ମଣିଷ ପେଟରୁ ଜନ୍ମ ହେଲା ମାଙ୍କଡ ଛୁଆ, ଲୋକମାନେ କହୁଛନ୍ତି କଳିଯୁଗ ଶେଷ ହେବାକୁ ଯାଉଛି

ଆମ ପୂର୍ବ ପୁରୁଷଙ୍କ ଠାରୁ ଶୁଣି ଆସିଛନ୍ତି ଯେ ମଣିଷ ପ୍ରଥମେ ମାଙ୍କଡ ରୂପରେ ହୋଇଥିଲା । ସମାଜର ଉନ୍ନତି ହେବା ସହିତ ଆମେ ମାଙ୍କଡରୁ ପରିବର୍ତ୍ତନ ହୋଇ ମଣିଷ ଜନ୍ମ ହୋଇଥିଲୁ । କିନ୍ତୁ ବିଂଶ ଶତାବ୍ଦୀରେ ମଣିଷ ପେଟରୁ ମାଙ୍କଡ ଛୁଆ ଜନ୍ମ ହେବା ଘଟଣା ଯେତିକି ଆଶ୍ଚର୍ଯ୍ୟ କରିଛି, ସେତିକି ଭୟଭୀତ ମଧ୍ୟ କରିଛି । ତେବେ ଏମିତି ଏକ ବିରଳ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତ ସାରଦେଇପୁର ଗ୍ରାମରେ ଦେଖିବାକୁ ମିଳିଛି ।

ସାରଦେଇପୁର ଗ୍ରାମର ପ୍ରଦୀପ ସ୍ୱାଇଁଙ୍କ ସ୍ତ୍ରୀ ମିତା ନାଥ ଏକ ବିରଳ ପ୍ରକାର ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି, ଯାହାକି ଦେଖିବାକୁ ଏକଦମ ଗୋଟିଏ ମାଙ୍କଡ ଛୁଆ ପରି । କିନ୍ତୁ ଅନିବାର୍ଯ୍ୟ କାରଣ ବଶତଃ ଆମେ ଏହି ଭିଜୁଆଲଟିକୁ ଆପଣଙ୍କୁ ଦେଖାଇ ପାରୁନୁ । ସୂଚନା ଅନୁଯାୟୀ, ମିତା ନାଥ ଯେତେବେଳେ ପ୍ରସବ ଯନ୍ତ୍ରଣା ଅନୁଭବ କଲେ, ସେତେବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ପ୍ରସବରେ ସମସ୍ୟା ଏବଂ ମିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଦେଇଥିଲେ । କିନ୍ତୁ ସେଠାରେ ଗୋଟିଏ ବିରଳ ଘଟଣା ଘଟିଥିଲା ।

ମିତାଙ୍କର ପ୍ରସବ ତ ହୋଇଥିଲା, କିନ୍ତୁ ମଣିଷ ଛୁଆ ବଦଳରେ ମାଙ୍କଡ ଛୁଆ ଜନ୍ମ ହୋଇଥିଲା । ତାଙ୍କ ପ୍ରସବ ପରେ ଯେତେବେଳେ ଶିଶୁକୁ ଦେଖାଯାଇଥିଲା, ସେତେବେଳେ ଶିଶୁଟିର ଆକୃତି ପୁରାପୁରି ମାଙ୍କଡ ପରି ଦେଖାଯାଉଥିଲା । ଏହାସହିତ ଶିଶୁର ବାମ ହାତରେ ମଧ୍ୟ ଆଙ୍ଗୁଳି ନଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ମଧ୍ୟ ହୋଇଯାଇଥିଲେ ।

ଏପରିକି ନିଜେ ମିତା ମଧ୍ୟ ବିଶ୍ୱାସ କରିପାରିନଥିଲେ ଯେ ଦଶମାସ ଦଶଦିନ ଗର୍ଭରେ ରଖି ଯେଉଁ ଛୁଆଟା ପାଇଁ ସେ ଅପେକ୍ଷା କରି ବସିଥିଲେ, ଶେଷରେ ସେ ଗୋଟିଏ ମାଙ୍କଡ ଛୁଆ ହୋଇ ଜନ୍ମ ନେଲା । କିନ୍ତୁ ଜନ୍ମ ହେବାର କିଛି ସମୟ ବ୍ୟବଧାନ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ମିତାଙ୍କ ଗର୍ଭରୁ ଏପରି ଶିଶୁ ଜନ୍ମ ହେବା ଏବଂ କିଛି ସମୟ ପରେ ତାର ମୃତ୍ୟୁ ହେବାକୁ ନେଇ ଅଭାଗିନୀ ମା ସହିପାରିନଥିଲେ ।

ତେବେ ଏପରି ଏକ ବିରଳ ଶିଶୁର ଜନ୍ମକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି । ଏପରି ମାଙ୍କଡ ଛୁଆ ଜନ୍ମ ହେବାପରେ ଲୋକଙ୍କ ମନକୁ ନାନା କଥା ଆସୁଛି । କେହି କେହି କହୁଛନ୍ତି ଯେ ଆମେ ପୁଣି ଥରେ ପୂର୍ବ ରୂପକୁ ଫେରିଯିବା ତ ଆଉ କେହି କହୁଛନ୍ତି ଏ କଳିଯୁଗ ଶେଷ ହେବାର ସମୟ ଆସିଗଲାଣି । ଏଣିକି ମଣିଷ ପେଟରୁ ମଣିଷ ଛୁଆ ନୁହେଁ କେବଳ ମାଙ୍କଡ ଛୁଆ ହିଁ ଜନ୍ମ ହେବେ । ଅନ୍ୟପଟରେ ଶିଶୁଟିର ମୃତ୍ୟୁ ହେବା ପରେ ମା ମିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

odia sambada
Comments (0)
Add Comment