ଦେଶରେ ବ୍ୟାନ୍‌ ହେବ ପେଟ୍ରୋଲ ଚାଳିତ ଗାଡି ! ଘୋଷଣା କଲେ ଗଡକାରୀ

ଦେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଏକ ନୂଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଦେଶରୁ ୨୦୨୫ ସୁଦ୍ଧା ପେଟ୍ରୋଲ/ଡିଜେଲ ଚାଳିତ ଗାଡ଼ିକୁ ବନ୍ଦ କରିବା ଲକ୍ଷ୍ୟରେ ରହିଛନ୍ତି । ୨୦୨୩ ପରେ ପେଟ୍ରୋଲ ଓ ଡିଜେଲ ଚାଳିତ ତିନି ଚକିଆ ଓ ଚାରି ଚକିଆ ଗାଡ଼ି ପରେ ୨୦୨୫ରେ ଦୁଇ ଚକିଆ ଗାଡ଼ି ମଧ୍ୟ ବନ୍ଦ ହୋଇଯିବ । ପ୍ରଦୂଷଣକୁ ରୋକିବାକୁ ଏଭଳି ପ୍ରସ୍ତାବ ଦେଇଛି ନୀତି ଆୟୋଗ । ପୋଟ୍ରୋଲ/ଡିଜେଲ ଗାଡ଼ି ବଦଳରେ ଇଲେକ୍ଟ୍ରିକ ଗାଡ଼ିକୁ ପ୍ରୋତ୍ସାହନ ଦେବାପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

୨୦୦୧ ମସିହାରେ ଭାରତରେ ଇଲେକ୍ଟ୍ରିକ ଗାଡ଼ି ଚାଲିବା ଆରମ୍ଭ କରିଥିଲେ ମଧ୍ୟ ୨୦୧୭ରୁ ଏହା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ବଜେଟରେ ଏଥିଲାଗି ୧୦ ହଜାର କୋଟିର ବଜେଟ ଘୋଷଣା ହୋଇଛି । ଇଲେକ୍ଟ୍ରିକ ଗାଡ଼ିର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ୫% ଜିଏସଟି କମାଇ ଦିଆଯାଇଛି । ଏହି କାର୍ଯ୍ୟ ଜାରି ହୋଇଗଲେ ଭାରତ ୟୁରୋପ ଓ ଚୀନ ସହ ଯୋଡ଼ି ହୋଇଯିବ । ପୂର୍ବରୁ ପ୍ରଦୂଷଣକୁ ରୋକିବାକୁ ନରଓ୍ଵେ, ବ୍ରିଟେନ ଓ ଚୀନ ଇଲେକ୍ଟ୍ରିକ ଗାଡ଼ି ଉତ୍ପାଦନକୁ ତ୍ଵରାନିତ କରିଛନ୍ତି ।

ବନ୍ଧୁଗଣ ଗତ ଗୁରୁବାର ଦିନ ଅକୋଲାସ୍ଥିତ ଡକଫର ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ସମାରୋହରେ ଯୋଗ ଦେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦାବି କରିଛନ୍ତି ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତର ରାସ୍ତା ଘାଟରୁ ପେଟ୍ରୋଲ ଜନିତ ସମସ୍ତ କାର ଲୋପ ପାଇବ । ତେଣୁକରି ଆମ ଦେଶରେ ପେଟ୍ରୋଲର କୌଣସି ଆବଶ୍ୟକତା ରହିବ ନାହିଁ ।

ସବୁଜ ଇନ୍ଧନ ଆଗାମୀ ସମୟରେ ପେଟ୍ରୋଲର ଆବଶ୍ୟକତାକୁ ଦୂର କରିବ । ଦେଶରେ ଏବେ ପେଟ୍ରୋଲ-ଡିଜେଲ ଦର ବଢୁଥିବା ବେଳେ ଯଦି ଦେଶରେ ପେଟ୍ରୋଲର ଏକ ଶସ୍ତା ବିକଳ୍ପ ଆସେ, ତେବେ ସାଧାରଣ ଲୋକମାନେ ସାଧାରଣତଃ ମଧ୍ୟବିତ୍ତ ପରିବାରର ଲୋକେ ଅଧିକ ଉପକୃତ ହେବେ । ତେବେ ସୂଚନା ମୁତାବକ ଏହା ପୂର୍ବରୁ ମାର୍ଚ୍ଚ ମାସରେ ସମଗ୍ର ଦେଶରେ ଜୀବାଶ୍ମ ତୈଳ ଦର ବୃଦ୍ଧି ବାତାବରଣରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ ଚଢ଼ି ପାର୍ଲାମେଣ୍ଟ୍‌କୁ ଆସିଥିଲେ ।

odia sambada
Comments (0)
Add Comment