ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ।ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୩୯ ଜୁନିଅର ଅପରେଟର ଗ୍ରେଡ ପାଇଁ ନୋଟିଫିକେସନ ଜାରି କରାଯାଇଛି।
*ପଦବୀ ବିବରଣୀ : ୩୯
ଜୁନିଅର ଅପରେଟର ଗ୍ରେଡ ୧ (ତେଲେଙ୍ଗାନା) : ୫
ଜୁନିଅର ଅପରେଟର ଗ୍ରେଡ ୧ (କର୍ଣ୍ଣାଟକ) : ୬
ଜୁନିଅର ଅପରେଟର ଗ୍ରେଡ ୧ (ତାମିଲନାଡୁ ଏବଂ ପଡୁଚେରୀ) : ୨୮
*ଶିକ୍ଷାଗତ ଯୋଗ୍ୟତା :
ଜୁନିଅର ଅପରେଟର ଗ୍ରେଡ ୧ ପଦବୀ ପାଇଁ ସାଧାରଣ ବର୍ଗ, EWS ଏବଂ ଓବିସି ପ୍ରାର୍ଥୀ ଅତିକମରେ ୪୫ ପ୍ରତିଶତ ମାର୍କ ଏବଂ ଅନୁସୂଚିତ ଜାତି/ ଜନଜାତି ପ୍ରାର୍ଥୀ ୪୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାସ୍ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ରଖିଥିବା ଜରୁରୀ।
*ଆବେଦନ ଶୁଳ୍କ :
ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୧୦୦ଟଙ୍କା ଆବେଦନ ଶୁଳ୍କ ଭରିବେ। ଅନ୍ୟ ସମସ୍ତଙ୍କ ପାଇଁ ଆବେଦନ ଶୁଳ୍କ କିଛି ନାହିଁ।ଇଚ୍ଛୁକ ପ୍ରାର୍ଥୀ ଆଇଓସିଏଲ୍ର ଅଫିସିଆଲ ୱେବସାଇଟiocl.com କୁ ଯାଇ ଆବେଦନ କରିପାରିବେ।
*ଚୟନ ପ୍ରକ୍ରିୟା :
ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ, ଫିଜିକାଲ ଟେଷ୍ଟ ମାଧ୍ୟମରେ ହେବ। ଫିଜିକାଲ ଟେଷ୍ଟ କ୍ୱାଲିଫାଇଂ ନେଚର ରହିବ।
*ଜରୁରୀ ତାରିଖ:-
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨୯ ଜୁଲାଇ ରାତି ୧୧ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା ୨୧ ଅଗଷ୍ଟକୁ ଆୟୋଜିତ କରାଯିବ।