ଉତ୍ତର ପ୍ରଦେଶର ରାୟବରେଲିରେ ମଙ୍ଗଳବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟି ଯାଇଛି, ଯେଉଁଥିରେ ଦୁଇ ପିଲାଙ୍କ ସମେତ ପାଞ୍ଚଜଣଙ୍କ ପ୍ରାଣହାନୀ ହୋଇଛି। ଦୁର୍ଘଟଣା ପରେ ପୋଲିସ ସେଠାରେ ପହଞ୍ଚି ବାଲି ହଟାଇ କାରକୁ ଉଧାର କରିଥିଲା। କାରରେ ମୋଟ 6 ଜଣ ଥିଲେ ଓ ସେମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ହିଁ ବଞ୍ଚି ପାରିଥିଲା। ପୋଲିସ ଶବ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ମୋର୍ଚାରୀ ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ।
ଘଟଣାଟି ରାୟବରେଲିର ଭଦଖର ଥାନା କୁଚରିଆ ଭାଓ ପାଖରେ ପ୍ରୟାଗରାଜ ଯିବାକୁ ଥିବା ହାଇୱେରେ ଘଟିଥିଲା। କ୍ଷେତ୍ରର ସମାଜସେବୀ ମହେନ୍ଦ୍ର ଅଗ୍ରୱାଲଙ୍କ ପୁଅ ରାକେଶ ଅଗ୍ରୱାଲ (45), ପତ୍ନୀ ସୋନାମ ଅଗ୍ରୱାଲ (35), ପୁଅ (11) ସହିତ ବାବା ଢ଼ାବା ଯାଇଥିଲେ। ତାଙ୍କ ସହିତ ରଚିତ ଅଗ୍ରୱାଲଙ୍କ ପତ୍ନୀ ରିଚିକା ((35) ଓ ତାଙ୍କର ଦୁଇ ପିଲା ରଇସା(9), ରିଆନ୍ସ (6) ଯାଇଥିଲେ। ରାତ୍ରିରେ ସେ ନିଜର ଇକୋ ସ୍ପୋର୍ଟସରେ ଘରକୁ ଫେରୁଥିବା ବେଳେ ମୁନସୀଗଞ୍ଜ ବାଲି ଭରା ଏକ ଟ୍ରକ ତାଙ୍କ କାର ଉପରେ ଲଦି ହୋଇଗଲା।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲଦି ହୋଇଥିବା ଡ଼ମ୍ପରକୁ ଉଠାଇଥିଲେ। କିନ୍ତୁ ସେତେବେଳ ସୁଦ୍ଧା ପାଞ୍ଚଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଘଟଣା ବିଷୟରେ ସୂଚନା ଦେଇ ରାୟବରେଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ କି, ମୃତ୍ୟୁ ଗୁଡ଼ିକ ଡ଼ମ୍ପର ଲଦି ହେବା କାରଣରୁ ହୋଇଥିଲା। ସେ କହିଥିଲେ କି, ସୂଚନା ମିଳିବା କ୍ଷଣୀ ଆମ୍ବୁଲାନ୍ସକୁ ଘଟଣା ସ୍ଥଳକୁ ପଠାଯାଇଥିଲା। 5 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଜଣଙ୍କର ଚିକିତ୍ସା ଜାରି ରହିଛି।
ଜଣାଇଦେଉଛୁ କି, ରାୟବରେଲିରେ ବ୍ୟବସାୟିକ ରୂପରେ ମଙ୍ଗଳବାର ଦିନ ସବୁ ହୋଟେଲ ବନ୍ଦ ଥାଏ ଓ ଏଥିପାଇଁ ବ୍ୟାପାରୀ ଲୋକେ ଖାଦ୍ୟ ଖାଇବାପାଇଁ ବାହାରକୁ ଯାଆନ୍ତି। ଅଗ୍ରୱାଲ ପରିବାରର ଲୋକେ ମଧ୍ୟ ଖାଦ୍ୟ ଖାଇବାପାଇଁ ବାବା ଢ଼ାବା ଯାଇଥିଲେ ଓ ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।