ବିବାହିତା ପ୍ରେମିକାକୁ ଦେଖା କରିବାପାଇଁ ରାତିରେ ଘରେ ପହଞ୍ଚିଲା ପ୍ରେମିକ, ପରିବାର ଦେଲେ ତାଲିବାନି ଦଣ୍ଡ, ମହିଳାଙ୍କର କଲେ ଏପରି ଅବସ୍ଥା

ଉତ୍ତରପ୍ରଦେଶର ଶାହଜହାନପୂର୍ ଜିଲ୍ଲାରେ ଜଣେ ପ୍ରେମିକ ଯୁବକଙ୍କୁ ବାନ୍ଧି ଖୁବ୍ ନିର୍ଦ୍ଦୟ ଭାବରେ ମାରପିଟ କରାଯିବାର ଭିଡିଓ ସାମ୍ନାକୁ ଆସିଛି । ଭାଇରାଲ୍ ଭିଡ଼ିଓରେ ଯୁବକଙ୍କ ସହିତ ଲୋକମାନେ ତାଲିବାନି ଷ୍ଟାଇଲରେ ମାରପିଟ କରୁଥିବାର ଦେଖାଯାଇଛି । ଏହାବ୍ୟତୀତ ପରିବାର ଲୋକେ ବିବାହିତା ପ୍ରେମିକା ସହିତ ମଧ୍ୟ ମାରପିଟ କରି ଗାଁରେ ବୁଲାଇଲେ । ଏହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ମାମଲାରେ ପୋଲିସ ଆକ୍ସନ ନେବା ବିଷୟରେ କହିଛି ।

ସୂଚନା ଅନୁଯାୟୀ, ପିଲିଭିତରେ ରହୁଥିବା ଯୁବକ ନିଜର ବିବାହିତା ପ୍ରେମିକା ସହ ଦେଖା କରିବାକୁ ତା ଘରେ ରାତିରେ ପହଞ୍ଚିଗଲା । ଏହା ମଧ୍ୟରେ ପରିବାରର ଲୋକମାନେ ଉଠିପଡିଲେ ଏବଂ ସେମାନଙ୍କୁ ଧରି ଯୁବକଙ୍କ ସହିତ ବହୁତ୍ ପିଟିଲେ । ଏହାସହିତ ତାଲିବାନି ଷ୍ଟାଇଲରେ ତାକୁ ରସି ଦ୍ଵାରା ବାନ୍ଧିଦେଲେ । ଏହି ମାରପିଟ କାରଣରୁ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଗଲେ ।

ଏହାବ୍ୟତୀତ ପରିବାର ଲୋକମାନେ ବିବାହିତା ପ୍ରେମିକାକୁ ମଧ୍ୟ ଚପଲରେ ପିଟି ପିଟି ଗାଁ ସାରା ବୁଲାଇଲେ । ପ୍ରେମିକ ଏବଂ ପ୍ରେମିକାକୁ ମାରପିଟ କରିବାର ଭିଡିଓ କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ୍ କରିଦେଲା । ଏହି ଘଟଣାଟି ଜୁଲାଇ 2 ତାରିଖର ବୋଲି କୁହାଯାଉଛି ।

ବର୍ତ୍ତମାନ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ଏଏସପି ସଞ୍ଜୀବ ବାଜପେୟୀ କହିଛନ୍ତି ଯେ ଏହି ଘଟଣା ଖୁଦାଗଞ୍ଜ ଥାନା ଅଂଚଳର ଗୋଟିଏ ଗାଁର ଅଟେ । ଜଣେ ବ୍ୟକ୍ତି ଜୁଲାଇ 2 ତାରିଖ ରାତିରେ ବିଲସଂଡା ଥାନା ଅଞ୍ଚଳ ପିଲିଭିତ ଠାରେ ପହଞ୍ଚିଥିଲା । ଏହି ମାମଲାରେ ମାମଲା ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

odia sambada
Comments (0)
Add Comment