ଦିଲ୍ଲୀରେ ଜାହାଙ୍ଗିରପୁରୀ ଅଞ୍ଚଳରେ ବଦଲାପୁର ରିପିଟ୍ । ମାଡ଼ ବଦଳରେ ଗୁଳି । ବାପାଙ୍କୁ ମାଡ଼ର ପ୍ରତିଶୋଧ ଗୁଳି ମାଡ଼ କରି ନେଲା ପୁଅ । ରାଜଧାନୀ ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ୭ ମାସ ତଳେ ବାପାଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଫେରାର ମାରିଛି ନାବାଳକ । ନାବାଳକ ଜଣକ ତିନି ସାଙ୍ଗଙ୍କ ସହିତ ଆସି ଘର ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଧରି ଗୁଳି ଚଳାଇଥିଲେ । ତେବେ ଗୁଳିଟି ବ୍ୟକ୍ତିଙ୍କ ଆଖିରେ ବାଜିଥିଲା ଏବଂ ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ତେବେ ସେହି ଗୁଳିକାଣ୍ଡ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହାକି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗତକାଲି ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଯେଉଁ ବ୍ୟକ୍ତିଙ୍କ ଉପରକୁ ଗୁଳି ହୋଇଛି ତାଙ୍କ ନାମ ହେଉଛି ଜାଭେଦ୍ ଅନସାର ଅହମ୍ମଦଙ୍କ ପୁଅ । ଯିଏକି ନିଜ ପରିବାର ସହିତ ଏଚ-୪ ବ୍ଲକରେ ରହୁଥିଲେ । ଗୁଳିକାଣ୍ଡ ମାମଲାରେ ୩୦୭ ଦଫାରେ ମାମଲା ରୁଜୁ ହୋଇଛି ।
ଭିଡିଓରେ ଦେଖିବାକୁ ମିଳୁଛି ନାବଳକା ଜଣକ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ରାସ୍ତାରେ ଯାଉଛନ୍ତି । ହେଲେ ହଠାତ୍ ସେ ହାତରେ ପିସ୍ତଲ ଧରି ଜାଭେଦ୍ ଅନସାରର ଅତି ନିକଟକୁ ଯାଇ ଗୁଳି ଚଳାଇ ଥିଲେ । ସମୟ ପ୍ରାୟ ଅପରାହ୍ନ ୪.୪୫ରେ । ଜାଭେଦ୍ ଘର ବାହାରେ ଥିବା ଏଚ-୩ ବ୍ଲକ ପାର୍କ ପାଖରେ ବସିଥିଲେ । ଆଉ ତା’ପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ମାରନ୍ତି । ଆଉ ଭିଡିଓ ଭାଇରାଲ ହେବା ପରେ ସୂଚନା ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଜଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରାଯାଇଛି ।
ଏଥି ସହ ଗୁଳି ବିନିମୟରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଏହି ପୀଡିତ ଜାଭେଦ ନାବାଳକଙ୍କ ବାପାଙ୍କୁ ପ୍ରାୟ ୭ ମାସ ତଳେ ମାଡ ମାରିଥିଲେ । ମାଡ ମାରିବାରେ ଏତେ ମାସ ପରେ ନାବାଳକ ପୁଅ ଏହାର ପ୍ରତିଶୋଧ ନେଇଛନ୍ତି । ତେବେ ପୋଲିସ ଟିମ୍ ନାବାଳକଙ୍କୁ ଗିରଫ କରିବା ସହିତ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରିଛି ।