ରଥଯାତ୍ରା ପରେ ରଥକୁ କଣ କରାଯାଏ,ଜାଣନ୍ତୁ ରଥଯାତ୍ରାର ଗୁପ୍ତ ରହସ୍ୟ ବିଷୟରେ ….

ଶ୍ରୀମନ୍ଦିରର ପ୍ରତ୍ୟେକଟି କାର୍ଯ୍ୟ ପାଇଁ ଅଲଗା ଅଲଗା ସେବକ ଅଛନ୍ତି। ରଥଯାତ୍ରା ପାଇଁ ପୁରୀ ରାଜାଙ୍କ ଉଆଁସ ସାମ୍ନାରେ ରଥ ଖଳାରେ ରଥ ନିର୍ମାଣର କାର୍ଯ୍ୟ ଆରମ୍ଭ ହୋଇଥାଏ। ପାଖାପାଖି ୧୪୦୦ କାରିଗର ମିଶି ୨ମାସ ଅକ୍ଲାନ୍ତ ପରିଶ୍ରମରେ ରଥ କାର୍ଯ୍ୟ ନିର୍ମାଣ ସାରନ୍ତି। ରଥଯାତ୍ରା ଦିନ ଏହି ସୁସଜ୍ଜିତ ରଥ ସିଂହ ଦ୍ଵାରା ସାମ୍ନାରେ ଛିଡା ହୋଇଥାଏ। ତିନି ଠାକୁରଙ୍କର ରଥ ଦୌଡ଼ିକୁ ଧରି ନିଜର ପାପ କମ କରିବ ପାଇଁ କାହିଁ କେଉଁ ଆଡୁ ଲକ୍ଷ ଲକ୍ଷ ଲୋକ ଧାଇଁଆସନ୍ତି। ରଥାଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣି ନିଅନ୍ତି।

ଶ୍ରୀଗୁଣ୍ଡିଚା ହେଉଛନ୍ତି ରାଜା ଇନ୍ଦ୍ରଦେବଙ୍କର ପତ୍ନୀ। ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା ସେତେବେଳେ ପ୍ରଭୁ ଜଗନ୍ନାଥ ତାଙ୍କର ମାଉସୀ ଗୁଣ୍ଡିଚାଙ୍କୁ କହିଥିଲେକି ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ଆସି ବୁଲିଯିବେ ବୋଲି କଥା ଦେଇଥିଲେ। ସେଥିପାଇଁ ପ୍ରଭୁ ଜଗନ୍ନାଥ ନିଜର ଭକ୍ତଙ୍କ ପାଖକୁ ଆସି ମାଉସୀଙ୍କ ପାଖକୁ ଯାନ୍ତି। ତାପରେ ୭ଦିନ ପରେ ନିଜର ବଡଦାଣ୍ଡକୁ ଫେରି ଆସନ୍ତି।

ସେଠାରେ ପହଞ୍ଚିବା ପରେ ସମସ୍ତ ରୀତିନୀତି ସମାପ୍ତ ପରେ ରଥକୁ ଭାଙ୍ଗିବା ଆରମ୍ଭ ହୁଏ। ରଥ ବଡ ଦାଣ୍ଡରୁ କୁଆଡେ ଯାଏ ନାହିଁ। ସେହି ସ୍ଥାନରେ ରଥ ଛିଡା ହୁଏ ଓ ସେଠାରେ ହିଁ ରଥ ଭଙ୍ଗା ଯାଇଥାଏ। ରଥରେ ବ୍ୟବହାର ହେଉଥିବା ଘୋଡ଼ା ଆଦିକୁ ନେଇ ଜଗନ୍ନାଥ ମଠରେ ରଖାଯାଏ ଓ ରଥରେ ବ୍ୟବହାର ହେଉଥିବା କାଠ ଆଦିକୁ ନେଇ ଭୋଜନ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହି କାର୍ଯ୍ୟ ପାଇଁ ପୁରୀ ପ୍ରଶାସନ ତରଫରୁ ଅନେକ ସାହାଯ୍ୟ ମଧ୍ୟ କରାଯାଏ।

odia sambada
Comments (0)
Add Comment