ବ୍ୟକ୍ତି ଜଣକ ଯିଏକି ଗରିବଙ୍କୁ ଦାନକଲେ ନିଜର ଜୀବନସାରା କମାଇଥିବା 600 କୋଟି ଟଙ୍କା। ଜାଣନ୍ତୁ ସେହି ବ୍ୟକ୍ତି ଜଣକ କିଏ?

କୁହାଯାଏ ଦାନରୁ ବଡ଼ କୌଣସି ଧର୍ମ ନଥାଏ। ନିଜର ସାରା ଜୀବନର କମାଇଥିବା ଟଙ୍କାକୁ କାହାକୁ ଦାନ କରିବା ଭଳି କଥା ବହୁତ ବଡ଼ ହୋଇଥାଏ। ଲୋକେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ଯେତେବେଳେ ମୁରାଦାବାଦର ବିଜନେସମ୍ୟାନ ଡ଼କ୍ଟର ଅରବିନ୍ଦ ଗୋୟଲ ନିଜର 600 କୋଟିର ସମ୍ପତ୍ତିକୁ ଉତ୍ତର ପ୍ରଦେଶ ସରକାରଙ୍କୁ ଦାନ କରିବାଟା ଘୋଷଣା କଲେ। ସେ ନିଜର 50 ବର୍ଷର କଡ଼ା ପରିଶ୍ରମ ରାଶିକୁ ଦାନ କରିବାକୁ ଯାଉଛନ୍ତି ଯେଉଁଥିରେ ଗରିବଙ୍କୁ ଫ୍ରି ଏଜୁକେସନ ଓ ମେଡ଼ିକାଲ ସୁବିଧା ମିଳିପାରିବ।

କିଏ ସେ ଅରବିନ୍ଦ ଗୋୟଲ ଯିଏକି ନିଜର 600 କୋଟି ଦାନ କରୁଛନ୍ତି:-

ଅରବିନ୍ଦ ନିଜ ପାଇଁ କେବଳ ଏକ ବଙ୍ଗଳା ରଖିଛନ୍ତି ଓ ଏହା ମୁରାଦାବାଦର ସିଭିଲ ଲାଇନ୍ସରେ ମହଜୁଦ ରହିଛି। ଏହି ବଙ୍ଗଳାରେ ସେ ନିଜର ପତ୍ନୀ ରେଣୁ ଗୋୟଲ, ଦୁଇପୁଅ ମଧୁର, ଶୁଭମ ଓ ଏକ ଝିଅ ସହିତ ରହୁଛନ୍ତି। ଏହି ସମ୍ପତ୍ତିକୁ ଦାନ କରିବାପାଇଁ ସମସ୍ତ ପରିବାର ଏକମତ ଥିଲେ ଓ ତାଙ୍କର ବଡ ପୁଅ ମୁମ୍ବାଇରେ ରହୁଥିବା ବେଳେ ସାନପୁଅ ବାପାଙ୍କ ବିଜନେସରେ ହାତ ଦେଇଛନ୍ତି।

ଜଣାଇଦେଉଛୁ ଅରବିନ୍ଦଙ୍କ ପିତା ପ୍ରମୋଦ କୁମାର ଗୋୟଲ ଓ ମାତା ଶକୁନ୍ତଳା ଦେବୀ ପୂର୍ବରୁ ସ୍ୱତନ୍ତ୍ରତା ସେନାନୀ ରହିସାରିଛନ୍ତି। ଏହାସହ ତାଙ୍କ ଜ୍ବାଇଁ ସେନାରେ କର୍ନେଲ ଥିବାବେଳେ ଶଶୁର କୋର୍ଟରେ ଜଜ ରହିଛନ୍ତି। ଏହାସହ ତାଙ୍କ ଭିଣୋଇ ମୁଖ୍ୟ ନିର୍ବାଚନ ଆୟୋଗ ରହିସାରିଛନ୍ତି। ଆରବିନ୍ଦ ଆରମ୍ଭରୁ ଗରିବଙ୍କ ସହାୟତା ପାଇଁ ସ୍କୁଲ, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ କେତେକ ମୁଖ୍ୟ କେନ୍ଦ୍ର ଚଳାଉଛନ୍ତି।

