ବିବାହ ପରେ ଜଣେ ଝିଅ ସର୍ବପ୍ରଥମେ ନିଜର ସୁହାଗରାତିକୁ ଅପେକ୍ଷା କରିଥାଏ କାରଣ ଏହି ରାତିକୁ ଝିଅଟି ନିଜର ସବୁଠାରୁ ରୋମାଣ୍ଟିକ ରାତି କରିବାକୁ ଚାହିଁଥାଏ କିନ୍ତୁ କଣ ହେବ ଯେତେବେଳେ ଆପଣଙ୍କ ପତି ସୁହାଗରାତିରେ ଆପଣଙ୍କ ସବୁ ସ୍ବପ୍ନକୁ ଛାରଖାର କରିଦେବ। ଏହା ଆପଣଙ୍କ ଜୀବନକୁ ବର୍ବାଦ କରିଦେବ ଓ କେହିବି ନୂଆ କନ୍ୟା ଏହାକୁ ସ୍ୱପ୍ନରେ ମଧ୍ୟ ଭାବିନଥାଏ।
ସୁହାଗରାତିରେ ମହିଳାଙ୍କୁ ଲାଗିଲା ଝଟକା:-
ସୋସିଆଲ ମିଡ଼ିଆରେ ଜଣେ ମହିଳାଙ୍କ ସୁହାଗରାତିର ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ କହିଥିଲେ କି, ତାଙ୍କ ବୟସ 26 ଓ ତାଙ୍କର ବିବାହକୁ 3 ବର୍ଷ ବିତିଗଲାଣି ଏବଂ ଏହି ବିବାହ ତାଙ୍କର ସବୁଠାରୁ ବଡ଼ ଭୁଲ ଥିଲା। ଖାଆସ କରି ଏହି ବୈବାହିକ ସମସ୍ୟା ତାଙ୍କର ସୁହାଗରାତିରୁ ହିଁ ଆରମ୍ଭ ହୋଇଯାଇଥିଲା।
ସୁହାଗରାତି ଦିନ ମହିଳା ଜଣଙ୍କୁ ତାଙ୍କ ପତି ଏକ ଝିଅର ଫୋଟୋ ଦେଖାଇ କହିଲେ, ଏ ହେଉଛି ତାଙ୍କ ଗାର୍ଲଫ୍ରେଣ୍ଡ ଓ ୟାକୁ ହିଁ ସେ ନିଜର ସ୍ତ୍ରୀ ମାନନ୍ତି। ଏହାଶୁଣି ନବବିବାହିତା କନ୍ୟା ଚିଲାଇବାକୁ ଲାଗିଲା ଓ ଏଥିରେ ତାଙ୍କ ପତି ତାଙ୍କୁ ମାଡ଼ ମଧ୍ୟ ମାରିଲେ। ଚିତ୍କାର ଶୁଣି ଦିଅର ରୁମ ଭିତରକୁ ଆସି ନିଜ ଭାଉଜକୁ ବଞ୍ଚାଇଥିଲେ।
ପତି ପ୍ରେମିକାକୁ ନେଇ ଝଗଡ଼ା କରୁଥିଲା:-
ମହିଳା ଜଣକ କୁହନ୍ତି କି, ସେ ତାଙ୍କର ଗାର୍ଲଫ୍ରେଣ୍ଡଙ୍କୁ ନେଇ ପ୍ରତିଦିନ ମୋ ସହିତ ଝଗଡ଼ା କରିବାକୁ ଲାଗିଲେ। ଏହାପରେ ମୁଁ ମୋ ବାପଘର ଚାଲିଗଲି ଏବଂ ଶଶୁରଘର ଲୋକେ ମୋତେ ଆସିବାକୁ ମନା କରିଦେଲେ। କିଛିଦିନ ପରେ ମୋ ପତିଙ୍କ ଭାଇର ମୃତ୍ୟୁ ହୋଇଗଲା ଓ ମୋତେ ଯିବାକୁ ପଡ଼ିଲା କିନ୍ତୁ ପୁଣି ମୋ ପତି ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ପାଇଁ ମୋ ସହ ଝଗଡ଼ା କଲେ ଓ ମୁଁ ବାପଘର ଚାଲିଆସିଲି।
ମହିଳା ଆଗକୁ କୁହନ୍ତି କି, ଦିନେ ତାଙ୍କ ପତି ମଦ ପିଇ ଆସି ଆମଘରେ ହଙ୍ଗାମା କଲେ ଓ ପୋଲିସକୁ ଡ଼କାଇବାକୁ ପଡ଼ିଲା। ପୋଲିସ ସବୁ ସେଟଲମେଣ୍ଟ କରିବାପରେ ଆମେ ଏକାଠି ରହିବାକୁ ଲାଗଲୁ କିନ୍ତୁ ପତିଙ୍କ ବ୍ୟବହାର ପୂର୍ବଭଳି ରହିଥିଲା ଏବଂ ପରେ ପୁଣି ମୁଁ ବାପଘର ଚାଲିଆସିଲି ଓ ପତିଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ ଆଣିଲି।
ଆରେଞ୍ଜ ମ୍ୟାରେଜରେ ଧ୍ୟାନ ଦିଅନ୍ତୁ ଏହିସବୁ କଥା:-
ମହିଳାଙ୍କ ଷ୍ଟୋରୀରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିଲା। ପ୍ରଥମେ ଯଦି କାହାର ଆରେଞ୍ଜ ମ୍ୟାରେଜ ହେଉଛି ତାହେଲେ ପୁଅ ଓ ଝିଅ ଜଣେ ଆଉଜଣଙ୍କ ବିଷୟରେ ଭଲ ଭାବରେ ଜାଣିବା ଉଚିତ ଓ ସେମାନେ ପରସ୍ପର ସହିତ କଥାହୋଇ କିଛି ସମୟ ବିତାଇବା ଉଚିତ। ଏହାପରେ ଜାଣିହେବ ଯେ, ପାତ୍ରଟି ଆପଣଙ୍କ ଜୀବନସାଥୀ ପାଇଁ ଉଚିତ ହେବ କି ନାହିଁ।
ଦ୍ଵିତୀୟ କଥା ଏହାକି ଯେ, ବିବାହ ପୂର୍ବରୁ ସାମ୍ନା ବାଲା ପାଖରେ କିଛିବି ଲୁଚାନ୍ତୁ ନାହିଁ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତାହେଲେ ବିବାହ କରିବାକୁ ମନା କରିଦିଅନ୍ତୁ ଓ ସାମ୍ନା ବାଲାର ଜୀବନକୁ ବର୍ବାଦ କରନ୍ତୁ ନାହିଁ। ଯେଉଁଠାରେ ସମ୍ପର୍କ କରୁଛନ୍ତି ସେଠାରେ ଝିଅ ଓ ପୁଅର ବ୍ୟାକଗ୍ରାଉଣ୍ଡ ଭଲ ଭାବରେ ଚେକ କରାଇ ନିଅନ୍ତୁ।