ଜୁଲାଇ 14 ତାରିଖ 2022 ରେ ପବିତ୍ର ଶ୍ରାବଣ ମାସ ପଡ଼ିଛି। ଏହି ମାସକୁ ଶିବଭକ୍ତ ବହୁତ ଆକୁଳତାର ସହିତ ଅପେକ୍ଷା କରିଥିଲେ। ଏହି ମାସରେ ସେମାନେ ନିଜର ଆରାଧ୍ୟ ପ୍ରଭୁ ଶିବଙ୍କୁ ଜଳ ଚଢ଼ାଇ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି ଓ ଭଗବାନ ତାଙ୍କର ଏହି ମନସ୍କାମନା ପୂରଣ କରିଥାନ୍ତି।
ଶ୍ରାବଣ ମାସରେ ଶିବ ମନ୍ଦିର ବାହାରେ ଭକ୍ତଙ୍କ ବହୁତ ଭିଡ ଲାଗିଥାଏ। ସେମାନେ ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରିବାସହ ଜଳାଭିଷେକ କରି ମନସ୍କାମନାକୁ ପୂରଣ କରିବାର ପ୍ରାର୍ଥନା କରିଥାନ୍ତି। ଏହାମଧ୍ୟରେ ଉତ୍ତର ପ୍ରଦେଶର ମଉ ଜିଲ୍ଲାର ସରଜୁ ନଦୀ ବାଲି ଭିତରୁ ଏକ 30 କିଲୋଗ୍ରାମ ଚାନ୍ଦିର ଶିବ ଲିଙ୍ଗ ମିଳିଥିଲା, ଯାହାର ଦୂର ଦୂର ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଛି।
ଶ୍ରାବଣ ମାସରେ ନଦୀରୁ ଏହିପରି ଭାବରେ ଶିବଲିଙ୍ଗ ମିଳିବା ସମସ୍ତଙ୍କୁ ଚକିତ କରିଦେଇଛି ଓ ବହୁତ ଲୋକମାନେ ଏହାକୁ ଦେଖିବାପାଇଁ। ଭିଡ଼ ଲଗାଇଛନ୍ତି। ଏହି ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ଏହାକୁ ଥାନାକୁ ନେଇଥିଲା ଓ ସେଠାରେ ଆଚାର୍ଯ୍ୟଙ୍କୁ ହସ୍ତାନ୍ତର କରି ମନ୍ଦିରରେ ଏହାର ରୁଦ୍ରାଭିଷେକ କାରାଗଲା। ଏବେ ଏହି ଶିବଲିଙ୍ଗର ଫୋଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।
ପ୍ରାତଃ ସମୟରେ ନଦୀକୁ ସ୍ନାନ କରିବାକୁ ଯାଇଥିବା ସମୟରେ ଏହି ବ୍ୟକ୍ତିଙ୍କୁ ମିଳିଲା ଚାନ୍ଦିର ଶିବଲିଙ୍ଗ:-
ସୂଚନା ଅନୁଯାୟୀ, ରାମମିଲନ ନିଷଦ ଶନିବାର ସକାଳୁ ନଦୀକୁ ଗାଧୋଇ ଯାଇଥିଲେ ଓ ପୂଜା ସାମଗ୍ରୀ ଧୋଇବାକୁ ନେଇଥିଲେ। ଏହି ସମୟରେ ସେ ନଦୀରୁ ମାଟି ବାହାର କରି ଧୋଉଥିବା ସମୟରେ ବାଲିରେ କିଛି ଥିବାର ତାଙ୍କୁ ଅନୁଭୂତି ହେଲା ଓ ସେ ବାଲି ଖୋଳିବା ଆରମ୍ଭ କରିଦେଇଥିଲେ।
ଏହାପରେ ସେ ପାଖରେ ମାଛ ଧରୁଥିବା ରାମଚନ୍ଦ୍ର ନିଷଦଙ୍କୁ ଡ଼କାଇଥିଲେ ଓ ଉଭୟ ମାଟି ଖୋଳିବା ଆରମ୍ଭ କରିଦେଇଥିଲେ। ବହୁତ ମାଟି ଖୋଳିବା ପରେ ତାଙ୍କ ସାମ୍ନାରେ ଚାନ୍ଦିର ଶିବଲିଙ୍ଗ ବାହାରି ସାମ୍ନାକୁ ଆସିଲା ଯାହାକୁ ଦେଖିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।
ଦେଖିବାକୁ ଭିଡ଼ କଲେ ଲୋକେ:-
ରାମଚନ୍ଦ୍ର ନିଷଦ ଏହି ଶିବଲିଙ୍ଗକୁ ନିଜ ଘରକୁ ନେଇଆସିଲେ ଓ ଏହାକୁ ସଫା କଲେ। ଯେତେବେଳେ ଏହିକଥା ମନ୍ଦିର ଆଚାର୍ଯ୍ୟଙ୍କୁ ଜଣାପଡ଼ିଥିଲା ସେତେବେଳେ ସେ ଆସି ଶିବଲିଙ୍ଗକୁ ମନ୍ଦିରକୁ ନେଇଯାଇଥିଲେ। ଶ୍ୟାମଜି ପାଣ୍ଡେ, ପ୍ରଦୀପ ପାଣ୍ଡେ ଓ ଆନନ୍ଦ ପାଣ୍ଡେ ଶିବଲିଙ୍ଗର ରୁଦ୍ରଭିଷେକ କରାଇଲେ।
30 କିଲୋ ଓଜନର ଅଟେ ଏହି ଶିବଲିଙ୍ଗ:-
କୁହାଯାଉଛି ସରଜୁ ନଦୀ କୂଳରୁ ମିଳିଥିବା ଏହି ଲିଙ୍ଗର ଉଚ୍ଚତା ପ୍ରାୟ ଏକ ଚତୁର୍ଥାଂଶ ଓ ଓଜନ ପ୍ରାୟ 25 ରୁ 30 କିଲୋଗ୍ରାମ। ଲୋକେ ଏହି ଚାନ୍ଦିର ଶିବଲିଙ୍ଗକୁ ପାଇ ବହୁତ ପ୍ରସନ୍ନ ରହିଛନ୍ତି ଓ ଖୁସିରେ ହର ହର ମହାଦେବ ବୋଲି କହୁଛନ୍ତି।
ଚାନ୍ଦିର ଶିବଲିଙ୍ଗ ଟିକୁ ସେଠାକାର ଶିବ ମନ୍ଦିରରେ ରଖାଗଲା। ଲୋକଙ୍କ କହିବାକଥା ହେଲା ଶ୍ରାବଣ ମାସରେ ଭଗବାନ ଦର୍ଶନ ଦେଇ ବହୁତ ପୁଣ୍ୟ କରାଇଦେଲେ। ଏହି ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋରରେ ଲାଗି ରହିଛି।