ଦ୍ଵିତୀୟ ମହିଳାଙ୍କ ସହିତ ଅଶ୍ଳୀଳ ଚ୍ୟାଟ କରୁଥିବାରୁ ଏକ।ଚାର୍ଜର କେବୁଲ ଜରିଆରେ ପତ୍ନୀ ନେଲେ ନିଜ ପତିଙ୍କ ଜୀବନ

କେତେଥର ଏମିତି ଘଟଣା ଘଟିଥାଏ ଯାହାକି ସମ୍ପର୍କର ମର୍ଯ୍ୟାଦାକୁ ନଷ୍ଟ କରିଥାଏ। ଆଜିକାଲି ଏମିତି ଏକ ଖବର ବହୁୟ ଚର୍ଚ୍ଚାକୁ ଆସିଛି କାରଣ ଜଣେ ପତି ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବା ଯୋଗୁଁ ପତ୍ନୀ ରାଗିଯାଇ ନିଜ ପତିଙ୍କୁ ହତ୍ୟା କରିଦେଇଛନ୍ତି। ତାଙ୍କ ପତି ତାଙ୍କ ସାମ୍ନାରେ ହିଁ ଅନ୍ୟ ମହିଳା ସହିତ ଅଶ୍ଳୀଳ ଚ୍ୟାଟ କରୁଥିଲେ। ପତିଙ୍କ ହରକତକୁ ସହ୍ୟ କରିନପାରି ପତ୍ନୀ ତାଙ୍କ ଜୀବନ ନେବାକୁ ଯୋଜନା କରିଥିଲେ ଓ ଏହାକୁ ଅଞ୍ଜାମ ମଧ୍ୟ ଦେଇଥିଲେ। ରାଜସ୍ଥାନର ଫତେପୁର ଶେଖାୱଟିରେ ରହୁଥିବା ମଦିନା ନିଜ ପତିଙ୍କ ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା କାରଣ ସେ ଯେମିତି ଧରାନପଡ଼ିବ।

ବିବାହର ଛଅ ବର୍ଷ ପରେ କୌଣସି ପିଲା ଜନ୍ମ ହେଉନଥିଲା:-

ମିଡ଼ିଆ ରିପୋର୍ଟସ ମୁତାବିକ, 6 ବର୍ଷ ପୂର୍ବରୁ ମଦିନାଙ୍କ ବିବାହ ମକସୁଦ ସହିତ ହୋଇଥିଲା। ଦୁହିଁଙ୍କ କୌଣସି ପିଲାନଥିଲେ, ଯେଉଁଥିରେ ସେ ଚିନ୍ତିତ ରହୁଥିଲେ। ସେପଟେ ମକସୁଦଙ୍କର ଅନ୍ୟ ମହିଳାଙ୍କ ସହିତ ଆଫେୟାର ଆରମ୍ଭ ହୋଇଯାଇଥିଲା। କେବଳ ଏତିକି ନୁହେଁ ମଦିନାଙ୍କ ସାମ୍ନାରେ ମକସୁଦ ଅନ୍ୟ ମହିଳାଙ୍କ ସହିତ ଅଶ୍ଳୀଳ ଚ୍ୟାଟ କରିବାସହ ଭିଡ଼ିଓ କଲ ମଧ୍ୟ କରୁଥିଲା। ମଦିନା ଏହାକୁ ସହ୍ୟ କରି ପାରୁନଥିଲା ଓ ନିଜ ପତିଙ୍କୁ ହତ୍ୟା କରିବାକୁ ଯୋଜନା ବନାଇଥିଲା।

ମୌକା ଦେଖି କରିଦେଲେ ଏହି କାଣ୍ଡ:-

ଜୁଲାଇ 2 ତାରିଖରେ ମଦିନା ନିଜ ଶାଶୁ ଓ ନିଜ ସ୍ୱାମୀଙ୍କ ସହିତ ଏକ ବିବାହ ସମାରୋହକୁ ଯାଇଥିଲେ। ମକସୁଦ ସେଠାରୁ ତୁରନ୍ତ ଚାଲିଆସିଲେ ଓ ମଦିନା ଏକଘଣ୍ଟା ପରେ ଫେରିଲେ। ପୋଲିସ କହିବାନୁଯାୟୀ, ମକସୁଦ ପାଖାପାଖି ଦିନ 2 ଘଟିକା ସମୟରେ ଫେରିଥିଲା ଓ ମଦିନା ଦିନ 3 ଘଟିକା ସମୟରେ ଫେରିଥିଲା। ମଦିନା ଫେରିବାବେଳେ ମକସୁଦ ଘରେ ଶୋଇଥିଲା ଓ ମଦିନାଙ୍କୁ ସୁଯୋଗ ମିଳିଗଲା ସେ ପ୍ରଥମେ ଓଢଣୀକୁ ଫାସ ପକାଇ ରଖିଥିଲେ ଓ ମକସୁଦ ବେକରେ ଏହାକୁ ଟାଣିଦେଲେ ଓ ଏହାସହ ସେ ଚାର୍ଜର ଓୟାର ମଧ୍ୟ ଏଥିରେ ବ୍ୟବହାର କରିଥିଲେ।

ପତିଙ୍କ ହତ୍ୟା କରିବାପରେ ସେ ଲାଶ କୁ ଝୁଲାଇ ଦେଇଥିଲେ ଯେଉଁଥିରେ ଏହା ପ୍ରତୀତ ହେବ କି, ଏହା ଆତ୍ମହତ୍ୟା ଅଟେ। ଘରଲୋକେ ମକସୁଦଙ୍କ ଅନ୍ତିମ ସଂସ୍କାର କରିଦେଲେ। କିନ୍ତୁ ମଦିନାଙ୍କ ଶାଶୁଙ୍କୁ ଏଥିରେ ସନ୍ଦେହ ହୋଇଥିଲା ଓ ଯେତେବେଳେ ସେ ଜୋରଦେଇ ପଚାରିଥିଲେ ସେତେବେଳେ ମଦିନା ସତ କହିଥିଲେ। ଏହାପରେ ଘରଲୋକେ ପୋଲିସକୁ ସୂଚନା ଦେଇଥିଲେ।

odia sambada
Comments (0)
Add Comment