ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ଏବଂ ଝଗଡ଼ା ହେବା କିଛି ନୂଆ କଥା ନୁହେଁ କିନ୍ତୁ ଛୋଟ କଥାରେ ସ୍ତ୍ରୀ ନିଜ ସ୍ୱାମୀର ଜୀବନ ନେଇଯିବ ଏହା ଶୁଣିଲେ ଆପଣ ବିଶ୍ୱାସ କରିବେ କି? କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ୍ୟ । ନାଁ କରିବାରୁ ନାରୀ ଘଟାଇଲା ନାରକୀୟ କାଣ୍ଡ । ଜିନ୍ସ ପିନ୍ଧି କାହିଁକି ମେଳା ଦେଖିବାକୁ ଯାଉଛ । ଦୟାକରି ତୁମେ ଏମିତି ଜିନ୍ସ ପିନ୍ଧି ବାହାରକୁ ଯାଅନି । ବାସ୍ ଏତିକି କହିଲେ ସ୍ଵାମୀ, ଆଉ ରାଗରେ ଜର୍ଜରିତ ହୋଇ ଉଠିଲେ ପତ୍ନୀ । ମୁଣ୍ଡକୁ ଚଢ଼ିଗଲା ପିତ୍ତ । ଆଉ ଛୁରିରେ ସ୍ଵାମୀକୁ ହତ୍ୟା କରିଦେଲେ । ଏମିତି ଚକିତ କରିବା ପରି ଅଭାବନୀୟ ଘଟଣା ଝାଡଖଣ୍ଡର ଜାମତାଡାରେ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ପୋଲିସ ଘଟଣାର ତଦନ୍ତ କରୁଛି । ମୃତକଙ୍କ ବାପାଙ୍କ କହିବା କଥା ଜିନ୍ସ ପିନ୍ଧିବା ନେଇ ପୁଅ ଏବଂ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ବୋହୂ ଛୁରି ଭୁଶି ପୁଅର ହତ୍ୟା କରିଛି । ଜାମତାଡା ଥାନା ଅନ୍ତର୍ଗତ ଜୋଡଭିଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।
ମୃତକ ଆନ୍ଦୋଳନ ଟୁଡୁଙ୍କ ବିବାହ ଦୁଇ ମାସ ପୂର୍ବେ ପୁଷ୍ପା ହେମ୍ବ୍ରମଙ୍କ ସହ ହୋଇଥିଲା । ତେବେ ଗତ ରାତିରେ ପୁଷ୍ପା ହେମ୍ବ୍ରମ ଜିନ୍ସ ପିନ୍ଧି ମେଳା ଦେଖିବାକୁ ଗୋପାଳପୁର ଗାଁ ଚାଲି ଯାଇଥିଲେ । କିନ୍ତୁ ସେ ଘରକୁ ଫେରିବା ପରେ ସ୍ଵାମୀ ଆନ୍ଦୋଳନ ଜିନ୍ସ ପିନ୍ଧି ମେଳା ଦେଖି ନଯିବାକୁ ତାଗିଦ୍ କରିଥିଲେ । ବାସ୍ ଏତିକି କଥାରେ ପତ୍ନୀ କ୍ଷୁବ୍ଧ ହୋଇଉଠିଲେ ଏବଂ ଛୁରିରେ ଆକ୍ରମଣ କରିଥିଲେ । ଆଉ ଗୁରୁତର ଅବସ୍ଥାରେ ଆନ୍ଦୋଳନ ଟୁଡୁଙ୍କୁ ପରିବାର ଲୋକେ ଧନବାଦ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ହିଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପିତା କର୍ଣ୍ଣେଶ୍ଵର ଟୁଡୁ କହିଛନ୍ତି, ଜିନ୍ସ ପିନ୍ଧାକୁ ନେଇ ପୁଅ ଏବଂ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଛୁରି ଭୁଶି ସ୍ଵାମୀଙ୍କୁ ହତ୍ୟା କରିଥିବା କଥାକୁ ସ୍ଵୀକାର କରିଛନ୍ତି ପତ୍ନୀ । ପୋଲିସ ଘଟଣାର ଛାନଭିନ ଆରମ୍ଭ କରି ଦେଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।