ବିଏସଏନଏଲ ବାହାର କରିଲା ଜିଓ ଓ ଏୟାରଟେଲର ଝାଳ, ୫ ଟଙ୍କା ଖର୍ଚ୍ଚ କରି ୩୬୫ ଦିନ ପର୍ଯ୍ୟନ୍ତ ମିଳୁଛି ରେକର୍ଡ ଭଙ୍ଗା ସୁବିଧା, ଜାଣନ୍ତୁ ସବୁକିଛି

ଭାରତର ବଡ ଟେଲିକମ ଓ ସରକାରୀ କମ୍ପାନୀ ମଧ୍ୟରେ ଗଣାଯାଉଥିବା ବିଏସଏନଏଲ ବର୍ତ୍ତମାନ ଶୀଘ୍ର ସାରା ଦେଶରେ ୪ଜି ସର୍ଭିସ ଆରମ୍ଭ କରିବାକୁ ଯାଉଅଛି। ଯାହାକୁ ନେଇ ୟୁଜର୍ଷଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି। ୪ଜି ସର୍ଭିସ ଆରମ୍ଭ ହେବା ପରେ କମ୍ପାନୀର ମାର୍କେଟିଂରେ ବୃଦ୍ଧି ଦେଖିବାକୁ ମିଳିବ। ଅନ୍ୟତ୍ର ବର୍ତ୍ତମାନ ମଧ୍ୟ ବିଏସଏନଏଲର ଅନେକ ପ୍ଲାନ ଏମିତି ଅଛି, ଯାହା ବର୍ତ୍ତମାନ ସମୟରେ ଲୋକଙ୍କ ହୃଦୟରେ ରାଜ କରୁଅଛି।

ଏତିକି ନୁହେଁ କମ ପଇସା ଖର୍ଚ୍ଚ କରି ବର୍ଷକ ପର୍ଯ୍ୟନ୍ତ ଅଫରର ଲାଭ ନେଇପାରିବେ। ଯେଉଁଥି ପାଇଁ ଆପଣଙ୍କୁ ଅଳ୍ପ ରିସ୍କ ନେବାର ଆବଶ୍ୟକ ଅଛି। ବିଏସଏନଏଲ ସର୍ଭିସ ସାମ୍ନାରେ ବର୍ତ୍ତମାନ ଜିଓ ଓ ଏୟାରଟେଲ କମ୍ପାନୀର ଝାଲ ବାହାରି ପଡିବ। ଆମେ କଥା ହେଉଛୁ ୩୬୫ ଦିନର ଭେଲିଡିଟିର ପ୍ଲାନ ବିଷୟରେ। ଏହି ରିଚାର୍ଜ ପ୍ଲାନର ମୂଲ୍ୟ ୧୯୯୯ ଟଙ୍କା। ଯେଉଁଥିରେ ୩୬୫ ଦିନ ପର୍ଯ୍ୟନ୍ତ ସମସ୍ତ ସୁବିଧା ମିଳିଥାଏ।

ପ୍ଲାନରେ ମିଳୁଛି ଏହି ବମ୍ପର ସୁବିଧା:-

ବିଏସଏନଏଲର ୧୯୯୯ ଟଙ୍କାର ପ୍ଲାନ ୩୬୫ ଦିନର ଭେଲିଡିଟି ସହିତ ବଜାରରେ ଧୁମ କରୁଅଛି। ଏହି ହିସାବରେ ପାଖାପାଖି ଗୋଟିଏ ଦିନର ୫ଟଙ୍କା ଖର୍ଚ୍ଚ ଆସିବ। ଏହି ପ୍ଲାନ ଅନେକ ସର୍କଲରେ ଉପଲବ୍ଧ ରହିବ। ପ୍ଲାନରେ ଆପଣଙ୍କୁ ସମସ୍ତ ନେଟୱାର୍କ ଉପରେ ଅନଲିମିଟେଡ ଭଏସ କଲିଂ ସହିତ ପ୍ରତ୍ୟେକ ଦିନ ୧୦୦ ଏସଏମଏସ ଓ ୬୦୦ ଜିବିର ଡାଟା ଦିଆଯାଏ। ଯଦି ଆପଣ ୩୬୫ ଦିନର ହିସାବ ଦେଖିବେ ତେବେ ୧.୮ ଜିବି ଡାଟା ମିଳୁଛି।

ଜିଓର ପ୍ଲାନ ପାଇଁ ଖର୍ଚ୍ଚ କରିବାକୁ ପଡୁଛି ଏତିକି ଟଙ୍କା:-

ଜିଓ ପାଖରେ ୨୫୪୫ ଟଙ୍କାର ପ୍ଲାନ ଅଛି, ଯାହାକି ସମୁଦାୟ ୩୩୬ ଦିନର ଭେଲିଡିଟି ଅଫର ଦେଇଥାଏ। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ଦିଆଯାଏ। ଏହିପରି ସମୁଦାୟ ୫୦୪ ଜିବି ଡାଟା ହେଉଅଛି। ଏହି ପ୍ଲାନରେ ଅନଲିମିଟେଡ କଲ, ପ୍ରତ୍ୟେକ ଦିନ ୧୦୦ ଏସଏମଏସ ଓ ଜିଓ ଏପର ମାଗଣା ସବସ୍କ୍ରିପସନ ଦିଆଯାଏ।

ଏୟାରଟେଲ ଓ ଭୋଡାଫୋନର ବର୍ଷକ ପ୍ଲାନ:-

ଏୟାରଟେଲ ଓ ଭୋଡାଫୋନ ପାଖରେ ୧୭୯୯ ଟଙ୍କାର ପ୍ଲାନ ଅଛି। ଯାହାକି ୩୬୫ ଦିନ ପର୍ଯ୍ୟନ୍ତ ଚାଲିଥାଏ। ବର୍ଷକ ପାଇଁ ଏହା ବହୁତ ଶସ୍ତା ପ୍ଲାନ ଅଟେ। ଯେଉଁଥିରେ ସମୁଦାୟ ୨୪ଜିବି ଡାଟା, ଅନଲିମିଟେଡ କଲିଂ, ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମିଳେ। ସମୁଦାୟ ମିଶାଇ ଦେଖିଲେ ୨୦୦୦ ଟଙ୍କାରୁ କମ ରୂପରେ ସବୁଠୁ ଅଧିକ ସୁବିଧା ବିଏସଏନଏଲ ପ୍ଲାନରେ ମିଳୁଛି।

odiasambada
Comments (0)
Add Comment