ଘରକୁ କିଣି ଆଣନ୍ତୁ ସୋଲାର କୁକର ଓ ସାରା ଜୀବନ ଫ୍ରି ରେ ରୋଷେଇ କରି ଖାଇବେ ଖାଦ୍ୟ

ଭାରତୀୟ ପ୍ରମୁଖ ଅଏଲ କମ୍ପାନୀ ଇଣ୍ଡିଆନ ଅଏଲ ଏକ ସୋଲାର କୁକର ମାର୍କେଟରେ ଲଞ୍ଚ କରିଛି। ଏହାକୁ ରିଚାର୍ଜ କରାଯାଇ ପାରିବ ଓ ସୌର ଉର୍ଜାରେ ଚାଲୁଥିବା ଏହି ଚୁଲାକୁ ରୋଷେଇ ଘରେ ରଖି ଆପଣ ଏହାକୁ ବ୍ୟବହାର କରିପାରିବେ। ଏହି ଚୁଲାକୁ କିଣିବାପରେ ଏଥିରେ ଆଉ କୌଣସି ଖର୍ଚ୍ଚ ଲାଗିନଥାଏ। ଏହାକୁ ଜୀବାଷ୍ମ ଇନ୍ଧନର ବିକଳ୍ପ ବୋଲି କୁହାଯାଉଛି। କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ନିଜ ଆବସରେ ଏହାକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିଛନ୍ତି ଓ ଏହି ଚୁଲାର ନାମ ସୂର୍ଯ୍ୟ। ନୂତନ ଦିଆଯାଇଛି।

ଏହି ଚୁଲା ବିଷୟରେ ଜାଣନ୍ତୁ:-

ଏହି ଚୁଲା ବିଷୟରେ କହିବାକୁ ଗଲେ, ସରକାରଙ୍କ ତରଫରୁ ଇଣ୍ଡିଆନ ଆଏଲ ପେଟ୍ରୋଲିୟମ ଏହାକୁ ଲଞ୍ଚ କରିଛି। ଏହା କୌଣସି ଗ୍ୟାସ ନୁହେଁ ବରଂ ସୂର୍ଯ୍ୟଙ୍କ କିରଣରେ ଚାଲିବ।

ଏହାର ସବୁଠାରୁ ଖାଆସ କଥା ଏହାକି ଯେ, ଏହାକୁ ରିଚାର୍ଜ କରାଯାଇ ପାରିବ। ନିଜର ଦିଲ୍ଲୀ ସ୍ଥିତ ବାସଭବନରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାକୁ ଲଞ୍ଚ କରିଛନ୍ତି। ଏହି ଚୁଲାରେ ତିନି ବେଳାର ଖାଇବା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ଚୁଲାର ଲାଇଫ ଟାଇମ 10 ବର୍ଷ ବତାଯାଉଛି।

ଏହା ହେଉଛି କାମ କରିବାର ଶୈଳୀ:-

ଏହି ଚୁଲାକୁ ଆପଣ ନିଜ ରୋଷେଇ ଘରେ ପ୍ରଥମେ ରଖନ୍ତୁ ଓ ଏଥିରେ ଦିଆଯାଇଥିବା ଏକ କେବୁଲ ଜରିଆରେ ଏହା ଛାତ ଉପରେ ଥିବା ସୋଲାର ପ୍ଲେଟ ସହିତ ସଂଯୋଗ ହୋଇ ଖାଦ୍ୟ ପ୍ରସ୍ତୁତି କରିପାରିବ। ଏହାପରେ ଆପଣ ଏଥିରେ ଖାଦ୍ୟ ବନାଇ ପାରିବେ।

ଏହାର ଦାମ:-

ଏହି ସୋଲାର ର ଟେଷ୍ଟିଂ ପୁରା ହୋଇସାରିଛି ଓ ଏହାର କମର୍ସିଆଲ ଲଂଚିଂ ବାକି ରହିଛି। ସେହିପରି ଏହାର ଦାମ 18 ରୁ 30 ହଜାର ଟଙ୍କା ରହିବ। ସରକାର ଏହାଉପରେ ସବ୍ସିଡି ପ୍ରଦାନ କରି ଏହାର ଦାମକୁ କମ କରିପାରନ୍ତି। ସବ୍ସିଡ଼ି ପରେ ଏହାର ଦାମ 10 ରୁ 12 ହଜାର ହୋଇଯିବ।

ଖରାରେ ରଖିବାର ଆବଶ୍ୟକ ହିଁ ନାହିଁ:-

ଏହି ଅବସରରେ ଆଇଓସି ନିର୍ଦେଶକ ଏସ ବି କୁମାରଙ୍କ କହିବାହେଲା ଏହି ଚୁଲା ସୌର କୁକରରୁ ବହୁତ ଅଲଗା ଅଟେ, କାରଣ ଏହାକୁ ଖରାରେ ରଖିବାର ଆବଶ୍ୟକତା ନାହିଁ ସୂର୍ଯ୍ୟ ନୂତନକୁ ଫରିଦାବାଦରେ ଆଇଓସିର ଅନୁସନ୍ଧାନ ଓ ବିକାଶ ବିଭାଗ ବିକଶିତ କରିଛି, ଯାହାକି ଛାତ ଉପରେ ରଖାଯାଇଥିବା ପିଭି ପାନେଲ ଜରିଆରେ ପ୍ରାପ୍ତ ରଶ୍ମି ଜରିଆରେ ଚାଲିଥାଏ। ଏହି ଚୁଲା ଜରିଆରେ ନାକେବଳ ଟଙ୍କା ବଞ୍ଚିବ ବରଂ ପ୍ରଦୂଷଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

ସୋଲାର ପ୍ଲେଟ ସୌର ଉର୍ଜାକୁ ପ୍ରଥମେ ଥର୍ମାଲ ବ୍ୟାଟେରୀରେ ଷ୍ଟୋର କରିଥାଏ। ଏହି ଚୁଲା ଦ୍ୱାରା ରାତ୍ରିରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ ଓ ଚାରିଜଣ ରହୁଥିବା ପରିବାର ପାଇଁ ତିନିବେଳା ଖାଦ୍ୟ ପ୍ରସ୍ତୁତ ହୋଇପାରିବ।

odia sambada
Comments (0)
Add Comment