ମୃତ୍ୟୁ ପରେ ଆମର କ’ଣ ହୁଏ । ଏହାର ଉତ୍ତରରେ ଆମେ ସମସ୍ତେ ଜାଣିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତା’ର ଜୀବନ ସେଇଠି ଶେଷ ହୋଇଯାଏ । ମୃତ୍ୟୁ ଜୀବନର ବିପରୀତ ଅଟେ । ତେଣୁ ଯେତେବେଳେ କେହି ଜଣେ ମରିଯାଏ, ତା’ର ଭାବନା ଓ ସ୍ମରଣ ଶକ୍ତି ଆଗକୁ ଅନ୍ୟ କୌଣସି ଏକ ଜାଗାରେ ଜୀବିତ ରହେ ନାହିଁ । ଅତଏବ, ମୃତ୍ୟୁ ପରେ ଆମେ ଦେଖିପାରି ନ ଥାଉ, ଶୁଣିପାରି ନ ଥାଉ ଏବଂ ଆଉ କିଛି ଚିନ୍ତା ମଧ୍ୟ କରିପାରି ନ ଥାଉ । ତେବେ ମୃତ୍ୟୁ ପରର ଅବସ୍ଥା କୁ ନେଇ ଆଜି ମଧ୍ୟ ଅନେକ ଗବେଷକ ଓ ବୈଜ୍ଞାନିକ ମାନେ ବର୍ଷ ବର୍ଷ ଧରି ଅନୁସନ୍ଧାନ ଚଳାଇଛନ୍ତି । ଆଉ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ପ୍ରକୃତରେ ମନୁଷ୍ୟର ମୃତ୍ୟୁ ପରେ ତାଙ୍କ ସହ କଣ ହୁଏ । ତେବେ ଏହାର ସନ୍ଧାନ କରିବା ପାଇଁ ରେଡିଟ ଥ୍ରେଡ ୩ ଜଣଙ୍କ ଉପରେ ପୃଥକ୍ ପୃଥକ୍ ଭାବରେ ପରୀକ୍ଷା କରିଥିଲେ ଯେଉଁମାନେ କି ଚିକିତ୍ସା ଦୃଷ୍ଟିରୁ ମରିଯିବା ପରେ ମଧ୍ୟ ଚମତ୍କାରିତା ଭାବରେ ବଞ୍ଚିଥିଲେ ।
ତେବେ ୩ ଜଣଙ୍କ ମଧ୍ୟରୁ ପ୍ରଥମ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଥରେ ତାଙ୍କର ହାର୍ଟ୍ ର ଅପରେସନ ଚାଲିଥିବା ବେଳେ ସେ ଜାଣି ପାରୁଥିଲେ ଯେ ହଠାତ୍ ତାଙ୍କ ମେସିନ ଗୁଡ଼ିକ ସବୁ ବନ୍ଦ ହୋଇଗଲା ଏବଂ କିଛି କ୍ଷଣ ପାଇଁ ତାଙ୍କ ଅନ୍ଧାର ଦେଖା ଯାଇଥିଲା । କିନ୍ତୁ ସେ ବାସ୍ ଶୁଣିଥିଲେ ଯେ ଡାକ୍ତର କହୁଥିଲେ ଆମେ ତାଙ୍କୁ ଶେଷରେ ବଞ୍ଚାଇ ଦେଲୁ । ଆଉ ୨ୟ ବ୍ୟକ୍ତି ଜଣଙ୍କ ତାଙ୍କ ଅନୁଭୂତିରୁ କହିଥିଲେ ଯେ ଥରେ ସେ କ୍ଲାସରେ ଥିବା ସମୟରେ ହଠାତ୍ ପଡି ଚେତାଶୂନ୍ୟ ହୋଇ ଯାଇଥିଲେ । ଆଉ ତାଙ୍କର ନିଃଶ୍ୱାସ ବନ୍ଦ ହୋଇଯାଇଥିଲା । ତାଙ୍କୁ ଏପରି ଲାଗୁଥିଲା ଯେପରି ସେ ଏକ ଗହୀର ଗାତ ମଧ୍ୟକୁ ଖସି ପଡ଼ୁଛନ୍ତି । କିନ୍ତୁ ସେ ଏହା ମଧ୍ୟ ଜାଣି ପାରୁଥିଲେ ଯେ ତାଙ୍କ ସାଙ୍ଗମାନେ କାନ୍ଦୁଛନ୍ତି । କିନ୍ତୁ ପରେ ତାଙ୍କ ଚେତା ଫେରିବା ପରେ ସେ ଯମ ମୁଖରୁ ଫେରି ଆସିଥିଲେ ।
ତେବେ ତୃତୀୟ ବ୍ୟକ୍ତିଙ୍କ ସହ ମଧ୍ୟ ଭିନ୍ନ କିଛି ଘଟିତ ହୋଇଥିଲା । ଘଟଣାଟି ୨୦୧୪ ମସିହାର । ଉକ୍ତ ବ୍ୟକ୍ତି ଜଣକ ଅଫିସରେ ମିଟିଂ କରୁଥିବା ସମୟରେ ଖସି ପଡିଥିଲେ ଓ ତାଙ୍କର ହାର୍ଟ ବନ୍ଦ ହୋଇଯାଇଥିଲା । ଆଉ ସେହି ସମୟରେ ତାଙ୍କୁ ଚାରିଆଡ଼େ କେବଳ ଆଲୋକର ଦ୍ଵାର ଥିଲା । ସେ କୋମାକୁ ପଳାଇଥିଲେ ଏବଂ ପଡ଼ିବାର ୧ ଘଣ୍ଟା ପୂର୍ବଠାରୁ ତାଙ୍କର ସ୍ମରଣଶକ୍ତି ଚାଲି ଯାଇଥିଲା ଆଉ କିଛି ମ ମନେ ମଧ୍ୟ ନଥିଲା । ତାପରେ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ତେବେ ୟୁକେ ମେଡିସିନର ଆସୋସିଏଟ ପ୍ରଫେସର ସେମ ପାରନିୟା ଏହା ଉପରେ ରିସର୍ଚ୍ଚ କରି ଜାଣିବାକୁ ପାଇଥିଲେ ଯେ ପ୍ରାୟ ୪୦ ପ୍ରତିଶତ ରୋଗୀ ମେଡିକାଲ ଭାବେ ମରିବା ପରେ କିଛି କିଛି ଅନୁଭବ କରିଥିଲେ । ଏହା ବିଶ୍ବାସଯୋଗ୍ୟ ହେଉ ନଥିଲେ ମଧ୍ୟ ସତ୍ୟ ।