ସମାଜସେବା ପାଇଁ 4 ଜଣ ରାଷ୍ଟ୍ରପତି କରିସାରିଛନ୍ତି ସମ୍ମାନିତ:-

ତାଙ୍କର ଖୋଲାଯାଇଥିବା ବିଦ୍ୟାଳୟରେ ଗରିବ ପିଲା ମାଗଣାରେ ଶିକ୍ଷା ନେଉଛନ୍ତି। କରୋନା ମହାମାରୀ ସମୟରେ ସେ 50ଟି ଗ୍ରାମକୁ ସହାୟକ ହୋଇଥିଲେ। ସେତେବେଳେ ସେ ଅସୁବିଧାରେ ଫସି ରହିଥିବା ଲୋକଙ୍କୁ ଫ୍ରିରେ ମେଡ଼ିସିନ ଓ ଖାଦ୍ୟ ଯୋଗାଇଥିଲେ। ଅରବିନ୍ଦ ଗୋୟଲ ଏତେମାତ୍ରାରେ ସମାଜସେବା କରୁଥିବାର ଦେଖି ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ, ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରତିଭା ଦେବୀ ସିଂହ ପାଟିଲ ଓ ଅବଦୁଲ କଲାମ ତାଙ୍କୁ ସମ୍ମାନିତ କରିଛନ୍ତି।

ଅରବିନ୍ଦ ଗୋୟଲଙ୍କ ପ୍ରପର୍ଟିକୁ ସଠିକ ମୂଲ୍ୟରେ ବିକ୍ରି କରିବାପାଇଁ 5 ଜଣ ସଦସ୍ୟଙ୍କ ଏକ କମିଟି ଗଢ଼ାଯିବ। ଏମାନଙ୍କୁ 3 ମେମ୍ବର ଗୋୟଲ ବାଛିବେ ଓ ବାକି 2 ଜଣଙ୍କୁ ସରକାର ବାଛିବେ। ଏହି ପ୍ରପର୍ଟିକୁ ବିକ୍ରି କରି ଯେତିକି ଟଙ୍କା ଆସିବ ତାହାକୁ ଅନାଥ ଓ ଗରିବ ପିଲାଙ୍କ ଏଜୁକେସନ ଓ ମେଡ଼ିକାଲରେ ଖର୍ଚ୍ଚ କରାଯିବ।

ଏଥିପାଇଁ ଦାନ କରୁଛନ୍ତି ସବୁ ସମ୍ପତ୍ତି:-

ଏବେ ଆପଣ ଭାବୁଥିବେ କାହିଁକି ଜଣେ ନିଜର ସବୁ ସମ୍ପତ୍ତିକୁ ବିକ୍ରି କରିବାକୁ ଯାଉଛି? ଏହାର ଫଇସଲା ଅରବିନ୍ଦ 25 ବର୍ଷ ପୂର୍ବରୁ କରିସାରିଥିଲେ। ଯେତେବେଳେ ସେ ଦିନେ ଥଣ୍ଡା ଋତୁରୀ ଟ୍ରେନରେ ଯାତ୍ରା କରୁଥିଲେ ସେତେବେଳେ ସେ ଦେଖିଥିଲେ ଜଣେ ବ୍ୟକ୍ତି ଥଣ୍ଡାରେ ବହୁତ ଜୋରରେ ଥରୁଛି। ତାଙ୍କ ପାଖରେ ନାତ ତାଙ୍କ ପାଖରେ କୌଣସି କମ୍ବଳ ଥିଲା ନାତ ପାଦରେ ଚପଲ। ଏହାପରେ ଅରବିନ୍ଦ ନିଜର ପିନ୍ଧିଥିବା ଚପଲକୁ ତାଙ୍କୁ ଦେଇ ଦେଇଥିଲେ। ଏହାପରେ ତାଙ୍କୁ ଆଭାସ ହେଲା ଯେ, ଦେଶରେ ଏମିତି ଆହୁରି ଗରିବ ଅଛନ୍ତି ଯିଏକି ଏହିପରି ଭାବରେ ରହୁଛନ୍ତି। ସେତେବେଳେ ସେ ଭାବିଥିଲେ ଗରିବ ପାଇଁ କିଛି ନା କିଛି କରିବେ।

odia sambada
Comments (0)
Add Comment