ମୁଁ ତାକୁ ପୁରା ମୂଳରୁ ସଫା କରିଦେଇଛି…ମୋତେ ପରିସ୍ଥିତି ବାଧ୍ୟ କରିଛି ଏମିତି କରିବା ପାଇଁ

ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କର ମୁଣ୍ଡ କାଟି ଦେଇଛନ୍ତି। ତାଙ୍କ ସ୍ତ୍ରୀର ମୁଣ୍ଡକୁ କାଟି ସେ ୧୨ କିଲୋମିଟର ପାଖାପାଖି ଚାଲି ଚାଲି ଯାଉଥିଲେ। ତାଙ୍କ ସ୍ତ୍ରୀ ପରକୀୟା ପ୍ରୀତି ପାଇଁ ତାଙ୍କର ହତ୍ୟା କରିଦେଲେ। ରାତିରେ ଶୋଇଥିବା ସମୟରେ ସେ ତାଙ୍କ ସ୍ତ୍ରୀଙ୍କର ହତ୍ୟା କରିଦେଲେ। ଯେତେବେଳେ ତାଙ୍କ ସ୍ତ୍ରୀ ଶୋଇଥିଲେ ରାତି ୩ଟା ପାଖାପାଖି ତାଙ୍କ ସ୍ତ୍ରୀଙ୍କର ମୁଣ୍ଡକୁ କାଟି ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖପୁର ଗାଆଁର ଏହି ମାମଲା ଅଟେ। ଯେଉଁଠି ଜଣେ ସ୍ବାମୀ ନିଜର ସ୍ତ୍ରୀଙ୍କର କଟା ବେକ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଯାଉଥିବା ସମୟରେ ରକ୍ତ ଛିଟା ରାସ୍ତାରେ ଯାଉଥିବା ଲୋକ ଅଟକି ଦେଖୁଥିଲେ। ଜଣେ ସ୍ବାମୀ ନିଜ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ରାତିରେ ଶୋଇଥିବା ସମୟରେ ତାଙ୍କ ବେକକୁ କାଟି ଦେଇଥିଲେ। ଚନ୍ଦ୍ରଶେଖରପୁର ଗାଆଁ ସେଦିନ ସକାଳୁ ଦେଖୁଥିଲା ଏଭଳି କିଛି ଦୃଶ୍ୟ। କଳା ପିଚୁ ଉପରେ ନାଲି ରକ୍ତର ଛିଟା ପଡ଼ି ଚାଲିଥିଲା। ସ୍ବାମୀ ଜଣକ ଗୋଟିଏ ହାତରେ ସ୍ତ୍ରୀର କଟା ମୁଣ୍ଡ ଓ ଆଉ ଗୋଟିଏ ହାତରେ କଟୁରୀ ଧରି ଯାଉଥିବାର ଦେଖିବାକୁ ମିଳିଥିଲା।

ଅଭିଯୁକ୍ତ ସ୍ୱାମୀଙ୍କୁ କାରଣ ପଚାରିବାରୁ ସେ କହିଥିଲେ, ମୋର ସ୍ତ୍ରୀର ପରକୀୟା ପ୍ରୀତି ଓ ପୁଅ-ବୋହୂ ପାଇଁ ମୁଁ ଏମିତି କରିଛି। ମୋର ଦୁଇଟି ପୁଅ, ଗୋଟିଏ ପୁଅ ଆର୍ମିରେ ଅଛି, ଆଉ ଗୋଟିଏ ପୁଅ କମ୍ପାନୀରେ ଚାକିରି କରୁଛି। ଅଭିଯୁକ୍ତ ସ୍ବାମୀ ଜଣେ ଦିନ ମଜୁରିଆ। ସେ ଘରକୁ ଫେରିଲେ ଅଶାନ୍ତି ଥାଏ। ଯେତେବେଳେ ସ୍ବାମୀ ଜାଣିଥିଲେ ତାଙ୍କର ସ୍ତ୍ରୀଙ୍କର ପରକୀୟା ପ୍ରୀତି ବିଷୟରେ ସେ ବାରଣ କରିଥିଲେ। କିନ୍ତୁ ତାପରେ ମଧ୍ୟ ସ୍ତ୍ରୀଙ୍କୁ ଆଉ ଥରେ ଦେଖିଥିଲେ। ସେ ଏଥିରେ କ୍ରୋଧିତ ହୋଇ ଏମିତି କରିବାକୁ ବାଧ୍ୟ ହୋଇଥିଲେ।

odia sambada
Comments (0)
Add Comment