EPFO: ପିଏଫ କର୍ମଚାରୀ ହେଲେ ମାଲାମାଲ, ଏହି ତାରିଖରେ ଖାତାକୁ ଆସିବ ମୋଟା ରାଶି, ଜାଣନ୍ତୁ କିପରି କରିବେ ଚେକ୍

ଯଦି ଆପଣଙ୍କ ସ୍ୟାଲେରୀରୁ ପିଏଫ ପଇସା କଟୁଛି, ତେବେ ଏହି ଖବର ଆପଣଙ୍କର ବହୁତ୍ କାମରେ ଆସିବାକୁ ଯାଉଛି । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ପିଏଫ ରକମରେ ସୁଧର ପଇସା ଟ୍ରାନ୍ସଫର କରିବାକୁ ଯାଉଛନ୍ତି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବହୁତ୍ ଉତ୍ସାହ ଦେଖିବାକୁ ମିଳୁଛି । କୁହାଯାଉଛି ଯେ ଜୁଲାଇ 31 ତାରିଖ ସୁଦ୍ଧା ପିଏଫ କର୍ମଚାରୀମାନଙ୍କ ଖାତାକୁ ସୁଧ ପଇସା ଟ୍ରାନ୍ସଫର କରିଦିଆଯିବ ।

2020-21 ଆର୍ଥିକ ବର୍ଷ ପାଇଁ 8.1 ପ୍ରତିଶତ ସୁଧର ଟଙ୍କା ଟ୍ରାନ୍ସଫର ହେବ, ଯାହା ଗତ ଚାଳିଶ ବର୍ଷ ମଧ୍ୟରେ ସର୍ବନିମ୍ନ ପରିମାଣ ଅଟେ । ଏହାପୂର୍ବରୁ ଆର୍ଥିକ ବର୍ଷରେ 8.5 ପ୍ରତିଶତ ସୁଧ ଦିଆଯାଇଥିଲା । PF କାଟୁଥିବା EPFO ​​ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସୁଧ ଟଙ୍କା ଟ୍ରାନ୍ସଫର କରିବା ତାରିଖ ଘୋଷଣା କରିନାହିଁ, କିନ୍ତୁ ସମସ୍ତ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ।

ଖାତାକୁ ଆସିବ ଏତିକି ଟଙ୍କା :-

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (ଇପିଏଫ୍ଓ) ଖୁବ୍ ଶୀଘ୍ର କର୍ମଚାରୀଙ୍କ ଖାତାରେ PF ସୁଧ ରାଶି ଦେବାକୁ ଯାଉଛି । ଯେଉଁ କର୍ମଚାରୀମାନେ ସେମାନଙ୍କର PF ଆକାଉଣ୍ଟରେ 6 ଲକ୍ଷ ଟଙ୍କା ଜମା କରିଛନ୍ତି । ସେମାନଙ୍କୁ ସୁଧ ହିସାବରେ 48,000 ହଜାର ଟଙ୍କା ମିଳିବ । ଅନେକ ମିଡ଼ିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଖୁବଶୀଘ୍ର ସୁଧ ରାଶି PF ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରେ ।

ଏହିପରି ଚେକ୍ କରନ୍ତୁ ସୁଧର ପଇସା :-

– ନିଜର ପିଏଫ ଖାତାର ବାଲାନ୍ସ ଚେକ୍ କରିବାପାଇଁ ସର୍ବପ୍ରଥମେ ଆପଣଙ୍କୁ epfindia.gov.in ୱେବସାଇଟକୁ ଯିବାକୁ ପଡିବ ।

– ଏହାପରେ ଆପଣଙ୍କୁ ‘Click Here to Know your EPF Balance’ ଅପ୍ସନରେ କ୍ଲିକ୍ କରିବାକୁ ପଡ଼ିବ ।

– ଏହାପରେ ଆପଣଙ୍କୁ epfoservices.in/epfo/ ପେଜରେ ରିଡାଇରେକ୍ଟ ଲିଙ୍କ ମାଧ୍ୟମରେ ଭିଜିଟ କରିବାକୁ ପଡ଼ିବ ।

– ଏହାପରେ ଆପଣଙ୍କୁ ‘Member Balance Information’ ଅପ୍ସନରେ କ୍ଲିକ୍ କରିବାକୁ ପଡ଼ିବ ।

– ଏହାପରେ ଆପଣଙ୍କୁ ନିଜର ପିଏଫ ଆକାଉଣ୍ଟ ନମ୍ବର ଏବଂ ନିଜ ରେଜିଷ୍ଟର ମୋବାଇଲ ନମ୍ବର ଏଠାରେ ଲେଖିବାକୁ ପଡିବ ।

– ଏହାପରେ ଆପଣଙ୍କୁ ନିଜ ରାଜ୍ୟର ନାମ ବାଛିବାକୁ ପଡ଼ିବ ଏବଂ ନିଜ ରାଜ୍ୟର EPFO ଅଫିସ ୱେବସାଇଟ ଲିଙ୍କରେ କ୍ଲିକ୍ କରିବାକୁ ପଡ଼ିବ ।

– ଏହାପରେ ଆପଣଙ୍କୁ ‘Submit’ ଅପ୍ସନରେ କ୍ଲିକ୍ କରିବାକୁ ପଡ଼ିବ ।

odia sambada
Comments (0)
Add Comment