ଆମ ବିସ୍ୱରେ ବିଜ୍ଞାନନର କେତେ ଅଗ୍ରଗତି ହେଲାଣି, ପ୍ରତ୍ୟେକ କ୍ଷେତ୍ରରେ ଆମେ ମାନେ ବିଜ୍ଞାନକୁ ବିଶ୍ୱାସ କରୁଛୁ । ଏବେକା ସମୟରେ ଅର୍ଥାତ୍ ଆଜିକା ବିଜ୍ଞାନ ଯୁଗରେ ଲୋକେ ଭବିଷ୍ୟତ ବାଣୀ, ଜ୍ୟୋତିଷ ଶାସ୍ତ୍ର, ପୁରାଣ କଥା ଆଦିରେ ବିଶ୍ୱାସ କରୁନାହାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ବିଜ୍ଞାନ ମଧ୍ୟ ସେହି ସମସ୍ତ କଥାକୁ ଗ୍ରହଣ କରେ । ଆପଣ ମନେ ତ ଜାଣନ୍ତି ଆମର ସମାଜକୁ ନେଇ କରି କେତେକ ଲୋକମାନେ କେତେ ଭବିଷ୍ୟ ବାଣୀ କରିଥାନ୍ତି ।
ହେଲେ ତାଙ୍କ ମଧ୍ୟରୁ କିଛି ସତ ହୋଇଥାଏ । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୁଲଗେରିଆର ବାବା ଭଙ୍ଗା । ଜଣେ ମହିଳାଙ୍କ ନାଁ । ସେ ତାଙ୍କ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ । ତାଙ୍କ ଜନ୍ମ ୧୯୧୧ ହୋଇଥିବା ବେଳେ ମୃତ୍ୟ ୧୯୯୬ ମସିହାରେ ହୋଇଥିଲା । ତାଙ୍କ ପୂରା ନାଁ ବେଙ୍ଗେଲିଆ ଗୁସ୍ତେରୋଆ ଥିଲା । ସେ ଅନେକ ଭବିଷ୍ୟବାଣୀ କରିଥିଲେ । ଯାହା କି ଏବେ ହେଉଛି ସତ । ବାବା ଭଙ୍ଗା ଦୃଷ୍ଟିହୀନ ଥିଲେ ହେଲେ ତାଙ୍କ ପାଖରେ ଏକ ଅଦୃଶ୍ୟ ଶକ୍ତି ଥିଲା । ଯାହାଦ୍ୱାରା ସେ ଭବିଷ୍ୟତ କଥା ଜାଣି ପାରୁଥିଲେ ଓ ଜଳ ଜଳ କରି ଦେଖି ପାରୁଥିଲେ ।
ତେବେ ସୂଚନା ମୁତାବକ ଆଜି ଯାଏଁ ବାବା ଭଙ୍ଗାଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣ, ବ୍ରେକ୍ସିଟ, ସୋଭିଏତ୍ ୟୁନିଅନ ଇତ୍ୟାଦି ବିଷୟରେ ସେ ଯାହା ଭବିଷ୍ୟତ ବାଣୀ କରିଥିଲେ ତାହା ସବୁ ସତ ହୋଇଛି । ଏପରିକି ସେ ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ରୁଷିୟା ସାରା ବିଶ୍ଵରେ ରାଜ କରିବ, ବଞ୍ଜର ଭୂମିରେ ପରିଣତ ହେବ ୟୁରୋପ, ରୁଷିୟାକୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହି । ଆଉ ଏବେ ରୁଷିୟା ସମ୍ପର୍କରେ ବାବା ଭାଙ୍ଗା ଦେଇଥିବା ଭବିଷ୍ୟବାଣୀ ସତ ହେବାକୁ ଲାଗୁଛି ।
ତେବେ ୨୦୨୨ ବର୍ଷ ପାଇଁ ଭାଙ୍ଗା ବାବା ୬ଟି ଭବିଷ୍ୟବାଣୀ ମଧ୍ୟ କରିଥିଲେ । ଯେପରିକି ସାଇବରିଆରୁ ଆଉ ଏକ ମାରାତ୍ମକ ଜୀବାଣୁ ମୁଣ୍ଡ ଟେକିବ । ଏହା ସହିତ ପୃଥିବୀରେ ଏଲିୟନମାନେ ମଧ୍ୟ ୨୦୨୨ରେ ଆକ୍ରମଣ କରିବେ । ଅନେକ ସ୍ଥାନ ପଙ୍ଗପାଳ ନାମକ ଏକ ପୋକର ଶିକାର ହେବ । ଏବଂ ଶେଷରେ ଭର୍ଚୁଆଲ୍ ବାସ୍ତବତାର ବ୍ୟବହାର ବୃଦ୍ଧି ପାଇବ । ତେବେ ଏସବୁ ସତ ହେବ କି ନାହିଁ ତାହା ଆଗାମୀ ଭବିଷ୍ୟତରେ ଜଣା ପଡ଼ିବ ।