300 ରୁ 300 ମାର୍କ ପାଇବା ପରେ ମଧ୍ୟ ଛାତ୍ର ଅସନ୍ତୁଷ୍ଟ, ପୁଣିଥରେ ଦେବେ ପରୀକ୍ଷା। ଜାଣନ୍ତୁ କଣ ପାଇଁ

ପରୀକ୍ଷାରେ ପ୍ରତ୍ୟେକ ଛାତ୍ରକୁ ଭଲ ନମ୍ବର ଆଣି ପାସ ହେବା ଆଶା ରହିଥାଏ। କିଛି ଛାତ୍ର ଫାଷ୍ଟ ଡିଭିଜନର ଆଶା ରଖନ୍ତି ତ କିଛି ଛାତ୍ର 80 ରୁ 90 ପ୍ରତିଶତ ମାର୍କ ଆଶା କରିଥାନ୍ତି ଓ କିଛି ଛାତ୍ର ଅନ୍ୟପକ୍ଷେ କେବଳ ପାସ ମାର୍କ ପାଇଗଲେ ଖୁସିରେ ଝୁମି ଉଠିଥାନ୍ତି। ଏହିସବୁ ପରୀକ୍ଷା ସରିବାପରେ ଛାତ୍ରମାନେ ବହୁତ ରିଲାକ୍ସ ଫ୍ରି କରନ୍ତି ଓ ସେମାନେ କହିଥାନ୍ତି ଯାହା ହେଉ ଜୀବନରେ ଆଉ ଏହି ବିଷୟକୁ ପଢ଼ିବାକୁ ପଡ଼ିବନାହିଁ।

ଫୁଲମାର୍କ ସ୍କୋର କରିବାପରେ ମଧ୍ୟ ଆଉଥରେ ପରୀକ୍ଷା ଦେବେ ଏହି ଛାତ୍ର:-

ଆଜି ଆମେ ଆପଣଙ୍କୁ ଏକ ଛାତ୍ରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସମ୍ପୂର୍ଣ୍ଣ ପରୀକ୍ଷାରେ ଫୁଲ ମାର୍କ ଆସିଥିଲା କିନ୍ତୁ ସେ ଆଉଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହିଦିନ JEE Main ଟପ୍ପର ନଭ୍ୟ ହସାରିଆଙ୍କ ଉପରେ ମିଡ଼ିଆର ନଜର ରହିଛି ଓ ସେ ସମ୍ପୂର୍ଣ୍ଣ ମିଡ଼ିଆରେ ଛାଇ ଯାଇଛନ୍ତି କାରଣ ସେ ଏହି ପରୀକ୍ଷାରେ 300 ରୁ 300 ସ୍କୋର କରିବାପରେ ମଧ୍ୟ ତାଙ୍କ ମନ ଶାନ୍ତ ହୋଇନାହିଁ ଓ ସେ ଆଉଥରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି।

ସେ ଏହାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି କି, ଏକ ଭଲ ଅଭ୍ୟାସକୁ ଲକ୍ଷ୍ୟ ରଖି ସେ ଆଉଥରେ ଜେଇଇ ପରୀକ୍ଷା ଦେବେ। ସେ କହିଥିଲେ, ଏହାର ଦ୍ବିତୀୟ ସଂସ୍କରଣ ପରୀକ୍ଷା ଦେଲେ ତାଙ୍କର ଟାଇମ ମ୍ୟାନେଜମେଣ୍ଟ ଭଲ ହେବ। ମିଡ଼ିଆ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ କି, ଜେଇଇ ମେନ୍ସର ଏହି ପରୀକ୍ଷା ଦେବାପରେ ମୋତେ। ଶିଖିବାକୁ ମିଳିବ ଯେ, ଏକ ଟାଇମ ଭିତରେ ସମ୍ପୂର୍ଣ୍ଣ ପେପରକୁ କେମିତି କରିବାକୁ ହେବ। ଏଥିରେ ମୋ ଟାଇମ ମ୍ୟାନେଜମେଣ୍ଟ ଭଲ ଆସିବ ଓ ମୋର ଭଲ ଅଭ୍ୟାସ ମଧ୍ୟ ହୋଇଯିବ।

ଜଣାଇଦେଉଛୁ କି, ଏହି ପରୀକ୍ଷା କୁ ଦେଇ ନଭ୍ୟ ହିସାରିଆ କିଛି ହରାଇବେ ନାହିଁ । ଯଦି ବା ଏହି ପ୍ରଚେଷ୍ଟାରେ ତାଙ୍କର ସମ୍ପୂର୍ଣ୍ଣ ମାର୍କ ଆସୁନାହିଁ ତଥାପି ତାଙ୍କର ସର୍ବୋଚ୍ଚ ମାର୍କକୁ ହିଁ ଧରାଯିବ। ନଭ୍ୟଙ୍କ ଲକ୍ଷ୍ୟ IIT। ବମ୍ବେ କମ୍ପ୍ୟୁଟର ସାଇନ୍ସରେ ଯିବାର ରହିଛି।

ସେପଟେ ତାଙ୍କର ଆଉଥରେ ପରୀକ୍ଷା ଦେବାକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ ମାନେ ମଜାକ ଉଡ଼ାଇବାକୁ ଲାଗିଲେ। ଜଣେ ୟୁଜର୍ସଙ୍କ କହିବାହେଲା, କେବଳ ପାସିଂ ମାର୍କ ଆସିଲେ ହିଁ ଆମେ ଖିସି ହୋଇଯାଉ। ଜଣଙ୍କର ଫୁଲ ମାର୍କ ଆସିବାପରେ ମଧ୍ୟ ସେ ଆଉଥରେ ପରୀକ୍ଷା ଦେଉଛି।

ଆଉଜଣେ ଲେଖିଥିଲେ, ଆଶା କରୁଛି ଏହି ଖବର ମୋ ମାଆ ନପଢ଼ନ୍ତୁ ନଚେତ ତାଙ୍କର ଉଦାହରଣ ଦେଇ ମୋତେ ସର୍ବଦା ଗାଳି କରିବେ। ଆଉଜଣେ ଲେଖିଥିଲେ, ଶାସ୍ତ୍ରରେ ଏହାକୁ ଘୋର ପାପ ବୋଲି କୁହାଯାଇଛି।

odia sambada
Comments (0)
Add Comment