ବଢ଼ୁଥିବା ମହଙ୍ଗାଇ ସମୟରେ ସାଧାରଣ ଜନତାଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଯାଇଛି। ପ୍ରତିବର୍ଷ ଫ୍ରିରେ ସେମାନଙ୍କୁ ଗ୍ୟାସ ସିଲିଣ୍ଡର ମିଳିବାକୁ ଯାଉଛି। ସରକାର ଗରିବଙ୍କୁ ସମ୍ଭବତଃ ସମସ୍ତ ପ୍ରକାରର ସୁବିଧା ଦେବାପାଇଁ ଚେଷ୍ଟା କରୁଛନ୍ତି। ପ୍ରଥମେ ଫ୍ରି ରାସନ ଓ ଏବେ ରାସନକାର୍ଡ଼ ଧାରକଙ୍କ ପାଇଁ ଫ୍ରି ଗ୍ୟାସ ସିଲିଣ୍ଡର ଦେବାକୁ ଯାଉଛନ୍ତି। ସରକାରଙ୍କ ଏହି ଫଇସଲା ଯୋଗୁଁ ଲୋକଙ୍କୁ ବହୁତ ଆଶ୍ୱାସନା ମିଳୁଛି। ଆସନ୍ତୁ ଜାଣିବା କେମିତି ଆପଣମାନେ ଏହାର ଲାଭ ପାଇବେ।
ରାସନକାର୍ଡ଼ ଧାରକଙ୍କୁ ମିଳିବ ଫ୍ରି ଗ୍ୟାସ ସିଲିଣ୍ଡର:-
ଯଦି ଆପଣ ମଧ୍ୟ ଅନ୍ତରଦୟ କାର୍ଡ଼ର ଲାଭାର୍ଥୀ ଅଟନ୍ତି ତାହେଲେ ଆପଣଙ୍କୁ ଖୁସି ମିଳିବାକୁ ଯାଉଛି। ଏବେ ଆପଣଙ୍କୁ ସରକାରଙ୍କ ତରଫରୁ ଫ୍ରି ସିଲିଣ୍ଡର ମିଳିବ। ପୁଷ୍କର ସିଂହ ଧାମି ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ରାସନକାର୍ଡ଼ ଧାରକଙ୍କ ପାଇଁ ବାର୍ଷିକ ତିନୋଟି ଏଲପିଜି ଫ୍ରିରେ ଦିଆଯିବ। ଏଥିରେ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିଯିବ। କିନ୍ତୁ ସାଧାରଣ ଲୋକଙ୍କୁ ଫାଇଦା ମିଳିବ। ସିଲିଣ୍ଡର ପାଇବାକୁ ହେଲେ କିଛି ନିୟମ ଓ ସର୍ତ୍ତ ରହିଛି ଯାହାକି ଆପଣଙ୍କୁ ପାଳନ କରିବାକୁ ପଡ଼ିବ। ଏହାପରେ ଯାଇ ଆପଣଙ୍କୁ ସିଲିଣ୍ଡର ମିଳିପାରିବ।
ଜାଣନ୍ତୁ କାହାକୁ ମିଳିବ ଏହି ଯୋଜନାର ଲାଭ:-
-ସରକାରଙ୍କ ଫ୍ରି ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିବ।
-ଲାଭାର୍ଥୀଙ୍କୁ ଉତ୍ତରାଖଣ୍ଡର ନିବାସୀ ହେବା ଅନିବାର୍ୟ୍ଯ ଅଟେ।
-ଏଥିପାଇଁ ଅନ୍ତରଦୟ କାର୍ଡ଼ଧାରୀଙ୍କୁ ଗ୍ୟାସ କନେକ୍ସନ କାର୍ଡ଼ରେ ଲିଙ୍କ କରାଇବାକୁ ପଡ଼ିବ।
ଏହି ମାସରେ କରିଦିଅନ୍ତୁ ଏହିକାମ:-
ଯଦି ଆପଣ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତାହେଲେ ଏହିମାସରେ ମାନେ ଜୁଲାଇରେ ନିଜର ଅନ୍ତରଦୟ କାର୍ଡ଼କୁ ଲିଙ୍କ କରାଇ ନିଅନ୍ତୁ। ଯଦି ଆପଣ ଏହାକୁ ଲିଙ୍କ କରୁନାହାଁନ୍ତି ତାହେଲେ ସରକାରଙ୍କ ଫ୍ରି ସିଲିଣ୍ଡର ଯୋଜନାରୁ ବଞ୍ଚିତ ରହିଯିବେ। ସରକାର ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାସହ ଜିଲେବାର ଅନ୍ତରଦୟ ଉପଭୋକ୍ତାଙ୍କ ଲିଷ୍ଟ ମଧ୍ୟ ସ୍ଥାନୀୟ ଗ୍ୟାସ ଏଜେନ୍ସିଙ୍କ ପାଖକୁ ପଠାଇ ଦିଆଯାଇଛି। ଅନ୍ତରଦୟ କାର୍ଡ଼ଧାରୀଙ୍କ ରାସନକାର୍ଡ଼କୁ ଗ୍ୟାସ କନେକ୍ସନ ସହିତ ଲିଙ୍କ କରାଇବାକୁ କୁହାଯାଇଛି। ଉତ୍ତରାଖଣ୍ଡ ସରକାରଙ୍କ ଏହି ନିର୍ଣ୍ଣୟ ପରେ ପ୍ରଦେଶର ମୋଟ 2 ଲକ୍ଷ ଅନ୍ତରଦୟ କାର୍ଡ଼ ଧାରକଙ୍କୁ ବହୁତ ବଡ଼ ଲାଭ ହେବ। କିନ୍ତୁ ସରକାରଙ୍କ ଉପରେ ଏହି ଯୋଜନାରେ 55 କୋଟି ଟଙ୍କାର ଭାର ପଡ଼ିବ।