ସ୍ବାମୀ କରିଥିଲେ କରଜ ହେଲେ ସ୍ତ୍ରୀ ଖାଇଲେ ଛେଚା….ଘର ଭିତରକୁ ଜବରଦସ୍ତି ପଶି ସୁନା ଚେନ ଛଡ଼ାଇବା ସହିତ ୬ ଲୋକ ବାଡେ଼ଇଲେ

ସ୍ବାମୀ କରିଥିଲେ କରଜ, ତାଙ୍କ ସ୍ତ୍ରୀ ଖାଇଲେ ମାଡ। ଏମିତି କିଛି ଘଟଣା ଘଟିଛି ନିମାପଡ଼ାରେ। ଟଙ୍କା ସୁଝି ସାରିବା ପରେ ମଧ୍ୟ ମହିଳାଙ୍କ ଘରେ ପଶି ଜବରଦସ୍ତ ଟଙ୍କା ବଦଳରେ ସୁନା ଚେନ ଛଡାଇନେଇଥିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଛଅ ଦିନ ବିତିଗଲାଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଯାହାକୁ ନେଇ ମହିଳାଙ୍କ ଉପରେ ପୁନର୍ବାର ଆକ୍ରମଣ ହେବାର ଆଶଙ୍କା ବଢ଼ିଯାଇଛି।

ଏପରି ଘଟଣା ଘଟିଛି ନିମାପଡ଼ା ଦିଘାଳ ବସ୍ତିରେ। ଦିଘାଳ ବସ୍ତିରେ ସାଇନା ଖାତୁନ ନାମକ ଜଣେ ମହିଳା ପିପିଲିରେ ବିବାହ କରିଛନ୍ତି। ସାଇନାଙ୍କ ସ୍ବାମୀ ଏମଡି ଜୟମୁଲ ଆବେଦନ ଶ୍ଵଶୁର ଘର ଦିଘାଳ ବସ୍ତିରେ ଥିବା କିଛି ଗୋଷ୍ଠୀ ଠାରୁ କିଛି ଟଙ୍କା ଆଣିଥିଲେ। ପତ୍ନୀଙ୍କର ଅସ୍ତ୍ରୋପଚାର ପାଇଁ ସେ ପାଇସା ଆଣିଥିଲେ। ଓ ପତ୍ନୀଙ୍କ ଅସ୍ତ୍ରୋପଚାର ପରେ ସେ ସମସ୍ତ ପଇସା ଫେରାଇ ଦେଇଛନ୍ତି। ସାଇନା ତାଙ୍କ ବାପ ଘରକୁ ଯାଇଥିଲେ ସେତେବେଳେ ୬ଜଣ ଲୋକ ଘର ଭିତରେ ପଶି ତାଙ୍କୁ ମାଡ ମାରି ତାଙ୍କ ବେକରୁ ଜବରଦସ୍ତ ସୁନା ଚେନ ଛଡ଼ାଇ ନେଇଥିଲେ।

ଏ ସମ୍ପର୍କରେ ସାଇନା ଦିଘାଳ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ୬ଜଣକ ନାମରେ ପୋଲିସ ନିକଟରେ ଅଭିଯୋଗ କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ସେଥିପାଇଁ ହୁଏତ ଆଉ ଥରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଦେଖିବାକୁ ହେବ ପୋଲିସ କେବେ ଏହି ମାମଲାର କାର୍ଯ୍ୟାନୁଷ୍ଠାନ କରୁଅଛି।

odia sambada
Comments (0)
Add Comment