ବିରାଟ କୋହଲିଙ୍କ ଅଦ୍ଭୁତ ଅନ୍ଦାଜ, ଭାଙ୍ଗଡ଼ା ବାଲା ଏକ୍ସରସାଇଜ ଦ୍ୱାରା ଜିତିଲେ ଲୋକଙ୍କ ହୃଦୟ,ଦେଖନ୍ତୁ ଭିଡ଼ିଓ

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଇଂଲଣ୍ଡ ଗସ୍ତ ବହୁତ ନିରାଶ ଜନକ ଥିଲା। ବର୍ତ୍ତମାନ ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ t20 ସିରିଜରେ ଆରାମ ଦିଆଯାଇଛି ଓ ଆଶା ରହିଛି କି, ଅଗଷ୍ଟ ମାସ ଶେଷ ଆଡକୁ ହେବାକୁ ଥିବା ଏସିଆ କପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

33 ବର୍ଷୀୟ ଏହି ଷ୍ଟାର ଖେଳାଳିଙ୍କ ଫର୍ମ ହୁଏତ ବର୍ତ୍ତମାନ ତାଙ୍କର ସାଥ ଦେଉନାହିଁ କିନ୍ତୁ ଫିଟନେସ ସବୁବେଳେ ଦମଦାର ରଖୁଛନ୍ତି ଏହି ଖେଳାଳି। ଏହା ମଧ୍ୟରେ ବିରାଟ କୋହଲି ଇଂଷ୍ଟାରେ ଏକ ଭାଙ୍ଗଡ଼ା ଏକ୍ସରସାଇଜ ଭିଡ଼ିଓ ଶେୟର କରିଛନ୍ତି ଓ ପଛ ପଟରେ ପଞ୍ଜାବୀ ମ୍ୟୁଜିକ ଚାଲୁଛି। ଏଥିରୁ ଜଣାପଡ଼ୁଛି କି, ଫର୍ମକୁ ଫେରିବା ପାଇଁ କୋହଲି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

କୋହଲି ଏହାର କ୍ୟାପ୍ସନରେ ଲେଖିଥିଲେ କି, ବହୁତ ଲମ୍ବା ସମୟ ଧରି ଏହା ପେଣ୍ଡିଙ୍ଗ ଥିଲା, ତଥାପି ବହୁତ ସମୟ ହୋଇନାହିଁ। ମାତ୍ର ଏକଘଣ୍ଟାରେ କୋହଲିଙ୍କ ଭିଡ଼ିଓରେ 15 ଲକ୍ଷରୁ ଉର୍ଦ୍ଧ୍ବ ଲାଇକ ଆସିଥିଲା।

View this post on Instagram

A post shared by Virat Kohli (@virat.kohli)

ବିରାଟ କୋହଲିଙ୍କୁ ଇଣ୍ଟରନାଶନାଲ କ୍ରିକେଟରେ ଶତକ ଲଗାଇବା ବହୁତ ସମୟ ହୋଇଗଲାଣି। ସେ ଶେଷଥର ନଭେମ୍ବର 2019ରେ ନିଜର ଶତକ ହାସଲ କରିଥିଲେ। ସେବେ ସେ କୋଲକାତାର ଇଡେନ ଗାର୍ଡେନରେ 136 ରନର ପାଳି ଖେଳିଥିଲେ। ଏହାପରେ କୋହଲି 68 ମ୍ୟାଚର 79 ପାଳିରେ 2554 ରନ କରିଥିଲେ, ଯେଉଁଥିରେ 24 ଅର୍ଧ ଶତକ ସାମିଲ ରହିଛି। ଏଥିରେ ତାଙ୍କର ଆଭରେଜ 35.47 ରହିଛି, ଯାହାକି ତାଙ୍କର କ୍ୟାରିଅର ଆଭରେଜ 53.64 ସହିତ ମେଳ ଖାଉନାହିଁ।

ଇଂଲଣ୍ଡ ଗସ୍ତରେ ବନାଇଛନ୍ତି ମାତ୍ର 76 ରନ:-

ବିରାଟ କୋହଲି ଏଥର ଇଂଲଣ୍ଡ ପାଳିର ମୋଟ 6ଟି ପାଳିରୁ 76 ରନ ବନାଇଥିଲେ। ସର୍ବାଧିକ ସେ ଏଜବାସ୍ଟନର ପ୍ରଥମ ଓ ଦ୍ବିତୀୟ ପାଳିକୁ ମିଶାଇ 31 ରନ କରିଥିଲେ। ଏହାପରେ ଦୁଇଟି t20 ସିରିଜରେ 1 ଓ 11 ରନ ବନାଇଥିଲେ। ଏହାପରେ ଦିନିକିଆରେ କୋହଲିଙ୍କ ଠାରୁ ଭଲ ପାଳିର ଆଶା ଥିଲା କିନ୍ତୁ ସେ ଲର୍ଡ୍ସ ଓ ମାଂଚେଷ୍ଟରର ଉଭୟ ପାଳିରେ 16 ଓ 17 ରନ ବନାଇଥିଲେ।

odia sambada
Comments (0)
Add Comment