ପରୀକ୍ଷା ପୂର୍ବରୁ ଅଜବ ଧରଣର ଚେକିଂ : ଆଗ ବ୍ରା ଖୋଲ,ତା ପରେ ପରୀକ୍ଷା ଦିଅ….

କେରଳରୁ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜ୍ଞା ହଁ, ବ୍ରା ଖୋଲିଲେ ଯାଇ ପରୀକ୍ଷା ଦେଇପାରିବ । ପରୀକ୍ଷା ହେବା ଆଗରୁ ଏମିତି ଚେକିଂ କରାଗଲା । ପ୍ରାୟ 100 ଯୁବତୀଙ୍କୁ ଇନରୱେର ଖୋଲିବାକୁ କୁହାଯାଇଥିଲା । ଆଉ କୁହାଗଲା ଯେ ଯଦି ନ ଖୋଲିବ ତେବେ ପରୀକ୍ଷା ଦେଇପାରିବନି । ନିଟ ପରୀକ୍ଷା ଦେବାକୁ ଆସିଥିବା ଆଶାୟୀ ଯୁବତୀଙ୍କୁ ଇନରୱେର ଖୋଲିବାକୁ କୁହାଯାଇଥିଲା । ଯେଉଁଥିରେ ସିଧାସଳଖ କୁହାଯାଇଥିଲା ଯେ ତୁମେ ବ୍ରା ଖୋଲ । ଆଉ ସଠିକ୍ ଭାବେ ଚେକିଙ୍ଗ ହେବାପରେ ପରୀକ୍ଷା ଦେବାକୁ ଯାଇପାରିବ ।

ତେବେ କେରଳର ମାର୍ଦ୍ଧମା ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଏଭଳି ଘଟଣା ଘଟିଛି । ଯାହାକି ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ତେବେ ପାଖାପାଖି 100 ଝିଅଙ୍କୁ ଏଭଳି ବାଧ୍ୟତାମୂଳକ ଅନ୍ତବସ୍ତ୍ର ଖୋଲିବାକୁ କୁହାଯାଇଥିଲା । ତେବେ ଜଣେ ଛାତ୍ରୀଙ୍କ ବାପା ଏହାକୁ ନେଇ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ ଡ୍ରେସ୍ କୋଟରେ ଏମିତି କିଛି ବି ଲେଖା ନଥିଲା । ତେଣୁ ତାଙ୍କ ଝିଅ ସେ ବିଷୟରେ ଅବଗତ ନଥିଲା । କିନ୍ତୁ ଝିଅକୁ ଇନରୱେର ଖୋଲିବାକୁ ବାଧ୍ୟ କରାଯାଉଥିଲା ।

କେବଳ ତାଙ୍କ ଝିଅ ନୁହଁନ୍ତି, ବହୁତ୍ ଝିଅଙ୍କ ସହ ଏପରି ଘଟିଥିଲା । ତେବେ ସ୍ଥିତି ଏମିତି ହୋଇଥିଲା ଯେ ଗୋଟିଏ ରୁମରେ ଝିଅମାନଙ୍କର ଇନରୱେର ଗଦା ହେଇଯାଇଥିଲା । ଏଥିରୁ ଭାବି ପାରୁଥିବେ ଯେ କେତେ ଝିଅଙ୍କର ଇନରୱେର ଖୋଲିବାକୁ କୁହାଯାଇଥିଲା । ଏଥିରୁ ଜଣାପଡ଼ୁଛି ଯେ କିଛି ଝିଅ ଏହାକୁ ମାନିଥିବା ବେଳେ କିଛି ଏହାକୁ ଜମାରୁ ମାନିନଥିଲେ ।

ତେବେ ଏଠାରେ କହିରଖିବାକୁ ଚାହିଁବୁ ଯେ 2017 ମସିହାରେ ଏଭଳି ଏକ ପରିସ୍ଥିତି କେରଳରେ ଘଟିଥିଲା । ଯାହାକୁ ନେଇ ସାରା ଦେଶରେ ସ୍ୱର ଉଠିଥିଲା । ତେବେ 2017 ରେ ଯେତେବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ଯାଇଥିଲେ, ସେତେବେଳେ ଚେକିଙ୍ଗ ପାଇଁ ଲଗାଯାଇଥିବା ମେଟାଲ ଦିଟେକ୍ଟର ସାଉଣ୍ଡ କରୁଥିଲା ଏବଂ ଯୁବତୀଙ୍କୁ ବ୍ରା ଖୋଲିବାକୁ କୁହାଯାଇଥିଲା । ତେବେ ପରେ ଜଣାପଡ଼ିଥିଲା ଯେ ବ୍ରାର ପଛ ପଟରେ ଥିବା ଛୋଟ ଷ୍ଟିଲ କିମ୍ବା ଲୁହାର ହୁକ୍ ପାଇଁ ଏଭଳି ଶବ୍ଦ ହେଉଥିଲା ।

odia sambada
Comments (0)
Add Comment