁର ଥାନା କ୍ଷେତ୍ରରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ବିପକ୍ଷରେ ଆରୋପ ଆଣି ପହଞ୍ଚିଥିଲା। ପୋଲିସକୁ ତାଙ୍କର କହିବାହେଲା ତାଙ୍କ ପତ୍ନୀ ତାଙ୍କୁ ବହୁତ ଅସୁବିଧାରେ ପକାଉଛନ୍ତି। ବହୁତ ଉତ୍ପୀଡ଼ନା ଦେଉଛନ୍ତି ଓ ପତ୍ନୀଙ୍କ ବୟଫ୍ରେଣ୍ଡ ମଧ୍ୟ ରହିଛନ୍ତି। ସେ ଯେତେବେଳେ ବି ବୟଫ୍ରେଣ୍ଡଙ୍କ ସହ ମିଶିବାକୁ ଅଟକାଉଛନ୍ତି ସେତେବେଳେ ପତ୍ନୀ କୌଣସି ନା କୌଣସି ମିଛ ମାମଲାରେ ତାଙ୍କୁ ଫସାଇ ଜେଲ ପଠାଉଛନ୍ତି।

ପତିଙ୍କ କହିବାହେଲା ତାଙ୍କ ପତ୍ନୀ ତାଙ୍କ ମାଆ ଓ ପିଲାଙ୍କୁ ବହୁତ ମାଡ଼ ମାରୁଛନ୍ତି। ତାଙ୍କୁ ଜୁଆ ଖେଳିବାର ମଧ୍ୟ ବହୁତ ଶୋଉକ ରହିଛି। ସେ ତାଙ୍କ ଝାଳବୁହା ଟଙ୍କାକୁ ଏମିତି ଉଡ଼ାଇ ଦେଉଛନ୍ତି। ତାଙ୍କ ପତ୍ନୀ ମହିଳାଙ୍କ ଗ୍ରୁପରୁ 4-5 ଲକ୍ଷ ଟଙ୍କା ଲୋନ ନେଇଥିଲେ ଏହାକୁ ମଧ୍ୟ ବ୍ୟକ୍ତି ଜଣକ ଯେମିତି ସେମିତି କରି ପୈଠ କରିଦେଇଥିଲେ। ପୀଡ଼ିତ ସ୍ୱାମୀ ଯେତେବେଳେ ଏହିକଥା ପୋଲିସକୁ କହିଥିଲେ ସେତେବେଳେ ପୋଲିସ ମଧ୍ୟ ଚକିତ ରହିଗଲେ।

ଧୌଲପୁର ନଗର ଥାନା ପ୍ରଭାରୀ ବିରେନ୍ଦ୍ର ଶର୍ମା କହିଛନ୍ତି କି, ପୋଲିସ ବର୍ତ୍ତମାନ ସାରା ବିନ୍ଦୁ ମାନ ଉପରେ ଯାଞ୍ଚ କରୁଛି। ଯାଞ୍ଚ ପରେ ଜଣାପଡ଼ିବ ପତିଙ୍କ କୁହାଯାଇଥିବା କଥା ସତ୍ୟ ନା ମିଥ୍ୟା। ସେପଟେ ଏହି ବିଷୟ ଚର୍ଚ୍ଚା ହୋଇସାରିଛି। ସମସ୍ତେ ଧୋକେବାଜ ପତିଙ୍କ ସାମ୍ନାରେ ପିଡ଼ିତା ପତ୍ନୀଙ୍କୁ ତ ବହୁତବାର ଦେଖଛନ୍ତି। କିନ୍ତୁ ଏମିତି ଓଲଟା ମାମଲା ଆଜି ଦେଖିବାକୁ ମିଳିଛି।

ଏମିତି ଏକ ସମାନ ମାମଲା 2018 ମସିହାରେ ସାମ୍ନାକୁ ଆସିଥିଲା। ଖଡଇଡ଼ ଅଞ୍ଚଳର ଜଣେ ବ୍ୟକ୍ତି ଏସ ଡ଼ି ଏମଙ୍କ ପାଖକୁ ପତ୍ନୀଙ୍କ ଅଭିଯୋଗ ନେଇ ଆସିଥିଲେ। ଆରୋପ ଏହା ଆଣିଥିଲେ କି, ସେ ତାଙ୍କର କୌଣସି କଥା ଶୁଣନ୍ତି ନାହିଁ ଓ ସବୁକାମ ମନଇଚ୍ଛା କରିଥାଆନ୍ତି। ଏଥିପାଇଁ ମରିବାପରେ ତାଙ୍କର ସବୁ ସମ୍ପତ୍ତିର ହକଦାର ସରକାର ହେବେ। ଏହାପରେ ପତି ନିଜର ସବୁ କାଗଜପତ୍ର ଏସ ଡ଼ି ଏମଙ୍କ ପାଖରେ ରଖିଦେଇଥିଲେ।

odia sambada
Comments (0)
Add Comment