ଫୋନରେ ଲଗାନ୍ତୁ ଏହି 45 ଟଙ୍କାର ଷ୍ଟିକର, କୌଣସି ବଟନ୍ ଦବାଇବା ବିନା କିଛି ବି ସେୟାର କରନ୍ତୁ, ଜୋରଦାର ଭାବେ କିଣୁଛନ୍ତି ଲୋକେ

ଆମେ ସମସ୍ତେ ଗୋଟିଏ ଲାଟେଷ୍ଟ ସ୍ମାର୍ଟଫୋନ୍ କିଣିବାକୁ ଚାହାଁନ୍ତି, ଯେଉଁଥିରେ ଅଧିକ ଫିଚର ଦିଆଯାଇଥାଏ । କିନ୍ତୁ ଏହା ଆବଶ୍ୟକ ନୁହେଁ ଯେ ସବୁ ଫିଚର ଆମ କାମରେ ଆସିବ । ଏହା ଆବଶ୍ୟକ ନୁହେଁ ଯେ ଆପଣ କେବଳ ନିଜ ଫୋନକୁ କଣ୍ଟ୍ରୋଲ କରିପାରିବେ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଜିନିଷ ବିଷୟରେ କହୁଛୁ, ଯାହା ଆପଣଙ୍କ ଫୋନକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ ।

ବାସ୍ତବରେ, ଆପଣ ନିଶ୍ଚିତ ଭାବରେ ଫୋନର NFC ସପୋର୍ଟ ବିଷୟରେ ଅନେକ ଥର ଶୁଣିଥିବେ । କିନ୍ତୁ ଏହା କ’ଣ ଏବଂ ଏହା କିପରି କାମ କରେ ଆପଣ ହୁଏତ ଜାଣି ନଥିବେ । ଏଥିରେ ଗୋଟିଏ ଷ୍ଟିକର ଲାଗିଥାଏ, ଯାହାକୁ NFC ଷ୍ଟିକର୍ କୁହାଯାଏ ଏବଂ ଯାହାକୁ ମାତ୍ର 45 ଟଙ୍କାରେ ଉପଲବ୍ଧ । ବର୍ତ୍ତମାନ ଆମେ ଆପଣଙ୍କୁ ଏଠାରେ କହିବୁ ଯେ ଏହା କ’ଣ ଏବଂ ଏହା କିପରି କାମ କରିଥାଏ ।

NFC Stickers କଣ ଅଟେ ?

NFC ର ଫୁଲ ଫର୍ମ ହେଉଛି ନିୟର- ଫିଲ୍ଡ କମ୍ୟୁନିକେଶନ । ଏହା ଗୋଟିଏ ବିଶେଷ ପ୍ରକାରର ଟେକ୍ନୋଲୋଜି ଅଟେ, ଯାହା ସ୍ମାର୍ଟଫୋନରେ ସପୋର୍ଟ କରିଥାଏ । ଏହା ମାଧ୍ୟମରେ 4cm କିମ୍ବା ତାଠାରୁ କମର ମଝିରେ ଫୋନରେ ଗୋଟିଏ କନେକ୍ସନ୍ କରାଯାଏ । ତାପରେ ଆପଣ ଅନ୍ୟ ଫୋନରେ ଯାହା ବି ମିଡ଼ିଆ ଫାଇଲ, କଣ୍ଟାକ୍ଟ୍ ଇତ୍ୟାଦି ପଠାଇବାକୁ ଚାହୁଁଛନ୍ତି, ତାହା ପଠାଇ ପାରିବେ । ଆଜିର ସମୟ ପାଇଁ ଏହା ବହୁତ୍ ଜରୁରୀ ହୋଇଗଲାଣି ।

45 ଟଙ୍କାରେ କିଣି ପାରିବେ :-

ଏହା ଆମାଜନରେ ମିଳୁଛି । ଏହି ଷ୍ଟିକର୍ 144 ୱାଇଟ ମେମୋରି ସହ ଆସିଥାଏ । ଏହାର 10 ଟି ଷ୍ଟିକରର ସେଟ୍ 450 ଟଙ୍କା ହୋଇଥାଏ । ତେବେ ଅନେକ କମ୍ପାନୀର ଟ୍ୟାଗ ତ ଆସିଥାଏ, କିନ୍ତୁ ଆମେ ଯେଉଁ ମୂଲ୍ୟ ଆପଣଙ୍କୁ କହିଲୁ, ତାହା ହେଉଛି LINQS® NTAG213 Rewritable NFC Tag Sticker ର ଅଟେ । ଏହି ଚିପ ରି- ପ୍ରୋଗ୍ରମେବଲ୍ ଅଟେ ।

ଏହାକୁ 100000 ଥର ରି- ପ୍ରୋଗ୍ରାମ କରାଯାଇପାରେ । ଏହି ଚିପ ରିଡ – ଓନଲି ସହ ଆସିଥାଏ ଏବଂ ଏଥିରେ ଲକିଂ ଫିଚର୍ ଥାଏ । ଏହା ପେପର ସର୍ଫେସ ପରି ହୋଇଥାଏ । ଏଥିରେ UID ମିରରିଂ ସାମିଲ୍ ରହିଛି । ଏହା ଆପଣଙ୍କ ଫୋନରେ ସହଜରେ ଲାଗିଯାଏ । ଏହି ଟ୍ୟାଗ ସେହି ସମସ୍ତ ଫୋନସରେ କାମ କରେ, ଯାହା NFC ଫିଚର୍ ସହ ଆସିଥାଏ ।

କଣ ରହିଛି ଏହାର ବିଶେଷତା :-

ଏହା ସାହାଯ୍ୟରେ ଆପଣ ଟେକ୍ସଟ, ୟୁଆରଏଲ୍, ସୋସିଆଲ ମିଡ଼ିଆ, ଭିଡିଓ, ଫଟୋ କିମ୍ବା କଣ୍ଟାକ୍ଟ ଇତ୍ୟାଦିକୁ ସହଜରେ ଯେକୌଣସି ଫୋନକୁ ପଠାଇ ପାରିବା । ଆପଣଙ୍କୁ କେବଳ NFC ସପୋର୍ଟ ବାଲା ଫୋନ୍ ଏହି ଷ୍ଟିକରରେ ରଖିବାକୁ ପଡିବ ଏବଂ ଯାହା ବି ଆପଣ ପଠାଇବାକୁ ଚାହୁଁଛନ୍ତି, ତାକୁ ପଠାଇପାରିବେ ।

odia sambada
Comments (0)
Add Comment