ଆପଣଙ୍କ ବେଡ଼ କୁ ମାତ୍ର ଅଳ୍ପ ସମୟରେ ଥଣ୍ଡା କରିଦେବ ଏହି AC, ଜାଣନ୍ତୁ ଏହି ଦମଦାର ଏସି ବିଷୟରେ

ଗରମ ସିଜିନରେ ସବୁଠାରୁ ମୁସ୍କିଲ ସମୟ ହେଉଛି ଆର୍ଦ୍ରତା ସମୟ, ଯାହାକି ବର୍ଷ ହେବାପରେ ଆରମ୍ଭ ହୋଇଯାଇଥାଏ। ଏହି ଆର୍ଦ୍ରତା ସମୟରେ ଘରେ ଆପଣ ଯେତେ ମାତ୍ରାରେ ସିଲିଂ ଫ୍ୟାନ କିମ୍ବା ଟେବୁଲ ଫ୍ୟାନ ଜୋରରେ ବୁଲାନ୍ତୁ ନା କାହିଁକି ଆପଣଙ୍କୁ ନିହାତି ରୂପରେ ଗରମ ହେବା କଥା ହେବ। କାରଣ ଏହି ସମୟରେ ବାୟୁମଣ୍ଡଳରେ ନରମ ରହିଥାଏ। ଏହି ସମୟରେ ସବୁଠାରୁ ଉଚିତ ଏୟାର କଣ୍ଡିସନର ହୋଇଥାଏ ତଥାପି ଏୟାର କଣ୍ଡିସନର ସଠିକ ପୋଜିଶନରେ ନଥିବାରୁ ଆପଣଙ୍କ ବେଡ଼ ପାଖକୁ ଥଣ୍ଡା ପହଞ୍ଚି ପାରିନଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଏସି ବିଷୟରେ କହିବୁ ଯାହାକି ଉଚିତ ଥଣ୍ଡା ଆପଣଙ୍କୁ ପ୍ରଦାନ କରିବ।

ଆପଣଙ୍କୁ ମାର୍କେଟରେ ସେଥିପାଇଁ ତିନିପ୍ରକାରର ଏୟାର କଣ୍ଡିସନର ମିଳିଥାଏ। ଯେଉଁଥିରେ ପ୍ରଥମେ ଉଇଣ୍ଡୋ ଏୟାର କଣ୍ଡିସନର ରହିଥାଏ। ଦ୍ବିତୀୟରେ Split ଏୟାର କଣ୍ଡିସନର ଓ ତୃତୀୟରେ ଆପଣଙ୍କୁ ପୋର୍ଟେବୁଲ ଏୟାର କଣ୍ଡିସନର ମିଳିଥାଏ। ଆଜି ଆମେ ପୋର୍ଟେବୁଲ ଏୟାର କଣ୍ଡିସନର ର ଏକ ଏଭଳି ଭର୍ସନ ବିଷୟରେ କହିବାକୁ ଯାଉଛୁ ଯାହାକି କେବଳ ଆପଣଙ୍କ ବେଡ଼କୁ ଥଣ୍ଡା ରଖିବାର ପ୍ରଣାଳୀରେ ହିଁ ବନା ଯାଇଛି।

ଯେଉଁ ଏୟାର କଣ୍ଡିସନର ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି ଡବଲ ବେଡ଼ ଏୟାର କଣ୍ଡିସନର ଓ ଏହା ବେଡ଼କୁ ଥଣ୍ଡା ରଖିବାରେ ସହାୟତା କରିଥାଏ। ଏହି ଏସି ବେଡ଼ର ଚାରିପାଖକୁ ଥଣ୍ଡା ରଖିବାରେ ସାହାର୍ଯ୍ୟ କରୁଥିବା ବେଳେ ବେଡ଼ ଉପରେ ବସିଥିବା ଲୋକଙ୍କୁ ମଧ୍ୟ ଥଣ୍ଡା ପ୍ରଦାନ କରିଥାଏ।

ଏହା କେମିତି କାମ କରେ:-

ଏହି ଏସି ଏକ ଟ୍ରାଇପଡ଼ ଷ୍ଟାଣ୍ଡ ଓ ଏକ ବେଡ଼ କଭର ସହିତ ଆସିଥାଏ। ଏହାକୁ ବ୍ୟବହାର କରିବାପାଇଁ ସର୍ବପ୍ରଥମେ ବେଡ଼କୁ ଚାରିପଟରୁ କଭର କରିବାକୁ ପଡ଼ିଥାଏ। ଏହାପରେ ଏୟାର କଣ୍ଡିସନର ୟୁନିଟକୁ ଟ୍ରାଇପୋଡ଼ ଷ୍ଟାଣ୍ଡରେ ଫିକ୍ସ କରିବାର ହୋଇଥାଏ ଓ ଏୟାର କଣ୍ଡିସନରକୁ ଚଲାଇବା ହୋଇଥାଏ। ଏହାର କଭର ଟେଣ୍ଟ ପରି କାମ କରିଥାଏ ଓ ବେଡ଼ରେ ଥଣ୍ଡା ବନାଇ ରଖିଥାଏ। ଏହାର ଦାମ କଥା କହିବାକୁ ଗଲେ ଆପଣ ଅନଲାଇନ କିମ୍ବା ଅଫଲାଇନ 15,000 ରୁ 20,000 ଟଙ୍କା ଭିତରେ କିଣିପାରିବେ।

odia sambada
Comments (0)
Add Comment