ଇନ୍ଦ୍ର ଦେବତାଙ୍କ ନାଁରେ କେସ ; ବର୍ଷା ହେଉନି ବୋଲି ମାମଲା ରୁଜୁ ……..ନିଆଯିବ କାର୍ଯ୍ୟାନୁଷ୍ଠାନ ….

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଅନେକ ଲୋକମାନଙ୍କର କିଛି ପିଲାଳିଆମି ଖବର ସବୁ ଦେଖିବାକୁ ମିଳେ ଯାହାକୁ ଦେଖି ଆମେମାନେ ଆଶ୍ଚର୍ଯ୍ୟ ତ ହୋଇଥାଉ ଆଉ ତାହା ଠାରୁ ଅଧିକ ହସିଥାଉ। ଏପରି ଜଣେ ବ୍ୟକ୍ତିଙ୍କ କାର୍ଯ୍ୟ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ଇନ୍ଦ୍ର ଦେବତାଙ୍କ ବିରୋଧରେ ମାମଲା ବର୍ଷା ହେଉନି ବୋଲି କେସ୍ ରୁଜୁ କରିଲେ ବ୍ୟକ୍ତି, ତହସିଲଦାର କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ଗତ କିଛି ମାସ ହେଲା ବର୍ଷା ହେଉନାହିଁ, ଚାଷକାମ ବି ଠପ୍ ହୋଇ ପଡିଛି, ଜୀବଜନ୍ତୁ ସବୁ ପ୍ରଭାବିତ ହୋଇ ତ୍ରାହି ତ୍ରାହି ଡାକିଲେଣି, କେମିତି କାମ ଚାଲିବ ଇନ୍ଦ୍ରଦେବ। ଏମିତି ଅଭିଯୋଗ କରିଛନ୍ତି ଜଣେ ବ୍ୟକ୍ତି, ସେ ଭଗବାନ ଇନ୍ଦ୍ରଦେବଙ୍କ ନାଁ ରେ କେସ୍ ରୁଜୁ କରିଛନ୍ତି ଏପରିକି ମାମଲା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ତହସିଲଦାରଙ୍କୁ।

ଏଭଳି ଅଦ୍ଭୂତ ଘଟଣି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୁଣ୍ଡା ଜିଲ୍ଲା କର୍ନିଲଗଞ୍ଜ ରେ। ଏସଡିଏମ୍ ହୀରାଲାଲ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗୁଣ୍ଡା ଜିଲ୍ଲାର ଝାଲା ଗାଁର ଉମିତ କୁମାର ୟାଦବ। ସେ ତାଙ୍କ ଅଭିଯୋଗରେ ଗତ କିଛି ମାସ ବର୍ଷା ନ ହୋଇଥିବାରୁ ସମସ୍ତେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାକୁ ଲେଖିଛନ୍ତି ଆଉ ଏହା ପାଇଁ ଶୀଘ୍ର ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତହସିଲଦାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

odia sambada
Comments (0)
Add Comment