ବିବାହର ୧୦ ବର୍ଷ ପରେ ବି ଏହି କାରଣରୁ ବାପାମାଆ ବନିନାହାନ୍ତି ରାମଚରଣ ଓ ପତ୍ନୀ ଉପାସନା । ଆସନ୍ତୁ ଜାଣିବା ଏହାର କାରଣ

କେବଳ ଦକ୍ଷିଣ ଭାରତରେ ନୁହେଁ, ସାରା ଦେଶର କୋଣ ଅନୁକୋଣରେ ମିଳିବେ ଆପଣଙ୍କୁ ସୁପର୍‌‌ଷ୍ଟାର୍‌ ରାମ ଚରଣଙ୍କ ପ୍ରଶଂସକ । ଚଳଚ୍ଚିତ୍ର ପାଇଁ ଯେତିକି ଚର୍ଚ୍ଚିତ ସେ, ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବି ସେତିକି ଚର୍ଚ୍ଚିତ । ଆପଣ ଜାଣନ୍ତି କି, ବିବାହର ୧୦ ବର୍ଷ ମଧ୍ୟରେ ବି କାହିଁକି ବାପା ବନିନାହାନ୍ତି ସେ? ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ କୌଣସି କାରଣରୁ ପିଲା ସୁଖରୁ ବଞ୍ଚିତ ହୋଇ ଥାଆନ୍ତି ।

ମାତ୍ର ରାମ ଚରଣଙ୍କ କ୍ଷେତ୍ରରେ କିଛି ଅଲଗା । ସେ ନିଜେ ହିଁ ପିଲା ଚାହାନ୍ତି ନାହିଁ । ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା କମିନେନି ଅନେକ ସମୟରେ ସାକ୍ଷାତ୍‌କାରରେ ଏ ବିଷୟରେ ଆଲୋଚନା ମଧ୍ୟ କରି ଆସିଛନ୍ତି । ତେବେ ଏହାର କାରଣ ଜାଣିଲେ ମଧ୍ୟ ଆପଣମାନେ ଆହୁରି ଆଶ୍ଚର୍ୟ୍ଯ ହୋଇଯିବେ । ନିଜର ସ୍ବାଧୀନତା ନ ହରାଇବାକୁ ସେମାନେ ପିଲା ନକରିବାର ମିଳିତ ଭାବରେ ନିଷ୍ପତ୍ତି ନେଇଛନ୍ତି । ରାମ ଚରଣ ଏକ ସାକ୍ଷାତ୍‌କାରେ କହିଛନ୍ତି କି ସେ ଏବେ ନିଜ କ୍ୟାରିୟର୍‌କୁ ଗୁରୁତ୍ବ ଦେବାକୁ ଚାହାନ୍ତି । ଯଦି ସଂସାର ଉପରେ ଗୁରୁତ୍ବ ଦେବେ ତ କ୍ୟାରିୟର୍‌ ପଛରେ ରହିଯିବ ।

ଏହି କାରଣରୁ ‌ସେମାନେ ଉଭୟ ପତି-ପତ୍ନୀ ମିଶି ଏପରି ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ସୂଚନା ଯୋଗ୍ୟ ୨୦୧୨ ରେ ଦୁହେଁ ପ୍ରେମ ବିବାହ କରିଥିଲେ । ତା ପୂର୍ବରୁ ଦୁହେଁ ଭଲ ସାଙ୍ଗ ମଧ୍ୟ ଥିଲେ । ଏକାଠି ପାଠ ପଢୁଥିଲେ । ସୂଚନା ଥାଉ କି ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଆରସି୧୫ ପାଇଁ ସୁଟିଂ କରୁଛନ୍ତି । ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାମଚରଣ ଜଣେ ଆଇଏଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିବେ ।

ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀଙ୍କୁ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଏହି ସସପେନ୍ସ ଡ୍ରାମାର କାହାଣୀ କାର୍ତ୍ତିକ ସୁବରାଜୁ ଲେଖିଛନ୍ତି ଏବଂ ଫିଲ୍ମର ସୁଟିଂ ଏବେ ଚାଲିଛି । ଆରସି ୧୫ ପରେ, ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ଆରସି୧୬ ପାଇଁ ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ‘ଜର୍ସି’ ନିର୍ଦ୍ଦେଶକ ଗୌତମ ତିନପୁରୀ ଦେବେ ।

odia sambada
Comments (0)
Add Comment