ମଧ୍ୟପ୍ରଦେଶର ଆଗ୍ରା ମାଲବା ଜିଲ୍ଲାରେ ମାତ୍ର 22 ବର୍ଷୀୟ ମହିଳା ଏକାବେଳେ ତିନୋଟି ଝିଅଙ୍କୁ ଜନ୍ମ ଦେଇଛନ୍ତି । ଏହି ଖବର ସବୁ ହେଡଲାଇନରେ ଆସୁଛି । ସୂଚନା ମିଳିଛି ଯେ ତିନି ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେହିପରି ତିନି ଝିଅଙ୍କ ମା ମଧ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ଏହି ତିନି ଝିଅଙ୍କ ଜନ୍ମ ସମୟ ପୂର୍ବରୁ ହୋଇଛି । ମହିଳା ସପ୍ତମ ମାସରେ ହିଁ ଝିଅମାନଙ୍କୁ ଜନ୍ମ ଦେଇଛନ୍ତି ।
କଛାଲିୟା ଗାଁର ବାସିନ୍ଦା :-
ଏହି ତିନି ଝିଅଙ୍କ ମାଙ୍କ ନାମ ମାୟା ଅଟେ । ମାୟା କଛାଲିୟା ଗାଁର ବାସିନ୍ଦା ଅଟନ୍ତି । ତାଙ୍କୁ ନିକଟରେ ପ୍ରସବ ପୀଡ଼ା ଆରମ୍ଭ ହୋଇଥିଲା । ତାଙ୍କୁ ନିକଟସ୍ଥ ଆଗ୍ରା ମାଲବାର ମା ପିତାମ୍ବରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିଲା । ଡାକ୍ତରମାନେ ଅପରେସନ କରି ଡେଲିଭରି କଲେ । ମହିଳା ତିନୋଟି ଝିଅକୁ ଜନ୍ମ ଦେଲେ ।
ରାତି 1 ଟାରେ ହେଲା ଝିଅମାନଙ୍କର ଜନ୍ମ :-
ଡାକ୍ତରମାନେ ମାୟାଙ୍କ ଅପରେସନ ବିଳମ୍ବିତ ରାତିରେ କଲେ । ସେହିପରି ମାୟାଙ୍କ ଡେଲିଭରି ରାତି 1 ଟାରେ ହେଲା । ସବୁଠାରୁ ଭଲ କଥା ଏହା ଯେ ତିନି ଝିଅ ଏବଂ ତାଙ୍କ ମା ମାୟା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହା ମହିଳାଙ୍କର ପ୍ରଥମ ଡେଲିଭରି ଥିଲା ଏବଂ ପ୍ରଥମ ଥରରେ ହିଁ ସେ ଏକାବେଳେ ତିନି ଝିଅଙ୍କର ମା ହୋଇଗଲେ ।
ସଫଳ ଡେଲିଭରି କରାଇବା ପରେ ଡାକ୍ତରମାନେ ସୂଚନା ଦେଇ କହିଥିଲେ ଯେ, ନର୍ମାଲ ଡେଲିଭରି କରିବା ଉଚିତ୍ ନଥିଲା, କାରଣ ସପ୍ତମ ମାସରେ ହିଁ ମହିଳାଙ୍କୁ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଖୁସିର କଥା ଯେ ସପ୍ତମ ମାସରେ ଜନ୍ମ ହେବା ସତ୍ତ୍ୱେ ତିନି ଝିଅ ସୁସ୍ଥ ଅଛନ୍ତି । ଝିଅମାନଙ୍କର ଓଜନ 1290 ଗ୍ରାମ, 1350 ଗ୍ରାମ ଏବଂ 1420 ଗ୍ରାମ ଅଛି ।
ପରିବାର ଲୋକେ କହିଲେ – ଗଙ୍ଗା-ଯମୁନା-ସରସ୍ଵତୀ ରୂପରେ ଦେବୀମାନେ ଆସିଛନ୍ତି :-
ସେହିପରି ଏକାବେଳେ ତିନି ଝିଅଙ୍କ ଜନ୍ମ ହୋଇଥିବାରୁ ପରିବାରରେ ମଧ୍ୟ ଖୁସିର ବାତାବରଣ ରହିଛି । ସମସ୍ତେ ବହୁତ୍ ଖୁସି ଅଛନ୍ତି । ବର୍ତ୍ତମାନ ପରିବାର ଲୋକେ ଝିଅମାନଙ୍କୁ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନାମରେ ଡାକୁଛନ୍ତି । ପରିବାର ଲୋକେ କହିଛନ୍ତି ଯେ ଝିଅମାନେ ଦେଵୀମାନଙ୍କ ରୂପ ହୋଇ ଘରକୁ ଆସିଛନ୍ତି ।