ଅବୈଧ ସମ୍ଵନ୍ଧକୁ ନେଇ ପତ୍ନୀ ବିରୋଧ କରିବାରୁ ପତ୍ନୀଙ୍କୁ ମାରି ଗଛରେ ଟାଙ୍ଗିଦେଲା ପତି

ବିହାରର ସମସ୍ତିପୁରରେ ଜଣେ ପତ୍ନୀଙ୍କୁ ପତିଙ୍କର ଅବୈଧ ସମ୍ଵନ୍ଧକୁ ନେଇ ବିରୋଧ କରିବାର ପରିଣାମ ଭୋଗିବାକୁ ପଡ଼ିଛି। ଏଥିରେ ପତି ନିଜ ପତ୍ନୀଙ୍କୁ ମାରି ବିଜୁଳିର ଏକ ଟାୱାର ଖୁଣ୍ଟିରେ ଟାଙ୍ଗି ଦେଇଥିଲେ। ପୋଲିସ ଆରୋପୀ ପତିଙ୍କୁ ଗିରଫ କରି ଜେଲ ପଠାଇ ସାରିଛି।

ଘଟଣାଟି ମୁସରୀଘର ଥାନା କ୍ଷେତ୍ରର ଏକ ଗ୍ରାମର ଅଟେ। ଯେଉଁଠାରେ ବିଜୁଳି ଟାୱାର ପାଖରୁ ଏକ ବିବାହିତାଙ୍କ ଶବ ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଲା। ଗ୍ରାମୀଣ ଲୋକେ ଏହାର ସୂଚନା ପୋଲିସକୁ ଦେଇଥିଲେ। ପୋଲିସ ଏହାର ଶବକୁ ପୋଷ୍ଟମାର୍ଟମ ପାଇଁ ପଠାଇଥିଲେ। ଯାଞ୍ଚ ପରେ ଏହା ସାମ୍ନାକୁ ଆସିଥିଲା କି, ମୃତକା ଜଣକ ଆରୋପୀଙ୍କ ପ୍ରଥମ ପତ୍ନୀ ଥିଲେ। ତାଙ୍କର ପତି ଦ୍ଵିତୀୟ ବିବାହ କରିବାସହ କେତେକ ମହିଳାଙ୍କ ସହିତ ଅବୈଧ ସମ୍ଵନ୍ଧ ରଖିବା କାରଣରୁ ସେ ଏହାକୁ ନେଇ ବିରୋଧ କରୁଥିଲେ।

ଯେତେବେଳେ ମହିଳା ଜଣକ ପତିଙ୍କୁ ଏହି ଅବୈଧ ସମ୍ଵନ୍ଧ ବିଷୟରେ ପ୍ରଶ୍ନ କରନ୍ତି ସେତେବେଳେ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଯାଏ। ଏହାପରେ ପତି ତାଙ୍କୁ ବହୁତ ପିଟନ୍ତି କିନ୍ତୁ ଦିନେ ଏହି କଳହ ଏତେ ବଢ଼ିଗଲା ଯେ, ପତି ନିଜର ପତ୍ନୀଙ୍କୁ ମାରିଦେଲା। ଆରୋପୀ ପତି ପ୍ରଥମେ ନିଜର ପତ୍ନୀଙ୍କୁ ମାରି ଦୂରରେ ଥିବା ଏକ ବିଜୁଳି ଟାୱାରରେ ଟାଙ୍ଗି ଦେଇଥିଲା।

ଗ୍ରାମୀଣ ଲୋକେ ସୋମବାର ଦିନ ମହିଳାଙ୍କ ଶବ ଏଠାରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ପୋଷ୍ଟମାର୍ଟମ ପାଇଁ ପଠାଇଥିଲେ ଓ ପରିଜନ ମାନେ ଏହା ଦେଖି କାନ୍ଦିବାକୁ ଲାଗିଥିଲେ।

ପୁଅ ଜାରିକଲା ଏଫଆଇଆର:-

ଏହାପରେ ମୃତକାଙ୍କ ପୁଅ ମୁସରୀଘର ଥାନାରେ ନିଜ ପିତାଙ୍କ ବିପକ୍ଷରେ ହତ୍ୟାର ଅଭିଯୋଗ ଆଣି ଏଫଆଇଆର ଦେଇଥିଲେ। ପୁଅର କହିବାହେଲା ତାଙ୍କ ବାପା ଅନ୍ୟ ମହିଳାଙ୍କ ସହିତ ଅବୈଧ ସମ୍ଵନ୍ଧ ରଖୁଥିଲା ଓ ଏଥିରେ ତାଙ୍କ ମାଆ ବିରୋଧ କରିବାରୁ ଆରୋପୀ ପିତା ମାଆଙ୍କୁ ମାରି ବିଜୁଳି ଖୁଣ୍ଟିରେ ଝୁଲାଇ ଦେଇଥିଲେ। ମୁସରୀଘରାରୀ ଥାନା ଅଧ୍ୟକ୍ଷ ପଙ୍କଜ କୁମାର ବତାଇଲେ କି, ପୁଅ ନିଜର ପୁଅ ବିରୋଧରେ ଏଫଆଇଆର ଜାରି କରିଛନ୍ତି। ଆରୋପୀ ପିତାକୁ ଗିରଫ କରି ଜେଲ ପଠାଇ ଦିଆଯାଇଛି।

odia sambada
Comments (0)
Add Comment