ଝଗଡା ହୋଇ ନଈକୁ ଡେଇଁଲା ପ୍ରେମିକା…ଆଉ ତା ପରେ ମଧ୍ୟ ପ୍ରେମିକ ଡେଇଁଲା ନଦୀକୁ,ଆଉ ତା ପରେ….

ପ୍ରେମ ହେଉଛି ଶାସ୍ୱତ। ଥରେ ଯିଏ ଯାହାକୁ ମନା ଦେଇଛି ହୃଦୟ ଦେଇଛି ସେ ଜାଣିଛି ପ୍ରେମର ମହତ୍ତ୍ଵ। କଥାରେ ମଧ୍ୟ ଅଛି ପ୍ରେମ କାହା ସାଙ୍ଗରେ କେତେବେଳେ ହେବ ତାହା କେହିବି କହିପାରିବେ ନାହିଁ। ଆଉ ପ୍ରେମ ହେଲେ ଝଗଡା ହେବା ଏକ ସ୍ୱାଭାବିକ କଥା। ଯାହା ପାଇଁ ଭଲ ପାଇବା ଥାଏ ତା ସହିତ ଝଗଡା ମଧ୍ୟ ହୁଏ।

ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ରାଗିଯାଇ ଏହି ନଦୀ ଉପରୁ ଡେଇଁ ପଡିଥିଲେ। ପ୍ରେମିକାଙ୍କୁ ରକ୍ଷା କରିବା ପାଇଁ ତାଙ୍କ ପଛରେ ପ୍ରେମିକ ମଧ୍ୟ ଡେଇଁ ପଡ଼ିଲେ। ଓ ତାଙ୍କ ଜୀବନ ମଧ୍ୟ ବଞ୍ଚାଇଦେଲେ। ଏହି ଦୃଶ୍ୟକୁ ଆପଣମାନେ ଦେଖନ୍ତୁ କେମିତି ପ୍ରେମିକା ପ୍ରେମିକଙ୍କୁ ଜାବୁଡ଼ି ଧରିଛନ୍ତି। ଆଉ ପ୍ରେମିକ ମଧ୍ୟ ପ୍ରେମିକାଙ୍କୁ ଜାବୁଡ଼ି ଧରିଛନ୍ତି। ପ୍ରେମିକାଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି ପ୍ରେମିକଜଣକ।

ଏମିତି ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ରରୁଆରେ ଦେଖିବାକୁ ମିଳିଛି। ରରୁଆରେ ରହୁଥିବା ପ୍ରେମିକଙ୍କୁ ଭୁବନେଶ୍ୱରରୁ ଦେଖା କରିବାକୁ ଆସିଥିଲେ ପ୍ରେମିକା। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡା। ଆଉ ରାଗିଯାଇ ରରୁଆ ବଜାରରୁ ରାଗି ଚାଲି ଚାଲି ଆସି ଖଇରୀଘଣ୍ଟନ ପୋଲ ଉପରୁ ଡେଇଁ ପଡିଥିଲେ ପ୍ରେମିକା, ପଛେ ପଛେ ପ୍ରେମିକ ଆସି ତାଙ୍କୁ ବଞ୍ଚାଇବା ପାଇଁ ଡେଇଁ ପଡିଥିଲେ। ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ରକ୍ଷା କରିବାର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

odia sambada
Comments (0)
Add Comment