ଶ୍ୱଶୁରର ପ୍ରାଇଭେଟ ପାର୍ଟକୁ ବୋହୂ ମାରିଲା ବାରମ୍ବାର ଗୋଇଠା, ଆଉ ତାପରେ ଚାଲିଗଲା ଶ୍ୱଶୁରର ଜୀବନ

ବର୍ତ୍ତମାନ ଶ୍ଵଶୁର ଏବଂ ବୋହୂର ଝଗଡାକୁ ନେଇ ଗୋଟିଏ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ବୋହୂର ଗୋଇଠାରେ ଶ୍ବଶୁରର ଜୀବନ ଚାଲିଯାଇଛି । ପାରିବାରିକ ବିବାଦ ଯୋଗୁଁ ବୋହୂ ନିଜ ଶ୍ଵଶୁରଙ୍କ ଜୀବନ ନେଇଥିବା ଜଣାପଡିଛି ।

ଶ୍ଵଶୁରଙ୍କ ସହ ଜମି ବାବଦକୁ ନେଇ ବିବାଦ ଏତେ ବଢ଼ିଯାଇଥିଲା ଯେ ବୋହୂ ନିଜର ନିୟନ୍ତ୍ରଣ ହରାଇ ବସିଥିଲା । ତାପରେ ବୋହୂ ଶ୍ଵଶୁରଙ୍କ ପ୍ରାଇଭେଟ୍ ପାର୍ଟକୁ ଗୋଇଠା ମାରି ମାରି ଜୀବନ ନେଇଯାଇଛି ।

ଏଭଳି ଗୋଟିଏ ଅଭାବନୀୟ ଘଟଣା ରାଜସ୍ଥାନର କୁସଲଗଡ ଥାନା ଅନ୍ତର୍ଗତ ନଥପୁରା ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ, ବିବାଦ ମଧ୍ୟରେ ଏହି ସଇତାନ ବୋହୂ ଶ୍ଵଶୁରଙ୍କୁ ମାରପିଟ କରିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ବାରମ୍ବାର ଗୋଇଠା ମାରିଥିଲା ।

ପ୍ରାଇଭେଟ୍ ପାର୍ଟକୁ ଗୋଇଠା ମାରିବା କାରଣରୁ ଶ୍ଵଶୁରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା । ଯେଉଁଥିପାଇଁ ତାଙ୍କୁ ତୁରନ୍ତ ମେଡ଼ିକାଲ ମଧ୍ୟ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ଵଶୁରଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟରେ ବାପାଙ୍କ ସହ ହୋଇଥିବା ଏଭଳି କାଣ୍ଡ ଘଟାଇଥିବା କାରଣରୁ ଦିଅର ନିଜ ଭାଉଜ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛି । ଅଭିଯୋଗ କରିବାପରେ କୁସଲଗଡ ଥାନା ଅଧିକାରୀ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

odia sambada
Comments (0)
Add Comment