ହରାଇ ଦେଲେ ଦୁଇ ହାତ, ହାରି ନାହାଁନ୍ତି ସାହାସ,ଗୋଡରେ ଭାଗ୍ୟ ଲେଖୁଛନ୍ତି ଏହି ବ୍ୟକ୍ତି,ଆଇଏଏସ୍ ହେବାର ରହିଛି ସ୍ୱପ୍ନ

ମଣିଷ ଜୀବନରେ ଆଗକୁ ବଢିବାକୁ ଚାହେଁ|ସମସ୍ତେ ଚାହାଁନ୍ତି ଯେ ଜୀବନରେ ଭଲ ସଫଳତା ହାସଲ କରେ କିନ୍ତୁ ଖାଲି ଭାବିଲେ ସଫଳତା ମିଳେନାହିଁ|ଯଦି ଆପଣ ସଫଳ ମଣିଷ ହେବାକୁ ଚାହାନ୍ତି ଏଥିପାଇଁ ଲଗାତାର ପରିଶ୍ରମ ସହ ସଂଘର୍ଷ କରିବାକୁହେବ|ଯଦି ଆପଣ ଭାବିଲେ ଯେ ଜୀବନରେ ଆଗକୁ ବଢିବାର ଅଛି ତେଵେ ଆପଣଙ୍କ ପାଇଁ ସବୁ ଵାଧା ଛୋଟ ଲାଗେ|ପରିଶ୍ରମ ଫଳରେ ସବୁକିଛି ହାସଲ କରାଯାଇ ପାରିବ|

ଏପରି କୁହାଯାଏ ଲକ୍ଷ୍ୟ ତାକୁ ମିଳେ ଯାର ସ୍ୱପ୍ନ ଜୀବନ୍ତ ହୋଇଥାଏ|ପଙ୍ଖରେ କିଛି ନାହିଁ ସାହସରେ ଉଡିଥାଏ|ଏହି ବାକ୍ୟ ବିହାରର ମୁଙ୍ଗେରରେ ରହିଥିବା ନନ୍ଦଲାଲ ସହ ଠିକ୍ ଅଟେ|ହଁ ଆଜ୍ଞା ସେ ଏହା ସାବ୍ୟସ୍ତ କରି ଦେଖାଇଲେ ଯେ ଯଦି ମଣିଷ କିଛି କରିବାକୁ ମନସ୍ଥ କଲେ ତେଵେ ସମସ୍ତ ସମସ୍ୟାକୁ ଅତିକ୍ରମ କରି ହାସଲ କରି ପାରିବେ|

ଆପଣଙ୍କୁ କହିରଖେ ମୁଙ୍ଗେର ଜିଲ୍ଲାର ହବେଲୀ ଖଡଗପୁର ନଗରର ସନ୍ତ ଟୋଲାର ବାସିନ୍ଦା ଅଜୟ କୁମାର ଶାହ ଗୋଟିଏ ଛୋଟ ଦୋକାନ ଚଲାନ୍ତି|ତାଙ୍କ ପୁଅ ନନ୍ଦଲାଲର ଦୁଇ ହାତ ନାହିଁ|ସୂଚନାଯୋଗ୍ୟ ଛୋଟବେଳୁ କରେଣ୍ଟ ଲାଗିବା ଫଳରେ ତାଙ୍କ ଦୁଇ ହାତ କଟି ଯାଇଥିଲା|ଏହାସତ୍ତ୍ୱେ ସେ ପଢାଲେଖାକୁ ବିଶ୍ରାମ ଦେଇ ନଥିଲେ|ହାତ ନଥିବାରୁ ସେ ଗୋଡରେ ଲେଖିଲେ|ସେ ଏଵେ ହାତ ପରିବର୍ତ୍ତେ ଗୋଡରେ ଲେଖି ପରୀକ୍ଷା ଦେଉଛନ୍ତି|

ତାଙ୍କ ଦୁଇ ହାତ ନଥିବା ସତ୍ବେ ସେ ଗୋଡରେ ଭାଗ୍ୟ ଲେଖୁଛନ୍ତି|ସେ କମଜୋରୀକୁ ନିଜ ଭାର ଭାବି ନାହାଁନ୍ତି|ସେ ତାଙ୍କ ପରିଶ୍ରମ ଓ ଉଦ୍ୟମ ବଳରେ ଇତିହାସ ରଚନା କରୁଛନ୍ତି|ତାଙ୍କର ଦାଦା ଗୋଡରେ ଲେଖିବା ଶିଖିଇଥିଲେ|ପରେ ସେ ପରୀକ୍ଷା ଖାତା ମଧ୍ୟ ଗୋଡରେ ଲେଖୁଛନ୍ତି|

ସାଧାରଣତଃ ଦେଖାଯାଏ ଏଭଳି ପରିସ୍ଥିତିରେ ସାଧାରଣ ଲୋକ ନିଜ ଜୀବନ ଶେଷ କରି ଦେଇଥାଏ, କିନ୍ତୁ ସେ ଦିବ୍ୟାଙ୍ଗତା ସହ ହାର ମାନି ନାହାନ୍ତି|ସେ ୨୦୧୯ରେ ୧୨ଶ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ|ସେଥିରେ ସେ ୫୦୦ ରୁ ୩୨୫ ଅଙ୍କ ରଖିଥିଲେ|୨୦୧୭ ହାଇସ୍କୁଲ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ|

ସେ ଏଵେ ବିଏ ପ୍ରଥମ ବର୍ଷର ଛାତ୍ର:-

ସେ ବିଏ ପରେ ବିଏଡ୍ ଓ ଏହାପରେ ଆଇଏସ୍ ବନିବାର ସ୍ୱପ୍ନ ଦେଖୁଛନ୍ତି|ସେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଦୁଇ ହାତ ନାହିଁ ଗୋଡରେ ଚେଷ୍ଟା କରୁଛନ୍ତି|ତାଙ୍କର ଏହି ସାହାସକୁ ସମସ୍ତେ ସଲାମ କରୁଛନ୍ତି|

odia sambada
Comments (0)
Add Comment