ବାବା ବୈଙ୍ଗା ଭବିଷ୍ୟବାଣୀ : ବାବା ବୈଙ୍ଗା ୨୦୨୨ ପାଇଁ କରିଥିଲେ ଏହି ୬ ଭବିଷ୍ୟବାଣୀ, ସେଥିମଧ୍ୟରୁ ଦୁଇଟି ହେଲାଣି ସତ,ଆଉ ୪ଟି ରହିଲା ବାକି,ଜାଣନ୍ତୁ ସେଗୁଡିକ କଣ କଣ ?

ଦୁନିଆର ଗତିବିଧି ଉପରେ ରୂଚି ରଖିଥିବା ବୁଲଗାରିଆର ଫକିର ବାବା ବୈଙ୍ଗାର ଅଲଗା ପରିଚୟ ରହିଛି ଓ ତାଙ୍କର ଭବିଷ୍ୟତ ବାଣୀ ସଦାସର୍ବଦା ଚର୍ଚ୍ଚିତ|ଗତ କିଛିବର୍ଷ ଧରି ଦୁନିଆ ପାଇଁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହେଇଛି|ସେ ୨୦୨୨ କୁ ନେଇ କିଛି ଭବିଷ୍ୟବାଣୀ କରିଥିଲେ ଯାହା ପୁଣି ଆଉଥରେ ଚର୍ଚ୍ଚିତ|

ବାବା ବୈଙ୍ଗା ୨୦୨୨ ବର୍ଷ ପାଇଁ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାକୁ ଜାଣି ବହୁ ଲୋକଙ୍କ ହୋସ ଉଡିଯିବ,କାରଣ ତାଙ୍କ ୬ ଭବିଷ୍ୟବାଣୀ ମଧ୍ୟରୁ ଏପର୍ଯ୍ୟନ୍ତ ୨ ଟି ସତ ସାବ୍ୟସ୍ତ ହେଇଛି|ଏହାସହ ସେ ଚେତାଇ ଦେଇଛନ୍ତି ଆର ୪ଟି ଭବିଷ୍ୟବାଣୀ ସତ ହୋଇପାରେ|

ବାବା ବୈଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ ୨୦୨୨ ମସିହାରେ କିଛି ଏସିଆର ଦେଶ ଓ ଅଷ୍ଟ୍ରେଲିଆରେ ବନ୍ୟା ଆସିବ|ଅଷ୍ଟ୍ରେଲିଆରେ ଭୀଷଣ ଗରମ ପରେ ଏବେ ବର୍ଷା ଭଳି ପରିସ୍ଥିତି ହୋଇଛି|ଏହାସହ ସେ କହିଥିଲେ ବହୁ ଦେଶରେ ପାଣିର ସମସ୍ୟା ରହିବ ଓ ପ୍ରଭାବିତ ହେବେ|ପର୍ତ୍ତୁଗାଲ ଓ ଇଟାଲୀରେ ପାଣି ସମସ୍ୟା ସହ ଶୁଷ୍କ ହୋଇ ପଡ଼ିଛି|

ସେ ୨୦୨୨ ପାଇଁ କହିଥିଲେ ଯେ ଏବର୍ଷ ସାଇବେରିଆରେ ନୂଆ ଘାତକ ଭାଇରସ ଆସିବ|ଏହାବ୍ୟତୀତ ଏଲିଅନ ଆକ୍ରମଣ,ଟିଡ୍ଡିଆ ଆକ୍ରମଣ,ଓ ଭର୍ଚୁଆଲ ରିଏଲିଟିରେ ବୃଦ୍ଧି ବୋଲି କହିଥିଲେ|

ନିଜ ଭବିଷ୍ୟବାଣୀ ଯୋଗୁଁ ପ୍ରସିଦ୍ଧ ବାବା ବୈଙ୍ଗା ଜଣେ ଫକିର ଥିଲେ ଓ ସେ ଦେଖିପାରୁ ନଥିଲେ|ବୁଲଗାରିଆରେ ରହୁଥିବା ଏହି ବାବାଙ୍କ ଜନ୍ମ ୧୯୧୧ରେ ହୋଇଥିଲା ଓ ୧୨ ବର୍ଷ ବୟସରେ ସେ ଦୁଇ ଆଖି ହରାଇଲେ|ରିପୋର୍ଟ ଅନୁସାରେ ଏକ ଖଣ୍ଡିଆଭୂତ ସମୟରେ ବାବା ଭବଣ୍ଡର ହଜି ଯାଇଥିଲେ ଓ ଯେତେବେଳେ ମିଳିଲେ ଆଖି ବାଲି ଧୂଳିରେ ଭର୍ତ୍ତି ହୋଇ ଯାଇଥିଲା|ତାଙ୍କ ପରିବାର ଗରିବ ଯୋଗୁଁ ଚିକିତ୍ସା କରି ପାରି ନଥିଲେ|ଏହାପରେ ସେ ଦୃଷ୍ଟିଶକ୍ତି ହରାଇଥିଲେ|ତାଙ୍କ ମୃତ୍ୟୁ ୧୯୯୬ ରେ ହୋଇଥିଲା|

ରିପୋର୍ଟ ଅନୁସାରେ ବାବା ବୈଙ୍ଗାଙ୍କ ୮୫% ଭବିଷ୍ୟବାଣୀ ସତ୍ୟ ହୋଇସାରିଛି|କୁହାଯାଉଛି ତାଙ୍କ ଭବିଷ୍ୟତ ବାଣୀ କେଉଁଠି ଲେଖାଯାଇନାହିଁ କିନ୍ତୁ ତାଙ୍କ ଭବିଷ୍ୟବାଣୀ କୁବାବା ତାଙ୍କ ଅନୁଗାମୀଙ୍କୁ କହିଥିଲେ|ମୃତ୍ୟୁ ପୂର୍ବରୁ ବାବା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ ଓ ସେ କହିଥିଲେ ୫୦୭୯ରେ ଦୁନିଆ ଅନ୍ତ ହୋଇଯିବ |

odia sambada
Comments (0)
Add Comment