ଆଜିର ସୋସିଆଲ ମିଡିଆର ଜମାନାରେ ଲୋକଙ୍କୁ ଡାନ୍ସ ଭିଡିଓ ତିଆରି କରିବାକୁ ବହୁତ୍ ଭଲ ଲାଗେ । ବିଶେଷକରି ଝିଅମାନେ ଯେଉଁଠି ଦେଖ ସେଇଠି ଡାନ୍ସ ଭିଡିଓ କରିବା ଆରମ୍ଭ କରିଦିଅନ୍ତି । କିନ୍ତୁ ବେଳେବେଳେ ସେମାନଙ୍କ ଉପରେ ଏହି ଡାନ୍ସ ଭିଡିଓ ଭାରି ପଡ଼ିଯାଏ । ବିଶେଷକରି ସେତେବେଳେ ଯେତେବେଳେ ସେମାନେ କୌଣସି ପଶୁ ସାମ୍ନାରେ ଏହି ଡାନ୍ସ କରିବାକୁ ଲାଗନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ହିଁ ନିଅନ୍ତୁ ।
ଘୋଡା ସହ ଡାନ୍ସ କରିବା ମହିଳାଙ୍କୁ ପଡ଼ିଲା ମହଙ୍ଗା :-
ଏହି ଭିଡ଼ିଓରେ ଦେଖାଯାଇପାରେ ଯେ ଗୋଟିଏ ସବୁଜ ଭରା ଘାସ ପଡ଼ିଆରେ ଘୋଡ଼ା ଘାସ ଚରୁଛି । ଅଚାନକ ଜଣେ ମହିଳା ସେଠାକୁ ଶାଢ଼ୀ ପିନ୍ଧି ଆସିଯାନ୍ତି । ତାପରେ ଡାନ୍ସ କରିବାକୁ ଲାଗନ୍ତି । ଡାନ୍ସ କରିବା ସମୟରେ ମହିଳା ଘୋଡ଼ା ଉପରେ ବାରମ୍ବାର ହାତ ରଖନ୍ତି । ବୋଧହୁଏ ଏହି କଥା ଘୋଡାକୁ ଭଲ ଲାଗିଲା ନାହିଁ । ସେ ରାଗିଯାଏ ଏବଂ ମହିଳାଙ୍କ ଉପରେ ଆକ୍ରମଣ କରିଦିଏ । ଏହା ଦେଖି ମହିଳା ବହୁତ୍ ଡରିଯାନ୍ତି ।
ଏହି ଭିଡ଼ିଓକୁ ଇନ୍ଷ୍ଟାଗ୍ରାମରେ bhutni_ke_memes ନାମକ ପେଜ ସେୟାର କରିଛି । ଭିଡିଓ ଦେଖି ଲୋକମାନେ ନିଜ ହସକୁ କଣ୍ଟ୍ରୋଲ କରିପାରୁ ନାହାଁନ୍ତି । ଜଣେ ୟୁଜର ଲେଖିଛନ୍ତି, ” ଏଥର ମଜା ଆସିଗଲା । ଆହୁରି ପଶୁଙ୍କ ସହ ଡାନ୍ସ କର ।” ଆଉ ଜଣେ ୟୁଜର ଲେଖିଛନ୍ତି, ” ସବୁ ଜିନିଷର ଗୋଟିଏ ସୀମା ଥାଏ । ନିଜର ଭିୟୁ ବଢ଼ାଇବା ପାଇଁ ଏପରି ପଶୁଙ୍କୁ ହଇରାଣ କରିବା ଉଚିତ୍ ନୁହେଁ । ଆଉ ଜଣେ କହିଛନ୍ତି, ” ଘୋଡ଼ା ମଧ୍ୟ ଭାବୁଥିବ ଇଏ କେଉଁ ଏଲିଏନ ପୃଥିବୀକୁ ଆସିଯାଇଛି ।”
ଏଠାରେ ଦେଖନ୍ତୁ ଭିଡିଓ :-
ତେବେ ଏହା ପ୍ରଥମ ଥର ନୁହେଁ ଯେ ଯେତେବେଳେ କୌଣସି ଯୁବତୀଙ୍କ ଡାନ୍ସ କରିବା ସମୟରେ ପଶୁ ଆକ୍ରମଣ କରିଛି । ଏହାପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଯୁବତୀ ରାସ୍ତା ଉପରେ ଡାନ୍ସ କରି ରିଲ ତିଆରି କରୁଥିଲେ । ଠିକ୍ ସେତିକିବେଳେ ଗୋଟିଏ କୁକୁର ଆସିଗଲା ଏବଂ ସେ ଯୁବତୀଙ୍କ ଗୋଡ଼କୁ କାମୁଡି ଦେଲା । ଏହାଦ୍ବାରା ଯୁବତୀଙ୍କ ଗୋଡ଼ରେ ଘା ମଧ୍ୟ ହୋଇଗଲା । ଏହି ଭିଡିଓକୁ ଦେଖି ମଧ୍ୟ ଲୋକମାନେ ନିଜର ହସ କଣ୍ଟ୍ରୋଲ କରିପାରୁ ନଥିଲେ ।
ତେବେ ଆମ ତରଫରୁ ଆପଣଙ୍କ ପାଇଁ ଏହି ପରାମର୍ଶ ରହିଛି ଯେ ଆପଣ ଡାନ୍ସ କରିବା ସମୟରେ କୌଣସି ପଶୁଙ୍କୁ ହଇରାଣ କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ବହୁତ୍ ବଡ ବିପଦର ସାମ୍ନା କରିବାକୁ ପଡିପାରେ ।