New Traffic Rule : ଗାଡ଼ି ଡ୍ରାଇଭରମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବା ଅତ୍ୟାବଶ୍ୟକ ଅଟେ । ଦେଶ ହେଉ କିମ୍ବା ବିଦେଶ, ସବୁ ସ୍ଥାନରେ ଅଲଗା ଅଲଗା ନିୟମ ଥାଏ । ଯାହାକୁ ଭାଙ୍ଗିଲେ ଜୋରିମାନାର ବ୍ୟବସ୍ଥା ରହିଛି । ସେହିପରି ଭାରତ ବିଷୟରେ କହିବାକୁ ଗଲେ ଅନେକ ସହରରେ ଟ୍ରାଫିକ ନିୟମକୁ ବହୁତ୍ ହାଲକାରେ ନିଆଯାଏ । ଏପରି ପରିସ୍ଥିତିରେ ବାଇକ୍ କିମ୍ବା କାର ଡ୍ରାଇଭର ଟ୍ରାଫିକ ଭାଙ୍ଗି ନିଜକୁ ବିପଦରେ ପକାଇଥାନ୍ତି । ବିଦେଶ ବିଷୟରେ କହିବାକୁ ଗଲେ, ବ୍ରିଟେନରେ ଟ୍ରାଫିକ ନିୟମ ବହୁତ୍ କଡାକଡି ରହିଥାଏ, ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
କୁହାଯାଉଛି ଯେ ବ୍ରିଟେନରେ କଡ଼ା ନିୟମ ସହିତ କଠିନ ଦଣ୍ଡ ମଧ୍ୟ ଦିଆଯାଏ । ନିକଟରେ ବ୍ରିଟେନରେ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଅଧୀନରେ ଯଦି ହାଇୱେ କୋଡ ରୁଲ୍ସ 97 କେହି ଭାଙ୍ଗେ, ତେବେ ସେହି ବ୍ୟକ୍ତିକୁ ଜୋରିମାନା ଭାବେ 5 ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ । ସେଠାରେ ଏପରି ଅନେକ ନିୟମ ରହିଛି ।
ଏହି ନିୟମଗୁଡ଼ିକ ମଧ୍ୟରେ ଏପରି ମଧ୍ୟ ଗୋଟିଏ ନିୟମ ଅଛି, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ । ସେଠାରେ ଯଦି କୌଣସି ବ୍ୟକ୍ତି ଉଡାଜାହାଜ ଚପଲ ପିନ୍ଧି ଡ୍ରାଇଭିଙ୍ଗ କରେ ତାକୁ ଜୋରିମାନା ସହ ସାରା ଜୀବନ ପାଇଁ ସେହି ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରି ଦିଆଯିବ । ଏହାବ୍ୟତୀତ ସ୍ୟାଣ୍ଡେଲ ହିଲ ପିନ୍ଧି ମଧ୍ୟ ଆପଣ ଗାଡ଼ି ଚଳାଇ ପାରିବେ ନାହିଁ ।
ଏହି ନିୟମ ଲଗାଇବା ପଛର ଉଦ୍ଦେଶ୍ୟ ହେଉଛି ଯେ ଯଦି କୌଣସି ବ୍ୟକ୍ତି ହିଲ ଚପଲ ପିନ୍ଧି ଡ୍ରାଇଭ୍ କରନ୍ତି, ତେବେ ଏଥିରେ ଏଙ୍କଲର ମୁଭମେଣ୍ଟ ସୀମିତ ରୁହେ । ଏହାଦ୍ବାରା ଦୁର୍ଘଟଣାର ସମ୍ଭାବନା ଅଧିକ ରୁହେ । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନରେ ଚପଲ ସ୍ୟାଣ୍ଡେଲ ହିଲ ପିନ୍ଧି ଡ୍ରାଇଭ୍ କରିବା ମନା ଅଟେ ।
ଏହାବ୍ୟତୀତ ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ ତ ଡ୍ରାଇଭ୍ କରିବା ସମୟରେ ଜୋତା ଏବଂ ପୋଷାକ ପିନ୍ଧିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ । ଏହି ନିୟମକୁ ଭାଙ୍ଗିଲେ 5 ଲକ୍ଷ ଟଙ୍କା ଜୋରିମାନର ବ୍ୟବସ୍ଥା ରହିଛି । ଏହାସହିତ ଆଜୀବନ ଡ୍ରାଇଭିଙ୍ଗ ଲାଇସେନ୍ସ ଛଡ଼ାଇ ନିଆଯାଇପାରେ ।