PM Kisan Yojana: ଭୁଲରେ ମଧ୍ୟ କରନ୍ତି ନାହିଁ ଏମିତି ଭୁଲ, ନଚେତ୍ ଖାତାକୁ ଆସିବ ପିଏମ କିଷାନ ସମ୍ମାନ ନିଧି ଯୋଜନାର 12 ତମ କିସ୍ତି

PM Kisan Yojana: ଭୁଲରେ ମଧ୍ୟ କରନ୍ତି ନାହିଁ ଏମିତି ଭୁଲ, ନଚେତ୍ ଖାତାକୁ ଆସିବ ପିଏମ କିଷାନ ସମ୍ମାନ ନିଧି ଯୋଜନାର 12 ତମ କିସ୍ତି

PM Kisan Samman Nidhi Yojana: ଭାରତର ପ୍ରାୟ ଅଧାରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଏଥିରୁ ଅଧିକାଂଶ କୃଷକ ଲଘୁ ଏବଂ ସୀମାନ୍ତ କୃଷକଙ୍କ ଶ୍ରେଣୀରେ ଅଛନ୍ତି । ଏହି କୃଷକମାନଙ୍କୁ ଅନେକ ଫସଲର ବୁଣିବା ଠାରୁ ନେଇ କାଟିବା ପର୍ଯ୍ୟନ୍ତ ଅନେକ ପ୍ରକାରର ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ଏହି କୃଷକ ଆର୍ଥିକ ଭାବରେ ଯେପରି ଅଧିକ ଶକ୍ତିଶାଳୀ ହେବେ, ଏଥିପାଇଁ ଯୋଜନା ମାଧ୍ୟମରେ ଲାଭ ଦେବାକୁ ଚେଷ୍ଟା କରାଯାଏ ।

ପିଏମ କିଷାନ ସମ୍ମାନ ନିଧି ମଧ୍ୟ ଏହିପରି ଗୋଟିଏ ଯୋଜନା ଅଟେ । ଏହି ଯୋଜନା ମାଧ୍ୟମରେ କୃଷକଙ୍କୁ ପ୍ରତିବର୍ଷ 6 ହଜାର ଟଙ୍କାର ରାଶି ଦିଆଯାଏ । ଏହି ରାଶି କୃଷକଙ୍କୁ 2 ହଜାର ଟଙ୍କା ଭାବେ ପଠା ଯାଇଥାଏ । ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଆକାଉଣ୍ଟକୁ 11 ଟି କିସ୍ତି ଟ୍ରାନ୍ସଫର କରାଯାଇଛି । ବର୍ତ୍ତମାନ କୃଷକ ପରବର୍ତ୍ତୀ 12 ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି, ଯାହା କି ସେପ୍ଟେମ୍ବର ମାସ ସୁଦ୍ଧା କୃଷକଙ୍କ ଖାତାକୁ ପଠାଇ ଦିଆଯିବ ।

କୃଷକଙ୍କ ଭୁଲ କାରଣରୁ ଖାତାକୁ ଆସେ ନାହିଁ ପଇସା :-

କିଛି କୃଷକ ଏପରି ଅଛନ୍ତି, ଯେଉଁମାନେ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ଯୋଗ୍ୟ କୃଷକ ହେବା ସତ୍ତ୍ୱେ ମଧ୍ୟ ଏହି ଯୋଜନାର ଲାଭ ମିଳୁନାହିଁ କିମ୍ବା ସେମାନଙ୍କ ଖାତାକୁ ପଇସା ଆସୁନାହିଁ । ଏହା ପଛରେ କୃଷକଙ୍କ ଦ୍ଵାରା ନିଜର ଭୁଲ ହୋଇଥାଏ । ଆମେ କୃଷକଙ୍କୁ ସେହି ଭୁଲ ବିଷୟରେ କହୁଛୁ, ଯାହାକୁ ଠିକ୍ କରି ସେମାନେ ପରବର୍ତ୍ତୀ ସବୁ କିସ୍ତି ହାସଲ କରିବାକୁ ସକ୍ଷମ ହେବେ ।

ଏହି ଭୁଲ ଠାରୁ ଦୂରେଇ ରୁହନ୍ତୁ :-

– ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପାଇଁ ରେଜିଷ୍ଟ୍ରେସନ୍ କରିବା ସମୟରେ ଅନେକଥର କୃଷକ ନିଜ ନାମର ସ୍ପେଲିଙ୍ଗକୁ ଭୁଲ ଭାବେ କହିଥାଏ । ଯଦି ଆପଣ ମଧ୍ୟ ଏହି ଭୁଲ କରିଛନ୍ତି, ତେବେ ଯୋଜନାର ଲାଭ ନେବା ସମୟରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

– ଅନେକଥର ଲୋକମାନେ ଯୋଜନାରେ ରେଜିଷ୍ଟ୍ରେସନ୍ କରିବା ସମୟରେ ନିଜର ଭୁଲ ଆଡ୍ରେସ କିମ୍ବା ଆଡ୍ରେସ ସ୍ପେଲିଙ୍ଗ ଠିକ୍ ଭାବେ ପୂରଣ କରନ୍ତି ନାହିଁ । ଏହି କାରଣରୁ ସେମାନଙ୍କୁ ଏହି ଯୋଜନାର ଲାଭରୁ ବଞ୍ଚିତ କରାଯାଏ ।

– ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପାଇଁ ରେଜିଷ୍ଟ୍ରେସନ୍ କରିବା ସମୟରେ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଏବଂ ଆଧାର ନମ୍ୱର୍ ଭୁଲ ପୂରଣ କରିବା କାରଣରୁ ମଧ୍ୟ ପଇସା ଆସେନାହିଁ ।

– ଇ- କେୱାଇସି ନ କରିବା କାରଣରୁ ମଧ୍ୟ ପଇସା ଅଟକି ଯାଇପାରେ ।

ଶୀଘ୍ର କରାନ୍ତୁ ଇ- କେୱାଇସି :-

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ କୌଣସି ଅସୁବିଧା ବିନା ପାଇବାପାଇଁ କୃଷକ ନିଜର ଇ- କେୱାଇସି ଜୁଲାଇ 31 ତାରିଖ 2022 ପୂର୍ବରୁ କରିନେବା ଉଚିତ୍ । ଯଦି ଆପଣ ଏହି ତାରିଖ ପୁର୍ବରୁ ଇ- କେୱାଇସି ନ କରାନ୍ତି, ତେବେ ଆପଣ ମଧ୍ୟ 12 ତମ କିସ୍ତିରୁ ବଞ୍ଚିତ ହୋଇପାରନ୍ତି ।

odiasambada
Comments (0)
Add Comment