ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ହନିମୁନ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ । କିନ୍ତୁ ସେଠାରେ ସମୁଦ୍ରରେ ଗାଧୋଇବା ସମୟରେ ସେ ଦୁର୍ଘଟଣାର ଶିକାର ହୋଇଗଲା । ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା । 34 ବର୍ଷୀୟ ଏହି ବ୍ୟକ୍ତି ପାଣିରେ ” ଚେତାବନୀ ଲାଇନ” କୁ ପାର କରି ସ୍ୱୀମିଙ୍ଗ କରିବାକୁ ପହଞ୍ଚି ଯାଇଥିଲା, ଯେଉଁ କାରଣରୁ ସେ ସମୁଦ୍ରରେ ବହିଗଲା ।
ଏହି ବ୍ୟକ୍ତିଙ୍କ ନାମ ଅଲି ମହମ୍ମଦ ମିଆ ଅଟେ । ଅଲି ବ୍ରିଟେନର ବାସିନ୍ଦା ଥିଲେ । ଜୁଲାଇ 12 ତାରିଖରେ ସେ ନିଜ ହନିମୁନ ଟ୍ରିପରେ ଥାଇଲ୍ୟାଣ୍ଡର Phuket ଆଇଲ୍ୟାଣ୍ଡରେ ପହଞ୍ଚିଥିଲେ । ଅଲି ନିଜ ସ୍ତ୍ରୀ ସହିତ ସେଠାରେ ଗୋଟିଏ ଫାଇଭ ଷ୍ଟାର ରୀସର୍ଟରେ ଅଟକିଥିଲେ ।
ଏହି ସମୟରେ ଅଲି ସମୁଦ୍ରରେ ଗାଧୋଇବା ପାଇଁ ବାହାରି ପଡିଲେ । ତାଙ୍କ ସହିତ ଜଣେ 55 ବର୍ଷୀୟ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଥିଲେ । ସ୍ୱୀମିଙ୍ଗ କରି କରି ଅଲି “ଚେତାବନୀ ଲାଇନ” କୁ ପାର କରିଥିଲେ ଏବଂ ସମୁଦ୍ରର ତୀବ୍ର ଲହରୀ ତାଙ୍କୁ ବୁହାଇ ନେଇଗଲା । ଖୋଜାଖୋଜି କରିବାପରେ ସିକ୍ୟୁରିଟି ଗାର୍ଡସ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ । କିନ୍ତୁ ସେତେବେଳକୁ ବହୁତ୍ ଡେରି ହୋଇଯାଇଥିଲା । ଡାକ୍ତର ଅଲି ଏବଂ ତାଙ୍କ ସହିତ ଯାଇଥିବା ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଦେଲେ ।
ଏହି ମାମଲାରେ ପୋଲିସ କଣ କହିଛି ?
‘ ମିରର ୟୁକେ ‘ ର ରିପୋର୍ଟ୍ ଅନୁଯାୟୀ, ଦୁର୍ଘଟଣା ପରେ ପୋଲିସ ଅଧିକାରୀ ଅଲିଙ୍କ ମୃତ୍ୟୁ ଖବର ବ୍ରିଟିଶ ଅମ୍ବେଶିଙ୍କୁ ପହଞ୍ଚାଇ ଥିଲେ । ଅଧିକାରୀ କହିଛନ୍ତି ଯେ ଆମ ପାଖକୁ ସନ୍ଧ୍ୟା 5ଟାରେ ଏମରଜେନ୍ସି କଲ୍ ଆସିଥିଲା । ଆମ ଲୋକ ଦୁଇଜଣ ଲୋକଙ୍କୁ ସମୁଦ୍ରରୁ ରେସକ୍ୟୁ କଲେ । ସେମାନଙ୍କୁ ହସ୍ପିଟାଲ୍ ନିଆଗଲା, କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଦେଲେ ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସମୁଦ୍ରରେ ” ୱାର୍ଣୀଙ୍ଗ ସାଇନ୍” ଦିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଦୁଇ ବ୍ୟକ୍ତି ଏହାକୁ ପାର କରି ଯାଇଥିଲେ । ଅଧିକ ବର୍ଷା କାରଣରୁ ସେମାନେ ସମୁଦ୍ର ଲହରୀରେ ଫସିଗଲେ ଏବଂ ପରେ ସେମାନଙ୍କର ମୃତ୍ୟୁ ହୋଇଗଲା ।