ଯଦି ଆପଣ ନିଜ ଝିଅର ବିବାହ ଓ ଶିକ୍ଷା ପାଇଁ ଟଙ୍କା ଏକତ୍ରିତ କରିବାକୁ ଚାହୁଁଛନ୍ତି ତାହେଲେ ସୁକନ୍ୟା ସମୃଦ୍ଧି ଯୋଜନା ଆପଣଙ୍କ ପାଇଁ ଏକ ଭଲ ସ୍କିମ ହେବ। SSY ଯୋଜନାରେ ନିବେଶ କରିବାପରେ ଆପଣ ନିଜ ଝିଅର ବିବାହ ଓ ଉଚ୍ଚଶିକ୍ଷା ପାଇଁ ନିଶ୍ଚିତ ରହିବେ। ଏଥିପାଇଁ ଆପଣଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିବାକୁ ହେବ।
ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆପଣ 10 ବର୍ଷରୁ କମ ବୟସର ଝିଅ ମାନଙ୍କ ଖାତା ଖୋଲିପାରିବେ। SSY ଝିଅ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଛୋଟ ସେଭିଂ ଖାତା ଅଟେ। ଏହି ଯୋଜନା ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆରମ୍ଭ କରାଯାଇଥିଲା। ସୁକନ୍ୟା ସବୁଠାରୁ ଭଲ ସୁଧ ମଧ୍ୟ ଆପଣଙ୍କୁ ପ୍ରଦାନ କରିଥାଏ।
SSY ରେ କେମିତି ଖାତା ଖୋଲାଯାଏ:-
SSY ରେ 10 ବର୍ଷରୁ କମ ବୟସର ଝିଅର ଖାତା ଆପଣ ଖୋଲିପାରିବେ ଓ ଆପଣ ନ୍ୟୁନତମ 250 ଟଙ୍କା ଜମା କରି ଏହି ଖାତା ଖୋଲିପାରିବେ। ଏକବର୍ଷରେ ଆପଣ ସୁକନ୍ୟା ଖାତାରେ ସର୍ବାଧିକ 1,50,000 ଟଙ୍କା ଜମା କରିପାରିବେ। ଏଥିରେ ଆପଣଙ୍କୁ ସରକାରଙ୍କ ତରଫରୁ 7.6 ପ୍ରତିଶତ ସୁଧ ମିଳୁଛି। ଆପଣ ନିଜର ଦୁଇ ଝିଅଙ୍କ ପାଇଁ ମଧ୍ୟ ଖାତା ଖୋଲିପାରିବେ ଓ 21 ବର୍ଷରେ ଏହି ଟଙ୍କାକୁ ଉଠାଇପାରିବେ।
ସୁକନ୍ୟା ଖାତାକୁ ଆପଣ ନିଜର ନିକଟସ୍ଥ ଡ଼ାକଘରେ ଖୋଲିପାରିବେ। ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲିବାପରେ ଏଏହି ଖାତାକୁ ସେବେ ପର୍ଯ୍ୟନ୍ତ ଜାରି କରି ରଖାଯାଏ ଯେବେପର୍ଯ୍ୟନ୍ତ ଝିଅକୁ 21 ବର୍ଷ ନହୋଇଛି।
ମ୍ୟାଚୁରିଟି ପାଇବାପରେ ମିଳିବ 65 ଲକ୍ଷ ଟଙ୍କା:-
ଯଦି ଆପଣ ଏହି ଯୋଜନାରେ 3,000 ଟଙ୍କା ପ୍ରତିମାସ ବା 100 ଟଙ୍କା ପ୍ରତିଦିନ ହିସାବରେ ରଖୁଛନ୍ତି ତାହେଲେ 14 ବର୍ଷ ପରେ ଆପଣଙ୍କୁ ବାର୍ଷିକ 36,000 ଟଙ୍କା ଉପରେ ଚକ୍ରବର୍ତ୍ତୀ ସୁଧ 7.6 ପ୍ରତିଶତ ହିସାବରେ 9,11,574 ଟଙ୍କା ମିଳିବ। 21 ବର୍ଷ କିମ୍ବା ମ୍ୟାଚୁରିଟି ପରେ ଏହି ରାଶି ଆପଣଙ୍କର 15,22,002 ଟଙ୍କା ହେବ ଓ ଯଦି ଆପଣ ଦିନକୁ 416 ଟଙ୍କା ବଞ୍ଚାଉଛନ୍ତି ତାହେଲେ ଏହି ରାଶି ଆପଣଙ୍କର 65 ଲକ୍ଷ ଟଙ୍କା ହୋଇଯିବ।